ETV Bharat / state

କୋରୋନା ଲଢେଇ: ସହରାଞ୍ଚଳ ଅପେକ୍ଷା ଅଧିକ ସଚେତନ ଗ୍ରାମାଞ୍ଚଳବାସୀ - ରାୟଗଡା ଖବର

ରାୟଗଡା ଜିଲ୍ଲାର ନିୟମଗିରିରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ ଲକଡାଉନ ଦ୍ୱାରା ବେଶ ପ୍ରଭାବିତ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ଦ୍ୱାରା ସେମାନଙ୍କୁ କୋରୋନା ସହ ଲଢ଼ିବାକୁ କରାଯାଇଛି ସଚେତନ । ଯାହାକୁ ସେମାନେ ମାନୁଥିବା ଦେଖିବାକୁ ମିଳିଛି ।

Dongaria people maintain social distancing
କୋରୋନା ଲଢେଇ: ସହରାଞ୍ଚଳ ଅପେକ୍ଷା ଅଧିକ ସଚେତନ ଗ୍ରାମାଞ୍ଚଳବାସୀ
author img

By

Published : Apr 12, 2020, 12:47 AM IST

ରାୟଗଡା: କୋରୋନା ମୁକାବିଲା ପାଇଁ ସାରା ଦେଶରେ ତାଲାବନ୍ଦ ଜାରି ରହିଛି । ସାମାଜିକ ଦୂରତ୍ବ ବଜାୟ ରଖିବାକୁ ବାରମ୍ବାର ସଚେତନ କରାଯାଉଥିଲେ ବି ସହରାଞ୍ଚଳର ଶିକ୍ଷିତ ମଣିଷ ଏହାକୁ ଉଲ୍ଲଂଘନ କରୁଛନ୍ତି । କିନ୍ତୁ ଅନ୍ୟପଟେ ରାୟଗଡା ଜିଲ୍ଲାର ନିୟମଗିରିରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ ଲକଡାଉନ ଦ୍ୱାରା ବେଶ ପ୍ରଭାବିତ ହୋଇଛନ୍ତି ।

Dongaria people maintain social distancing
କୋରୋନା ଲଢେଇ: ସହରାଞ୍ଚଳ ଅପେକ୍ଷା ଅଧିକ ସଚେତନ ଗ୍ରାମାଞ୍ଚଳବାସୀ
Dongaria people maintain social distancing
କୋରୋନା ଲଢେଇ: ସହରାଞ୍ଚଳ ଅପେକ୍ଷା ଅଧିକ ସଚେତନ ଗ୍ରାମାଞ୍ଚଳବାସୀ

ଜିଲ୍ଲା ପ୍ରଶାସନ ଦ୍ୱାରା ସେମାନଙ୍କୁ କୋରୋନା ସହ ଲଢ଼ିବାକୁ କରାଯାଇଛି ସଚେତନ । ଆଉ ତାହାକୁ ମାନିଛନ୍ତି ଏହି ଆଦିମ ଜନଜାତି । ପିଡିଏସ ଚାଉଳ ନେବା ସମୟରେ ଏମାନେ ସମସ୍ତ ସାମାଜିକ ଦୂରତ୍ବ ବଜାୟ ରଖି ଚାଉଳ ନେଇଛନ୍ତି । ଏପରିକି ଗାଁକୁ ଯିବା ଏବଂ ଗାଁରେ ସାମାଜିକ ଦୂରତ୍ବ ରଖିଥିବା ନଜର ଆସିଛି ।

ଯଦିଓ ଡଙ୍ଗରିଆ ଭଳି ଏକ ଆଦିମ ଜନଜାତିରେ ଅଧିକାଂଶ ଅଶିକ୍ଷିତ ତେବେ ସେମାନେ ସମସ୍ତେ ସରକାର ଓ ଜିଲ୍ଲା ପ୍ରଶାସନ ଦ୍ବାରା ଦିଆଯାଇଥିବା ସଚେତନତାକୁ ମାନୁଛନ୍ତି । ଯାହା ନିଶ୍ଚିତରୂପେ ଅନ୍ୟ ମାନଙ୍କ ପାଇଁ ଶିଖିଣୀୟ । କେବଳ ସେତିକି ନୁହେଁ ଏମାନେ ନିଜ ହାତ ସଫା ରଖିବା ସହ ସାମାଜିକ ଦୂରତ୍ୱ ରଖିବା ସଭ୍ୟ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.