ETV Bharat / state

ଚାଷୀକୁ ଅଦିନିଆ ବର୍ଷା ଭୟ, ଡାକବାଜି ଯନ୍ତ୍ରରେ ସଚେତନ କରୁଛି କୃଷି ବିଭାଗ

author img

By ETV Bharat Odisha Team

Published : Dec 4, 2023, 10:43 AM IST

Updated : Dec 4, 2023, 10:39 PM IST

ସମ୍ଭାବ୍ୟ ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ । ଡାକବାଜି ଯନ୍ତ୍ର ସାହାଯ୍ୟରେ ଚାଷୀଙ୍କୁ ପରାମର୍ଶ ଦେଲା ଜିଲ୍ଲା କୃଷି ବିଭାଗ । ଅଧିକ ପଢନ୍ତୁ

ଚାଷୀକୁ ଅଦିନିଆ ବର୍ଷା ଭୟ
ଚାଷୀକୁ ଅଦିନିଆ ବର୍ଷା ଭୟ
ଡାକବାଜି ଯନ୍ତ୍ରରେ ସଚେତନ କରୁଛି କୃଷି ବିଭାଗ

ରାୟଗଡା: ଅଦିନିଆ ବର୍ଷାକୁ ନେଇ ଅରେଞ୍ଜ ଆଲର୍ଟରେ ରହିଛି ରାୟଗଡା ଜିଲ୍ଲା । ଯାହାକୁ ନେଇ ଜିଲ୍ଲା କୃଷି ବିଭାଗ ତତ୍ପର ହୋଇଛି ଉଠିଛି । ଡାକଵାଜି ଯନ୍ତ୍ର ମାଧ୍ୟମରେ ଜିଲ୍ଲାର ଚାଷୀଙ୍କୁ ସତର୍କ କରିବା ସହ ଅମଳ ଧାନ, କପା, ମାଣ୍ଡିଆ ସହ ପନିପରିବା ଭଳି ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ସଚେତନତା କରାଯାଉଛି । ଅନ୍ୟପଟେ ଫସଲ ବିଲରେ ରହିଥିବା ବେଳେ ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ରହିଛନ୍ତି ଚାଷୀ ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ଡିସେମ୍ବର ୫ ତାରିଖରୁ ଦକ୍ଷିଣ ଓଡିଶାର ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତି ଭଳି 5ଟି ଜିଲ୍ଲା ବର୍ଷା ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ଏହି ସବୁ ଜିଲ୍ଲା ଗୁଡିକରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଣୁ ସମ୍ଭାବ୍ୟ ଅଦିନିଆ ବର୍ଷାରୁ ଫସଲ ସୁରକ୍ଷା ଦେବା ପାଇଁ ରାୟଗଡା ଜିଲ୍ଲା କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ..ମାଡି ଆସୁଛି ବାତ୍ୟା, ଫସଲକୁ ନେଇ ଚିନ୍ତାରେ ମାଲକାନଗିରି ଚାଷୀ

ଜିଲ୍ଲା କୃଷି ବିଭାଗ ପକ୍ଷରୁ କ୍ଷେତ୍ର କର୍ମଚାରୀ ଏବଂ ଡାକବାଜି ଯନ୍ତ୍ର ଦ୍ୱାରା ଧାନକୁ ବିଲରେ ନ ଶୁଖାଇବା, ଅମଳ ଉପଯୋଗୀ କପା ଫସଲକୁ ଅତି ଶୀଘ୍ର ଅମଳ କରିବା ଏବଂ ସୁରକ୍ଷିତ ସ୍ଥାନରେ ସାଇତି ରଖିବା, ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ କରିବା ପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ସହ ଜଳସେଚନ, ସାର ପ୍ରୟୋଗ ଓ କୀଟନାଶକ ଔଷଧ ସିଞ୍ଚନ ସାମୟିକ ବନ୍ଦ ରଖିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଡାକବାଜି ଯନ୍ତ୍ର ମାଧ୍ୟମରେ ଜିଲ୍ଲାର ୧୧ଗୋଟି ବ୍ଳକରେ ପ୍ରଚାର ପ୍ରସାର କରାଯାଉଥିବା କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋଜ କୁମାର ପ୍ରଧାନ ।

ଅନ୍ୟପଟେ ଏହି ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ରାୟଗଡା ଜିଲ୍ଲାର ଚାଷୀ । କାହା ଜମିରେ ଧାନ ଅମଳ ହୋଇଥିବା ବେଳେ ଅନେକ ଚାଷୀଙ୍କ ଫସଲର ଅମଳ ସମୟ । ଧାନ ଅମଳ କରି କେଉଁ ଚାଷୀ ଖୋଲାରେ ଢାଳିଛି ତ ଆଉ କିଏ ତଳେ ପକାଇ ରଖିଛି । କେତେକ ସ୍ଥାନରେ ଜମିରେ ଧାନ ଗଛ ଶୋଇ ରହିଛି । ଜିଲ୍ଲାରେ ଗତ ସପ୍ତାହରେ ହୋଇଥିବା ଅଦିନିଆ ବର୍ଷା ଅନେକ ଚାଷୀଙ୍କ ଫସଲକୁ ନଷ୍ଟ କରି ଦେଇଥିବା ବେଳେ ଆସୁଥିବା ସମ୍ଭାବ୍ୟ ଅଦିନିଆ ବର୍ଷା ଅଧିକ ପ୍ରଭାବିତ କରିପାରେ । ଯାହାକୁ ନେଇ ଚିନ୍ତାରେ ଚାଷୀକୂଳ ରହିଛନ୍ତି ।

ଇଟିଭି ଭାରତ, ରାୟଗଡା

Last Updated : Dec 4, 2023, 10:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.