ETV Bharat / state

ଚାଷୀଙ୍କୁ ଘାରିଛି ମରୁଡି ଚିନ୍ତା, କୃଷି ବିଭାଗର ଚିନ୍ତା ଫସଲ ବୀମା

ଆକାଶରେ ଦେଖାଯାଉନି ଆଉ କଳାହାଣ୍ଡିଆ ମେଘ କି ଲାଗି ରହୁନି ଝିପିଝିପି ବର୍ଷା । ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟି ଯୋଗୁଁ ରାୟଗଡା ଜିଲ୍ଳାରେ ମରୁଡିର ଆଶଙ୍କା ଦେଖାଦେଇଛି । ଯାହାକୁ ନେଇ ହତାଶ ହୋଇପଡିଛନ୍ତି ଚାଷୀକୂଳ ।

author img

By

Published : Jul 27, 2019, 1:10 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ଆଷାଢ ଯାଇ ଶ୍ରାବଣ ହେଲାଣି ହେଲେ ବର୍ଷାର ନାହିଁ ଖୋଜ ଖବର । ସେପଟେ ମୌସୁମୀକୁ ନେଇ ପାଣିପାଗ ବିଭାଗର ଆକଳନ ମଧ୍ୟ ଫେଲ ମାରିଲାଣି । ଏବେ ଚିନ୍ତା ଘାରିଛି ମରି ଯାଉଥିବା ଧାନ ତଳିକୁ ବଞ୍ଚାଇବେ କିପରି ? ତେଣେ ମୌସୁମୀର ଲୁଚକାଳି ଖେଳକୁ ଦେଖି ପ୍ରଶାସନ ମଧ୍ୟ ହାତ ଟେକି ଦେଲାଣି । ଚାଷୀଙ୍କ ଜମିକୁ ପାଣି ବଦଳରେ ଫସଲ ବୀମାକୁ ଗୁରୁତ୍ବ ଦେବାକୁ ଏବେ ଉପଦେଶ ଦେଉଛି ପ୍ରଶାସନ । ଜିଲ୍ଲାର ମରୁଡି ସ୍ଥିତିକୁ ନେଇ ଦେଖନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଆକାଶରେ ଦେଖାଯାଉନି ଆଉ କଳା ହାଣ୍ଡିଆ ମେଘ କି ଲାଗି ରହୁନି ଝିପିଝିପି ବର୍ଷା । ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟି ଯୋଗୁଁ ରାୟଗଡା ଜିଲ୍ଳାରେ ଗଜା ମରୁଡିର ଆଶଙ୍କା ଦେଖାଦେଇଛି । ଯାହାକୁ ନେଇ ହତାଶ ହୋଇ ପଡିଛନ୍ତି ଚାଷୀକୂଳ । ଧାରା ଶ୍ରାବଣରେ ଏବେ ଆଉ ବେଙ୍ଗଙ୍କ କେଁ କଟର ରଡ଼ି ବି ଶୁଭା ଯାଉନାହିଁ । ଜିଲ୍ଳାରେ ହଜାର ହଜାର ହେକ୍ଟର ଜମି ଚାଷ ନ ହୋଇ ଗାଈଗୋରୁଙ୍କ ଚରାଭୂମି ପାଲଟିଛି ।

କେଉଁଠି ତଳିଘରା ସବୁ ପାଣି ଅଭାବରୁ ଫାଟି ଆଁ କଲାଣି ତ ପୁଣି କେଉଁଠି ତଳି ବୁଢ଼ା ହୋଇଗଲାଣି । ଏପଟେ ଚାଷୀ ଋଣ କରଜ କରି ଖରିଫ ଫସଲ ପାଇଁ ବିହନ ପକାଇ ସାର ସାଇତି ରଖିଥିବା ବେଳେ ବର୍ଷା ଅଭାବ ଯୋଗୁଁ ମରୁଡ଼ିର ଆସନ୍ନ ପଦଧ୍ବନିକୁ ନେଇ ଚିନ୍ତା ବଢିଛି ଚାଷୀକୂଳର ।

