ETV Bharat / state

ଖବର ପ୍ରସାରଣ ପରେ ଟ୍ରାଇ ସାଇକେଲ ପାଇଲେ ଦିବ୍ୟାଙ୍ଗ ଯୁବତୀ - rayagada dibyanga girl news

ଇଟିଭି ଭାରତରେ ଖବର ପ୍ରସାରଣ ପରେ ଟ୍ରାଇ ସାଇକେଲ ପାଇଲେ ରାୟଗଡାର ଦିବ୍ୟାଙ୍ଗ ଯୁବତୀ କବିତା ନାଏକ । ଅଧିକ ପଢନ୍ତୁ...

ଖବର ପ୍ରସାରଣ ପରେ ଟ୍ରାଇ ସାଇକେଲ ପାଇଲେ ଦିବ୍ୟାଙ୍ଗ ଯୁବତୀ

author img

By

Published : Oct 2, 2020, 9:45 AM IST

ରାୟଗଡା: ଇଟିଭି ଭାରତରେ ଖବର ପ୍ରସାରଣ ପରେ ଦିବ୍ୟାଙ୍ଗ ଯୁବତୀଙ୍କୁ ମିଳିଲା ଟ୍ରାଇ ସାଇକେଲ । ରାୟଗଡା ଜିଲ୍ଲା ପିତାଯୋଡି ଗ୍ରାମର ଦିବ୍ୟାଙ୍ଗ ଯୁବତୀ କବିତା ନାଏକଙ୍କୁ ସରକାର ଟ୍ରାଇ ସାଇକେଲ ପ୍ରଦାନ କରିଛନ୍ତି ।

ଖବର ପ୍ରସାରଣ ପରେ ଟ୍ରାଇ ସାଇକେଲ ପାଇଲେ ଦିବ୍ୟାଙ୍ଗ ଯୁବତୀ

ଜିଲ୍ଲାର କାଶିପୁର ବ୍ଲକ ଟିକିରି ପଞ୍ଚାୟତ ପିତାଯୋଡି ଗ୍ରାମର ଦିବ୍ୟାଙ୍ଗ ଯୁବତୀ କବିତା ନାଏକ । ଭାଗ୍ୟର ବିଡମ୍ବନାରୁ ଜନ୍ମରୁ ସେ ପୋଲିଓ ରୋଗରେ ପୀଡିତ ହୋଇ ଗୋଡ ଦୁଇଟି ହରାଇଥିଲେ ।

ତେବେ ଚାଲି ବୁଲି ପାରୁନଥିବା କବିତାଙ୍କ ପାଇଁ ସାତସପନ ଥିଲା ଟ୍ରାଇ ସାଇକେଲ ଟିଏ । ଏନେଇ ଇଟିଭି ଭାରତରେ କବିତା କିପରି ସରକାରୀ ସୁବିଧାରୁ ବଞ୍ଚିତ ସେନେଇ ଏକ ବିସ୍ତୃତ ରିପୋର୍ଟ ଗତ ମାସ 10 ତାରିଖରେ ପ୍ରସାରଣ କରାଯାଇଥିଲା । ଏପରିକି ଦିବ୍ୟାଙ୍ଗ ଯୁବତୀ କବିତାଙ୍କ ଅଭାବ ଅସୁବିଧାକୁ ନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରଯାଇଥିଲା ।

ଫଳରେ ଜିଲ୍ଲାପ୍ରଶାସନର ନିର୍ଦ୍ଦେଶରେ କାଶୀପୁର ବିଡିଓଙ୍କ ନେତୃତ୍ବରେ ଏକ ଟିମ ପିତାଯୋଡି ଗାଁକୁ ଯାଇ କବିତାଙ୍କୁ ଭେଟିବା ସହ ଟ୍ରାଇ ସାଇକେଲ ଦେଇଛନ୍ତି । ସେହିପରି ଆଗାମୀ ଦିନରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ତାଙ୍କ ପରିବାରକୁ ଘର ଖଣ୍ଡିଏ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.