ETV Bharat / state

ହୁ ହୁ ହୋଇ ଜଳି ଉଠିଲା ପଲିଥିନ ବୋଝେଇ ଟ୍ରକ

ପଲିଥିନ ବୋଝେଇ ଟ୍ରକରେ ଅକସ୍ମାତ ଲାଗିଛି ନିଆଁ । ଅଗ୍ନିକାଣ୍ଡ କାରଣରୁ ଗାଡି ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ଏହି ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ଼୍ରାଇଭର ଓ ହେଲପର ।

author img

By

Published : Mar 17, 2019, 10:37 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ରାୟଗଡା

ରାୟଗଡା: ପଲିଥିନ ବୋଝେଇ ଟ୍ରକରେ ଅକସ୍ମାତ ଲାଗିଛି ନିଆଁ । ଅଗ୍ନିକାଣ୍ଡ କାରଣରୁ ଗାଡି ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ
ଏହି ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ଼୍ରାଇଭର ଓ ହେଲପର । ତେବେ ଏପି ୧୬ ୟୁ ୮୩୨୨ ନମ୍ବର ଥିବା ଏକ ଟ୍ରକ ଜେକେରୁ ତେଲେଙ୍ଗାନା ଯାଉଥିଲା । ଏହି ସମୟରେ ସ୍ଥାନିୟ ମଝି ଘରିଆଣି ମନ୍ଦିର ନିକଟରେ ଡ଼୍ରାଇଭର ଟ୍ରକଟିକୁ ରଖି ବିଶ୍ରାମ ନେଉଥିଲା ।

ତେବେ ହଠାତ ଗାଡ଼ିରୁ ଧୁଆଁ ବାହାରୁ ଥିବା ଦେଖି ସ୍ଥାନିୟ ଲୋକେ ଡ଼୍ରାଇଭର ଏବଂ ହେଲପରକୁ ଉଠାଇ ଥିଲେ । ଚାହୁଁଚାହୁଁ ନିଆଁ ସମ୍ପୂର୍ଣ୍ଣ ମାଡ଼ିଯାଇଥିଲା । ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଛି ।

ଏହି ଅଗ୍ନିକାଣ୍ଡ ଯୋଗୁଁ ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ଆନ୍ଧ୍ର ଓଡ଼ିଶା ଯୋଗାଯୋଗ ବିଛିନ୍ନ ହୋଇଥିଲା । ଯାହା ଫଳରେ ରାସ୍ତାର ଉଭୟପଟେ ଶହଶହ ଭାରିଯାନ ଅଟକି ରହିଥିଲା । ଘଟଣାସ୍ଥଳରେ ରାୟଗଡ଼ା ପୋଲିସ ପହଁଞ୍ଚି କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା ତାର ଅନୁସନ୍ଧାନ ଆରମ୍ଭ କରିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

କଟକ:  ଏସିପି ଏସ. କେ. ସରିଫଉଦିନ ନିଶା ନିବାରଣ ଆନ୍ଦୋଳନକାରୀଙ୍କୁ ମାଡ଼ ମରା ଘଟଣାରେ ଓଡିଶା ପୋଲିସ  ଡିଜି  ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପ୍ରତିକ୍ରିୟା । କୌଣସି ମତେ ପୋଲିସ ବାହିନୀ ମଧ୍ୟରେ ବିଶୃଙ୍ଖଳା କୁ ବରଦାସ୍ତ କରାଯିବ ନାହିଁ।

ଯଦି ଆଇନ କୁ ହାତକୁ ନେଇ କେହି କର୍ମଚାରୀ ଯଦି ସାଧାରଣ ଜନତାଙ୍କୁ ଆଘାତ କରନ୍ତି ତେବେ ତାଙ୍କର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ  ସବୁ ରେଞ୍ଜ ର ଆଇଜି,ଡ଼ିଆଇଜି ଓ ଏସ ପି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଡିଜି ।

ପୂର୍ବରୁ ମଧ୍ୟ ବହୁ କର୍ମଚାରୀ ମାନଙ୍କୁ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ନିଲମ୍ବିତ କରାଯାଇଛି ଓ ଏହି ଘଟଣାରେ ମଧ୍ୟ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ।

ସୂଚନା ମୁତବାକ, ଗତକାଲି  କଟକ ବାଦାମବାଡ଼ି ଛକ ନିକଟରେ ଏକ ନିଶା ବିରୋଧୀ ଆନ୍ଦୋଳନକାରୀ ଙ୍କୁ ଦୁର୍ବ୍ୟବ୍ୟବହାର କରିଥିଲେ 2 ନମ୍ବର ଜୋନ ଏସିପି ସରିଫଉଦିନ । ଯାହାକୁ ନେଇ ଏବେ ସଙ୍ଘ ଓ ସୋସିଆଲ ମିଡିଆରେ ତୀଵ୍ର ଉତେଜନା ପ୍ରକାଶ ପାଇଛି । 

ବାଇଟ :ପୋଲିସ ଡିଜି ( ରାଜେନ୍ଦ୍ର ପ୍ରତାପ ଶର୍ମା )

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.