ETV Bharat / state

ପୋଲିସର ଦମନ ଲୀଳା ବିରୋଧରେ ଡଙ୍ଗରିଆଙ୍କ ପ୍ରତିବାଦ ଶୋଭାଯାତ୍ରା

ମାଓପ୍ରବଣ ଅଞ୍ଚଳରେ ବଢିବାରେ ଲାଗିଛି ପୋଲିସର ଦମନ ଲୀଳା । ପ୍ରତିବାଦରେ ସୋମବାର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମୁନିଗୁଡାର ଶତାଧିକ ଡଙ୍ଗରିଆ ଆଦିବାସୀ ।

author img

By

Published : May 27, 2019, 6:09 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ମାଓପ୍ରବଣ ଅଞ୍ଚଳରେ ବଢିବାରେ ଲାଗିଛି ପୋଲିସର ଦମନ ଲୀଳା । ଯାହାର ଶିକାର ହୋଇ ଗତ 15 ତାରିଖରେ ନିୟମଗିରି ସୁରକ୍ଷା ସମିତି ସଭ୍ୟ ଦଧି କାଡ୍ରାକାଙ୍କୁ ଗିରଫ କରିଥିଲା ମୁନିଗୁଡା ପୋଲିସ । ପ୍ରତିବାଦରେ ସୋମବାର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମୁନିଗୁଡାର ଶତାଧିକ ଡଙ୍ଗରିଆ ଆଦିବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଡଙ୍ଗରିଆମାନେ ଶୋଭାଯାତ୍ରା କରି ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହ ସ୍ଥାନୀୟ ଏସ୍‌ଡିପିଓ ଚନ୍ଦ୍ରଶେଖର ହୋତାଙ୍କୁ ଏନେଇ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ସୂଚନା ମୁତାବକ ସ୍ଥାନୀୟ ମୁନିଖୋଲ ହାଟପଦାରୁ ଲିଙ୍ଗରାଜ ଅଜାଦଙ୍କ ନେତୃତ୍ବରେ ଏହି ଶୋଭାଯାତ୍ରା ବାହାରିଥିଲା । ଏଥିରେ ପ୍ରଫୁଲ୍ଲ ସାମନ୍ତରା, ନିୟମଗିରି ସୁରକ୍ଷା ସମିତି ସଭାପତି ଲଦ ସିକକା, ଦାଧି ପୁସିକା ପ୍ରମୁଖ ଉପସ୍ଥିତ ରହିଥିଲେ ।

ତେବେ ଶୋଭାଯାତ୍ରାରେ ପୋଲିସର ଦମନଲୀଳାକୁ ବିରୋଧ କରାଯିବା ସହ ଗିରଫ ହୋଇଥିବା ଦଧିକୁ ଶୀଘ୍ର ଖଲାସ କରିବା ପାଇଁ ଦାବି କରାଯାଇଥିଲା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

hhdd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.