ସେହିପରି ଜିଲ୍ଳାରେ କ୍ଷୁଦ୍ର ଜଳସେଚନ ବିଭାଗରୁ ଛୋଟ ବଡ ଅନେକ ଆଡିବନ୍ଧ ରହିଥିଲେ ମଧ୍ୟ ବିଭାଗୀୟ ପରିଚାଳନା ଗତ ତ୍ରୁଟି ଯୋଗୁଁ ଡ୍ୟାମ ଗୁଡ଼ିକର କ୍ୟାଚମେଣ୍ଟ ଏରିଆ ଗୁଡ଼ିକ ପୋତି ହେବାକୁ ବସିଲାଣି । ଫଳରେ ବର୍ଷା ଅଭାବରୁ କୌଣସି ଗୋଟିଏ ଚେକଡ୍ୟାମରେ ପାଣି ଟୋପାଏ ନାହିଁ ।

ଚଳିତ ବର୍ଷ ଜିଲ୍ଳାରେ 1 ଲକ୍ଷ 74ହଜାର ହେକ୍ଟର ଚାଷଜମି ମଧ୍ୟରୁ 55 ହଜାର 477 ହେକ୍ଟରରେ ଧାନଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି କୃଷି ବିଭାଗ । ତେବେ ଜୁଲାଇ ଶେଷ ସପ୍ତାହ ସୁଦ୍ଧା 60ପ୍ରତିଶତ କମ ବୃଷ୍ଟିପାତ ହୋଇଥିବା ବେଳେ ମାତ୍ର ଶତକଡ଼ା 9 ଭାଗ ଜମିରେ ରୁଆ କାର୍ଯ୍ୟ ସରିଛି । ତେଣେ ସମ୍ଭାବ୍ୟ ମରୁଡି ଆଶଙ୍କାକୁ ନେଇ ପର୍ଯ୍ୟାପ୍ତ ପରିମାଣର ବିହନ ଗଚ୍ଛିତ ରଖାଯିବା ସହ ଫସଲ ବୀମା ପାଇଁ ଚାଷୀଙ୍କୁ ସଚେତନ କରାଯାଉଥିବା ଜିଲ୍ଳା କୃଷି ଉପନିର୍ଦ୍ଦେଶକ ପ୍ରକାଶ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro: ଆଷାଢ ଯାଇ ଶ୍ରାବଣ ହେଲାଣି ହେଲେ ବର୍ଷାର ଦେଖାନାହିଁ । ସେପଟେ ମୈସୁମିକୁ ନେଇ ପାଣିପାଗ ବିଭାଗର ଆକଳନ ମଧ୍ୟ ଫେଲ ମାରିଲାଣି । ବର୍ତମାନ ସ୍ଥିତରେ ଆଉ ଚାଷୀର ଭରସା ପାଉନି ଧାରା ଶ୍ରାବଣର ବର୍ଷା ହେବ । ଏବେ ଚିନ୍ତା ଘାରିଛି ମରିଯାଉଥିବା ଧାନ ତଳିକୁ ବଚେଂଇବେ କିପରି । ମୈସୁମିର ଲୁଚକାଳି ଖେଳକୁ ଦେଖି ପ୍ରଶାସନ ମଧ୍ୟ ହାତ ଟେକି ଦେଲାଣି । ତେବେ ଚାଷୀଙ୍କ ଜମିକୁ ପାଣି ବଦଳରେ ଫସଲ ବୀମାକୁ ଗୁରୁତ୍ୱ ଦେବାକୁ ଏବେ ଉପଦେଶ ଦେଉଛି ପ୍ରଶାସନ । ଜିଲ୍ଲାର ମରୁଡି ସ୍ଥିତିକୁ ନେଇ ଇଟିଭିର ସ୍ୱତନ୍ତ୍ର ରିପୋର୍ଟ ।Body:ଆକାଶରେ ଦେଖାଯାଉନି ଆଉ କଳା ହାଣ୍ଡିଆ ମେଘ କି ଲାଗି ରହୁନି ଝିପି ଝିପି ବର୍ଷା । ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ଯୋଗୁଁ ରାୟଗଡ ଜିଲ୍ଳାରେ ଗଜା ମରୁଡିର ଆଶଙ୍କା ଦେଖାଦେଇଛି । ଯାହାକୁ ନେଇ ହତାଶ ହୋଇ ପଡିଛନ୍ତି ଚାଷୀକୂଳ । ଧାରା ଶ୍ରାବଣରେ ଏବେ ଆଉ ବେଙ୍ଗଙ୍କ କେଁ କଟର ରଡ଼ି ଶୁଭାଯାଉନାହିଁ । ଜିଲ୍ଳାରେ ହଜାର ହଜାର ହେକ୍ଟର ଜମି ଚାଷ ନ ହୋଇ ଗାଈଗୋରୁଙ୍କ ଚରାଭୂମି ପାଲଟିଛି । କେଉଁଠି ତଳିଘରା ସବୁ ପାଣି ଅଭାବରୁ ଫାଟି ଆଁ କଲାଣି ତ ପୁଣି କେଉଁଠି ତଳି ବୁଢ଼ା ହୋଇଗଲାଣି । ଏପଟେ ଚାଷି ରୁଣକରଜ କରି ଖରିଫ ଫସଲପାଇଁ ବିହନ ପକାଇ ସାର ସାଇତି ରଖିଥିବା ବେଳେ ବର୍ଷା ଅଭାବ ଯୋଗୁଁ ମରୁଡ଼ିର ଆସନ୍ନ ପଦ ଧ୍ୱନୀକୁ ନେଇ ଚିନ୍ତା ବଢ଼େଇ ଦେଇଛି ଚାଷୀକୁଳର । ସେହିପରି ଜିଲ୍ଳାରେ କ୍ଷୁଦ୍ର ଜଳସେଚନ ବିଭାଗରୁ ଛୋଟବଡ ଅନେକ ଆଡିବନ୍ଧ ରହିଥିଲେ ବିଭାଗିୟ ପରିଚାଳନାଗତ ତୃଟି ଯୋଗୁଁ ଡେମଗୁଡ଼ିକର କେଚମେଟଂ ଏରିଆ ଗୁଡ଼ିକ ପୋତିହେବାକୁ ବସିଲାଣି । ଫଳରେ ବର୍ଷା ଅଭାବରୁ ଯୋଗୁଁ କୈାଣସି ଗୋଟିଏ ଚେକଡ୍ୟାମରେ ପାଣି ଟୋପାଏ ନାହିଁ ।
ବାଇଟ୍-୧-ନାରାୟଣ ପ୍ରଧାନୀ (ଚାଷୀ)
ବାଇଟ୍-୨- କିଶୋର ଚନ୍ଦ୍ର ମିଶ୍ର (ଚାଷୀ)Conclusion:ଚଳିିତ ବର୍ଷ ରାୟଗଡ ଜିଲ୍ଳାରେ ୧ଲକ୍ଷ ୭୪ହଜାର ହେକ୍ଟର ଚାଷଜମି ମଧ୍ୟରୁ ୫୫୪୭୭ ହେକ୍ଟରରେ ଧାନଚାଷ ପାଇଁ ଲକ୍ଷ ଧାର୍ଯ୍ୟ କରିଛି କୃଷିବିଭାଗ । ତେବେ ଜୁଲାଇ ଶେଷ ସପ୍ତାହ ସୁଦ୍ଧା ୬୦ପ୍ରତିଶତ କମ ବୃଷ୍ଟିପାତ ହୋଇଥିବା ବେଳେ ମାତ୍ର ଶତକଡ଼ା ୯ ଭାଗ ଜମିରେ ରୁଆରୁଇ ସରିଛି । ତେବେ ସମ୍ଭାବ୍ୟ ମରୁଡି ଆଶଙ୍କାଙ୍କୁ ନେଇ ପର୍ଯ୍ୟାପ୍ତ ପରିମାଣର ବିହନ ଗଚ୍ଛିତ ରଖାଯିବା ସହ ଫସଲ ବୀମା ନିମନ୍ତେ ଚାଷୀଙ୍କୁ ସଚେତନ କରାଯାଉଥିବା ଜିଲ୍ଳା କୃଷି ଉପନିର୍ଦ୍ଦେଶକ ପ୍ରକାଶ କରିଛନ୍ତି ।
ବାଇଟ୍-୨- ଭିମା କାଡ୍ରାକା (ଚାଷୀ)
ବାଇଟ୍-୪-କୃଷ୍ଣଚନ୍ଦ୍ର ସିଂ (ଜିଲ୍ଳା କୃଷି ଉପନିର୍ଦ୍ଦେଶକ ,ରାୟଗଡା)
ପିଟୁସି – ରଞ୍ଜନ ରଥ,ରାୟଗଡା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.