ETV Bharat / state

ପିତୃ ଦିବସରେ ପିତା ଅଲୋଡା..... - ରାୟଗଡା ଖବର

ବାପା ହେଉଛନ୍ତି ସନ୍ତାନର ଲାଳନପାଳନକାରୀ । ସନ୍ତାନ ଯଦି ମାଙ୍କ ଠାରୁ ବଞ୍ଚିବାର କଳା ଶିଖେ ହେଲେ ବାପା ନିଜେ ଉପାର୍ଜନ କରି ପିଲାକୁ ବଞ୍ଚାଇଥାଏ । ଦୁନିଆରେ ସନ୍ତାନ ସଫଳ ହେବା ପାଇଁ କଠିନ ପରିଶ୍ରମ ପରିଶ୍ରମ କରେ । ହେଲେ ସମୟର ସ୍ରୋତରେ ବାପା ଏବେ ଅଲୋଡା । ଛୋଟବେଳେ ପିଲାର ଅଳି ପୂରଣର କରୁଥିବା ବାପା ଆଜି ହୋଇପଡିଛି ଅସହାୟ । ଅଧିକ ପଢନ୍ତୁ...

ବାପା ଆଜି ଅଲୋଡା.....
ବାପା ଆଜି ଅଲୋଡା.....
author img

By

Published : Jun 21, 2020, 10:45 PM IST

ରାୟଗଡା: ବାପା ହେଉଛନ୍ତି ସନ୍ତାନର ଲାଳନପାଳନକାରୀ । ସନ୍ତାନ ଯଦି ମାଙ୍କ ଠାରୁ ବଞ୍ଚିବାର କଳା ଶିଖେ ହେଲେ ବାପା ନିଜେ ଉପାର୍ଜନ କରି ପିଲାକୁ ବଞ୍ଚାଇଥାଏ । ଦୁନିଆରେ ସନ୍ତାନ ସଫଳ ହେବା ପାଇଁ କଠିନ ପରିଶ୍ରମ ପରିଶ୍ରମ କରେ । ହେଲେ ସମୟର ସ୍ରୋତରେ ବାପା ଏବେ ଅଲୋଡା । ଛୋଟବେଳେ ପିଲାର ଅଳି ପୂରଣର କରୁଥିବା ବାପା ଆଜି ହୋଇପଡିଛି ଅସହାୟ । ସେଥିପାଇଁ ତ ସେ ବୃଦ୍ଧାଶ୍ରମକୁ ନିଜ ପରିଣତ ବୟସର ଶେଷ ଆଶ୍ରା କରିନେଇଛି । ଏପରି ଦେଖିବାକୁ ମିଳିଛି ରାୟଗଡାର ଶକ୍ତି ବରିଷ୍ଠ ନାଗରିକ ଗୃହରେ ।

ବାପା ଆଜି ଅଲୋଡା.....

ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କ ସହ ମିଳିତ ଭାବେ ରହୁଛନ୍ତି । ଭାଗ୍ୟର ବିଡ଼ମ୍ବନା ତାଙ୍କପାଇଁ ବୟସର ଅପରାହ୍ନରେ ସବୁ ଥାଇ ବି ଅସହାୟ । ତଥାପି ସେ ଆଶା ରଖିଛନ୍ତି ନିଜ ସନ୍ତାନ ଓ ସନ୍ତତିଙ୍କ ଉପରେ । ଏହି ହୃଦୟବିଦାରକ କଥା ହେଉଛି ରଘୁନାଥ ଖଞ୍ଜାଙ୍କର । ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଳକ ଉକୁମ୍ବା ଗ୍ରାମରେ ରଘୁନାଥଙ୍କ ଘର । ବୟସ ବର୍ତ୍ତମାନ ୭୫ ବର୍ଷ । ଦରଜି କାମକରି ନିଜର ଜୀବନ ଅତିବାହିତ କରିଛନ୍ତି । ବୟସ ବଢ଼ିବା ପରେ ସେ ଆଉ ଦରଜି କାମ କରିପାରିଲେ ନାହିଁ । ଗତ ୧ ବର୍ଷ ପୂର୍ବେ ପତ୍ନୀଙ୍କ ଦେହାନ୍ତ ମଧ୍ୟ ହୋଇଗଲା । ଭାଗ୍ୟ ଉପରେ କଳାମେଘ ଢ଼ାଙ୍କି ହୋଇଗଲା । ଫଳରେ ଘରଦ୍ବାର ଛାଡ଼ି ବର୍ତ୍ତମାନ ବୃଦ୍ଧାଶ୍ରମରେ ସେ ରହୁଛନ୍ତି । ଦୁଇ ଝିଅ ଓ ଗୋଟିଏ ପୁଅ ତାଙ୍କର ରହିଛନ୍ତି । ବଡ଼ଝିଅ ପାରଳାଖେମୁଣ୍ଡି ଠାରେ ରହୁଥିବା ବେଳେ ସାନଝିଅ ରାୟଗଡ଼ା ଓ ପୁଅ ରାମନାଗୁଡ଼ା ଠାରେ ରୁହନ୍ତି । ସାନଝିଅ ଓ ପୁଅ ପେଶାରେ ଚାକିରୀଆ । କିନ୍ତୁ ବୃଦ୍ଧ ବାପାଙ୍କ ଦେଖାରେଖା କରିବା ପାଇଁ ସମୟର ଅଭାବ ରହିଲା ସେମାନଙ୍କ ନିକଟରେ । ଏଣେ ବୃଦ୍ଧ ବୟସରେ ରଘୁନାଥ ମଧ୍ୟ କିଛି କାମ କରିପାରିଲେ ନାହିଁ । ମୁଖ୍ୟତଃ ରୋଷେଇକରି ଭୋଜନ ଗ୍ରହଣ କରିବା ତାଙ୍କ ପାଇଁ ସମସ୍ୟା ସୃଷ୍ଟିକଲା ।

