ETV Bharat / state

ଚାଷ କାର୍ଯ୍ୟ ବେଳେ ଘାରିଛି ୟୁରିଆ ଚିନ୍ତା, 8 ବଦଳରେ ମିଳୁଛି ଗୋଟିଏ ବସ୍ତା

author img

By

Published : Sep 6, 2020, 10:48 PM IST

ଆଜି(ରବିବାର) ରାୟଗଡା ଲାମ୍ପସ ଆଗରେ ଚାଷୀଙ୍କ ଲମ୍ବାଧାଡି ଦେଖିବାକୁ ମିଳିଛି । ଯେଉଁ ଚାଷୀକୁ ଏବେ ୮ ବସ୍ତା ସାର ଦରକାର ତାକୁ ମିଳୁଛି ମାତ୍ର ଗୋଟିଏ ବସ୍ତା । ଏଥିପାଇଁ ଚାଷୀଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

Rayagada
ସାର ପାଇଁ ଚାଷୀ ହନ୍ତସନ୍ତ

ରାୟଗଡା: ଚାଷ କାର୍ଯ୍ୟ ବେଳେ ଚାଷୀଙ୍କୁ ଘାରିଛି ୟୁରିଆ ସାର ଚିନ୍ତା । ରାୟଗଡା ଜିଲ୍ଳାରେ ଏବେ ଦେଖାଦେଇଛି ସାରର ଅଭାବ । ସରକାରୀ ଷ୍ଟୋରରେ ଦିନ ଦିନ ଧରି ଅପେକ୍ଷା କଲେ ମଧ୍ୟ ଆବଶ୍ୟକୀୟ ପରିମାଣରେ ସାର ମିଳୁ ନଥିବାରୁ ଚାଷୀ ମହଲରେ ଏବେ ଅସନ୍ତୋଷ ଦେଖାଦେଇଛି ।

ସାର ପାଇଁ ଚାଷୀ ହନ୍ତସନ୍ତ

ଏଥିପାଇଁ ଆଜି(ରବିବାର) ରାୟଗଡା ଲାମ୍ପସ ଆଗରେ ଚାଷୀଙ୍କ ଲମ୍ବାଧାଡି ଦେଖିବାକୁ ମିଳିଛି । ଧାନ ରୁଆ ସରିବା ପରେ ଯେଉଁ ସମୟରେ ବିଲରେ ପକାଇବା ପାଇଁ ଚାଷୀ ନିକଟରେ ସାର ନାହିଁ । ବଂର ଚାଷୀକୁ ବସ୍ତେ କି ଦୁଇବସ୍ତା ସାର ଦେଇ ଭୁଆଁ ବୁଲାଉଛନ୍ତି ଲ୍ୟାମ୍ପସ କର୍ତ୍ତୃପକ୍ଷ ।

ଯେଉଁ ଚାଷୀକୁ ଏବେ ୮ ବସ୍ତା ସାର ଦରକାର ତାକୁ ମିଳୁଛି ମାତ୍ର ଗୋଟିଏ ବସ୍ତା । ଏଥିପାଇଁ ଚାଷୀଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ବର୍ତମାନ ଠିକଣା ସମୟରେ ସାର ନମିଳିଲେ ପୂରା ଚାଷ ନଷ୍ଟ ହୋଇଯିବାର ଆଶଙ୍କା ପ୍ରକାଶ କରିଛନ୍ତି ଚାଷୀ ।

ଗୋଟିଏ ପଟେ ସରକାରୀ ଲ୍ୟାମ୍ପସରେ ସାର ମିଳୁ ନଥିବା ଯୋଗୁଁ ବାହାରେ ଚଢାଦର ଦେଇ ସାର କିଣିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଅନ୍ୟପଟେ ଜିଲ୍ଲାରେ ଯଥେଷ୍ଟ ପରିମାଣର ସାର ଗଚ୍ଛିତ ଥିବାବେଳେ, ସାରର ଅଭାବ ନଥିବା ସମବାୟ ସଂସ୍ଥା ପକ୍ଷରୁ କୁହାଯାଉଛି । ଚଳିତବର୍ଷ ଆବଶ୍ୟକ ପରିମାଣର ସାର ଆସି ନଥିବାରୁ ଏଭଳି ପରିସ୍ଥିତି ଦେଖାଦେଇଛି ବୋଲି କହିଛି କୃଷିବିଭାଗ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.