ETV Bharat / state

ଗୁଣିଗାରେଡି ସନ୍ଦେହରେ ଡବଲ୍ ମର୍ଡର - double murder case in Rayagada

ଗୁଣିଗାରେଡି ସନ୍ଦେହରେ ଡବଲ୍ ମର୍ଡର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ବଡକସାପାଡୁ ଗ୍ରାମରେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଗୁଣିଗାରେଡି ସନ୍ଦେହରେ ଡବଲ୍ ମର୍ଡର
ଗୁଣିଗାରେଡି ସନ୍ଦେହରେ ଡବଲ୍ ମର୍ଡର
author img

By

Published : Jun 15, 2020, 8:23 PM IST

Updated : Jun 16, 2020, 4:06 AM IST

ରାୟଗଡା: ଗୁଣିଗାରେଡି ସନ୍ଦେହରେ ଡବଲ୍ ମର୍ଡର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ବଡକସାପାଡୁ ଗ୍ରାମରେ । ଗୁଣି କରୁଥିବା ଅଭିଯୋଗ କରି ଗ୍ରାମର ପ୍ରେମାନନ୍ଦ ମାଣ୍ଡାଙ୍ଗି ସେହି ଗ୍ରାମର ଦୁଇ ବୃଦ୍ଧ ବନ୍ଧୁ ଯଦୁମଣି ମାଣ୍ଡାଙ୍ଗି ଓ ପୋଲି ତାଡିଙ୍ଗିକୁ ଟାଙ୍ଗିଆରେ ଅତି ନିର୍ମମ ଭାବେ ହତ୍ୟା କରିଛି ।

ଗୁଣିଗାରେଡି ସନ୍ଦେହରେ ଡବଲ୍ ମର୍ଡର

ଗ୍ରାମ ନିକଟ ଏକ ଜଙ୍ଗଲରେ ଯଦୁମଣିକୁ ହତ୍ୟା କରିଥିବା ବେଳେ ସେହି ଗାଁ ପାଖରେ ପୋଲିକୁ ଟାଙ୍ଗିଆ ଓ କାତି ସାହାଯ୍ୟରେ ହତ୍ୟା କରିଛି । ଦୀର୍ଘ ଦିନ ହେବ ଏହି ଦୁଇଜଣ ପ୍ରେମାନନ୍ଦର 3ଜଣଙ୍କୁ ଗୁଣିଆ କରି ମାରିଥିବା ଅଭିଯୁକ୍ତ ପ୍ରକାଶ କରିଛି । ଏନେଇ ଗତ ତିନି ମାସ ତଳେ ଗ୍ରାମରେ ଏକ ବୈଠକ ବସିବା ସହ ଦୁଇ ମୃତ ବୃଦ୍ଧଙ୍କୁ ଗୁଣିଆ କରୁଛ କହି ତିନି ହଜାର ଟଙ୍କା ଜୋରିମାନା ଦଣ୍ଡିତ କରାଯାଇଥିଲା ।

ପରେ ସେମାନେ ଆଉ ଜୋରିମାନା ଦେଇ ନଥିଲେ । ତେବେ ପ୍ରତିଶୋଧ ପରାୟଣ ହୋଇ ଆଜି ପ୍ରେମାନନ୍ଦ ଦୁଇ ବୃଦ୍ଧଙ୍କୁ ହତ୍ୟା କରିଛି । ତେବେ ଏନେଇ ପରିବାର ଲୋକେ ଶେଷଖାଲ ଥାନାରେ ଖବର ଦେବା ପରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ପ୍ରେମାନନ୍ଦ ତାଡିଙ୍ଗିକୁ ଅଟକ ରଖିଛି । ଅନ୍ୟପଟେ ଏହି ଘଟଣାରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Jun 16, 2020, 4:06 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.