ETV Bharat / state

ପୌର ପରିଷଦର ଜବରଦଖଲ ଉଚ୍ଛେଦ, 7 ଦିନର ସମୟ ମାଗିଲେ ବ୍ୟବସାୟୀ - 7 ଦିନର ସମୟ ମାଗିଲେ ବ୍ୟବସାୟୀ

ରାୟଗଡା ପୌରପରିଷଦ ତରଫରୁ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ଅଭିଯାନ । 7 ଦିନ ପାଇଁ ଉଚ୍ଛେଦ ସ୍ଥଗିତ ରଖିବାକୁ ପୌରପରିଷଦକୁ ଅନୁରୋଧ କଲେ ଦୋକାନୀ । ଅଧିକ ପଢ଼ନ୍ତୁ

ରାୟଗଡା ପୌରପରିଷଦ ତରଫରୁ ଆରମ୍ଭ ହୋଇଛି ଜବର ଦଖଲ ଉଚ୍ଛେଦ ଅଭିଯାନ

author img

By

Published : Jul 16, 2023, 10:41 PM IST

ରାୟଗଡା ପୌରପରିଷଦ ତରଫରୁ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ଅଭିଯାନ

ରାୟଗଡା: ସହରକୁ ସୁନ୍ଦର କରିବା ପାଇଁ ରାୟଗଡ଼ା ପୌରପରିଷଦ ତରଫରୁ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ଅଭିଯାନ । ସହରର ମୁଖ୍ୟ ରାସ୍ତାଗୁଡ଼ିକରେ ଦିନକୁ ଦିନ ଜବାରଦଖଲକାରୀଙ୍କ ସଂଖ୍ୟା ବଢିଥିବା ବେଳେ ଏହି ଜବାରଦଖଲଗୁଡିକ ଖାଲି କରିବାକୁ ଗତ 9 ତାରିଖରୁ 15 ତାରିଖ 7 ଦିନ ପର୍ଯ୍ୟନ୍ତ ଡାକ ବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଥିଲା । ଆଜି ସହରର ଅଶୋକ ସିନେମା ହଲ୍‌ଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଅଞ୍ଚଳରେ ମ୍ୟୁନିସିପାଲଟି ଦ୍ଵାରା ନିର୍ମିତ ପାଦଚଲା ରାସ୍ତାକୁ ବ୍ୟବସାୟୀମାନେ ଜବରଦଖଲ କରିଥିବା ବେଳେ ଏହାକୁ ପ୍ରାଥମିକ ସ୍ତରରେ ଉଚ୍ଛେଦ ଆରମ୍ଭ ହୋଇଛି ।

ତେବେ ଏହି ଉଚ୍ଛେଦକୁ 7 ଦିନ ପାଇଁ ସ୍ଥଗିତ ରଖିବାକୁ ଦୋକାନୀ ପୌରପରିଷଦକୁ ଅନୁରୋଧ କରିଥିଲେ । 7 ଦିନ ସମୟ ସୀମା ମଧ୍ୟରେ ସମ୍ପୃକ୍ତ ଅଞ୍ଚଳର ବ୍ୟବସାୟୀମାନେ ନିଜେ ନିଜେ ଜବରଦଖଲ ହଟେଇ ନେବା ପାଇଁ ପ୍ରତିଶ୍ରୁତି ଦେବା ପରେ ପୌରନିର୍ବାହୀ ଅଧିକାରୀ ଉଚ୍ଛେଦ ପକ୍ରିୟାକୁ ସ୍ଥଗିତ ରଖିଛନ୍ତି । କେବଳ ଅଶୋକ ସିନେମା ହଲ ଅଞ୍ଚଳ ନୁହେଁ ସହରର ମୁଖ୍ୟ ରାସ୍ତା, ଓଭର ବ୍ରିଜ୍‌ ଉଭୟ ପାର୍ଶ୍ଵ , ଜ୍ୟୋତି ମହଲ ଛକ ଭଳି ଅନେକ ଅଞ୍ଚଳରେ ଜବରଦଖଲକାରୀଙ୍କ ଦ୍ଵାରା ରାସ୍ତା ଅବରୋଧ କରାଯାଇଥିବା ପୌରପରିଷଦ ପକ୍ଷରୁ କୁହାଯାଇଛି ।

ଏହି ବି ପଢ଼ନ୍ତୁ: ରାସ୍ତା ଚଉଡା ପାଇଁ ଜବରଦଖଲ ଉଚ୍ଛେଦ, ବ୍ୟବସାୟୀଙ୍କ ପ୍ରତିବାଦ

ରାୟଗଡା ସହରରେ ଆଗକୁ ରେଳ ବିଭାଗର ଡିଭିଜନ ଅଫିସ ନିର୍ମାଣ ଯୋଜନା ରହିଥିବା ବେଳେ ଧୀରେଧୀରେ ସହରର କଳେବର ସାଙ୍ଗକୁ ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ରାୟଗଡା ସହରରେ 30% ପୌରପରିଷଦର ମୂଲ୍ଯବାନ ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି । ଯଦିଓ ଅର୍ଥର ଅଭାବ ନାହିଁ ତଥାପି ଜାଗା ଅଭାବ ଯୋଗୁଁ ବହୁ ଯୋଜନା କାର୍ଯ୍ୟକାରୀ ହୋଇ ପାରୁନାହିଁ ।

ତେଣୁ ଆସନ୍ତା ଏକ ସପ୍ତାହ ମଧ୍ୟରେ ସ୍ଵତଃ ପ୍ରଭୃତ ଭାବେ ନିଜେନିଜେ ଜବରଦଖଲରୁ ନହଟିଲେ ବାଧ୍ୟ ହୋଇ ପୌର ପ୍ରଶାସନ ଏହି ସବୁ ଅଞ୍ଚଳ ଖାଲି କରିବାକୁ ପଦକ୍ଷେପ ନେବ ବୋଲି କହିଛନ୍ତି ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ୟାସୀର ଅହମ୍ମଦ କହିଛନ୍ତି । ଆଜିର ଏହି ଉଚ୍ଛେଦ କାର୍ଯ୍ୟକ୍ରମରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟିକୁ ନଜରରେ ରଖି ବ୍ୟାପକ ପୋଲିସ ମୁତୟନ ସହ ପୌରକର୍ମଚାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.