ଫଳରେ ସେ ଉକୁମ୍ବା ସ୍ଥିତ ନିଜ ଘରକୁ ଛାଡ଼ି ବର୍ତ୍ତମାନ ରହିଛନ୍ତି ବୃଦ୍ଧାଶ୍ରମରେ । ବୃଦ୍ଧାଶ୍ରମରେ ବାପା ରହିଥିବା ବେଳେ ପୁଅ ଓ ଝିଅ ଦୁଇରୁ ତିନିମାସ ଅନ୍ତରରେ ଦେଖିବା ପାଇଁ ଆସିଥାନ୍ତି । ଝିଅ ଘରେ ରାୟଗଡ଼ାରେ ରହିବା ପାଇଁ ସେ ପସନ୍ଦ ମଧ୍ୟ କରୁନାହାଁନ୍ତି । କାରଣ କନ୍ୟାଘରେ ରହିବା ପରମ୍ପରା ଅନୁଯାୟୀ ପାପ ବୋଲି ରଘୁନାଥ ପ୍ରକାଶ କରିଛନ୍ତି । ତେବେ ନିଜର ଏକମାତ୍ର ପୁତ୍ର ସନ୍ତାନ ଉପରେ ତାଙ୍କର ଆଶା ରହିଛି । ପୁତ୍ର ଅବିବାହିତ । ଆସନ୍ତା ୨୪ ତାରିଖ ଦିନ କୋରାପୁଟ ଠାରେ ପୁତ୍ରଙ୍କର ବିବାହ ଅନୁଷ୍ଠିତ ହେବ । ପୁତ୍ରଙ୍କର ବିବାହରେ ଯୋଗଦାନ କରି ନବ ଦମ୍ପତିଙ୍କୁ ଆଶିଷ ପ୍ରଦାନ କରିବେ ବୋଲି ରଘୁନାଥ କହିଛନ୍ତି । ପୁତ୍ରଙ୍କର ବିବାହ ହେବାପରେ ନିଜ ଘରକୁ ଯିବାପାଇଁ ସେ ଆଶାବାନ୍ଧି ରହିଛନ୍ତି ।

ସେମିତି ଅନ୍ୟ ଜଣେ ବୃଦ୍ଧ ହେଉଛନ୍ତି ରାକେଶ କୁମାର ରଣା, ପୂଜାରୀ କାମ କରି ପେଟ ପୋଷିବା ସହ ନିଜ ଝିଅକୁ ପାଠପଢାଇ ଶିକ୍ଷୟତ୍ରୀ କଲେ । ହେଲେ ଶେଷରେ ଝିଅ ତାଙ୍କୁ ପର କରିଦେଲା ବୋଲି ଲୁହ ଛଳଛଳରେ କୁହନ୍ତି ।

ତେବେ ଯେଉଁ ବାପାଙ୍କର ଅଙ୍ଗୁଳି ଧରି ସନ୍ତାନ ସନ୍ତତି ଆଜି ମଣିଷ ହୋଇଛନ୍ତି ସେମାନେ ସେହି ବାପାଙ୍କୁ ବୟସର ସାୟହ୍ନରେ ବୃଦ୍ଧାଶ୍ରମରେ ଛାଡ଼ିବା ହତବାକ କରିଛି । କେବଳ ରଘୁନାଥ ଓ ରାକେଶ ନୁହଁନ୍ତି ଏହିଭଳି ଅନେକ ପିତାଙ୍କ ଅବସ୍ଥା ଏପରି ରହିଛି । ତେବେ ଏ ଶିକ୍ଷିତ ସମାଜ ପିତାମାନଙ୍କୁ ଗ୍ରହଣ କରିବା ନିହାତି ଆବଶ୍ୟକ । କାରଣ ବାପ ଥିବା ପୁଅ ସଭାରେ ହାରେନି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.