ETV Bharat / state

ନୂଆଗାଁରେ ଦନ୍ତା ଆତଙ୍କ, ଭୟଭୀତ ଅଞ୍ଚଳବାସୀ - ଭୟଭୀତ ନୁଆଗାଁ ଅଞ୍ଚଳବାସୀ

ରାୟଗଡ଼ା ଜିଲ୍ଲା ମୁନିଗୁଡା ରେଞ୍ଜ ଅଧିନସ୍ଥ ନୂଆଗାଁ ନିକଟରେ ଦନ୍ତା ହାତୀକୁ ଦେଖି ଲୋକେ ଭୟଭୀତ ହୋଇଛନ୍ତି । ଅଧିକ ପଢନ୍ତୁ...

ଦନ୍ତା ହାତୀକୁ ନେଇ ଭୟଭୀତ ନୁଆଗାଁ  ଅଞ୍ଚଳବାସୀ
ଦନ୍ତା ହାତୀକୁ ନେଇ ଭୟଭୀତ ନୁଆଗାଁ ଅଞ୍ଚଳବାସୀ
author img

By

Published : Oct 18, 2020, 6:18 PM IST

ରାୟଗଡ଼ା: ଦନ୍ତାକୁ ଦେଖି ନୂଆଗାଁ ଲୋକ ଭୟଭୀତ । ରାୟଗଡ଼ା ଜିଲ୍ଲା ମୁନିଗୁଡା ରେଞ୍ଜ ଅଧିନସ୍ଥ ନୂଆଗାଁ ନିକଟରେ ଦନ୍ତା ହାତୀକୁ ଦେଖି ଲୋକେ ଭୟଭୀତ ହୋଇଛନ୍ତି ।

ହାତୀଟି ବଂଶଧାରା ନଦୀରେ ପାଣି ପିଇବାକୁ ଆସିଥିବାବେଳେ ଲୋକେ ହାତୀକୁ ଦେଖି ଭୟଭୀତ ହୋଇଥିଲେ । ଏହି ଦନ୍ତାହାତୀଟି କନ୍ଧମାଳ ଜିଲ୍ଲାରୁ କୌଣସି ଏକ ହାତୀ ପଲରୁ ଅଲଗା ହୋଇ ରାୟଗଡ଼ା ଜିଲ୍ଲା ଭିତରକୁ ପଶି ଆସିଥିବା ଅନୁମାନ ବନବିଭାଗ କରୁଛି ।

ଦନ୍ତା ହାତୀକୁ ନେଇ ଭୟଭୀତ ନୁଆଗାଁ ଅଞ୍ଚଳବାସୀ

ଖବରପାଇ ବନ ବିଭାଗର ଅଧିକାରୀମାନେ ଏହି ଅଞ୍ଚଳରେ ହାତୀକୁ ଜଗି ରହିଛନ୍ତି । ଏହି ଦନ୍ତା ବ୍ୟତୀତ ଆଉ କିଛି ହାତୀ ମଧ୍ୟ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ନିକଟରେ ଜନବସତି ଥିବା ସହ ଏବେ କ୍ଷେତରେ ଧାନ ଫଳିବା ସମୟ ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସୁରକ୍ଷା ଦୃଷ୍ଟିରୁ ଉକ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ କରଯାଇଛି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.