ରାୟଗଡା: ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଜଣେ ଇଞ୍ଜିନିୟରଙ୍କ ମୁନିଗୁଡାସ୍ଥିତ କମ୍ପାନୀ ଗେଷ୍ଟ ହାଉସରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଗତ 15 ଦିନ ତଳେ ସେ ଦିଲ୍ଲୀରୁ ଲାଞ୍ଜିଗଡ଼ ବେଦାନ୍ତ ସହଯୋଗୀ କମ୍ପାନୀ ମେଟସୋ ଇଣ୍ଡିଆ ଲିମିଟେଡ଼ କମ୍ପାନୀରେ ଯୋଗ ଦେଇ କାର୍ଯ୍ୟ କରୁଥିଲେ ଇଞ୍ଜିନିୟର ବିରେନ୍ଦ୍ର କୁମାର ଶର୍ମା ।
ଗତକାଲି(ମଙ୍ଗଳବାର) ନିଜ ଡିଉଟି ସାରି ଫେରି କମ୍ପାନୀ ଗେଷ୍ଟ ହାଉସରେ ଶୋଇଥିଲେ । ହେଲେ ଆଜି ସକାଳୁ କବାଟ ଖୋଲିନଥିବା ବେଳେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ମାଜିଷ୍ଟ୍ରେଟ ଓ ଏସଡିପିଓଙ୍କ ଉପସ୍ଥିତିରେ ମୃତଦେହ ପଞ୍ଚନାମା କରାଯାଇଛି । ପରିବାର ଲୋକେ ପହଞ୍ଚିବା ପରେ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି ।
ଇଟିଭି ଭାରତ, ରାୟଗଡା