ETV Bharat / state

ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା, ସଂଗ୍ରହ ହୋଇପାରିଲାନି ସ୍ବାବ - ରାୟଗଡା ଖବର

ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ଯୋଗୁଁ ଶିରୋଝଲି ପଞ୍ଚାୟତବାସୀଙ୍କ ସ୍ବାବ ନମୁନା ସଂଗ୍ରହ ହୋଇପାରିନାହିଁ । ଅଧିକ ପଢନ୍ତୁ...

ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା, ସଂଗ୍ରହ ହୋଇପାରିଲାନି ସ୍ବାବ

author img

By

Published : Jul 5, 2020, 12:35 AM IST

ରାୟଗଡା: ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ଯୋଗୁଁ ଶିରୋଝଲି ପଞ୍ଚାୟତବାସୀଙ୍କ ସ୍ବାବ ନମୁନା ସଂଗ୍ରହ ହୋଇପାରିନାହିଁ । ଶିରିଝୋଲି ପଞ୍ଚାଯତର ବିଭିନ୍ନ ଗ୍ରାମରୁ ଶତାଧିକ ଲୋକଙ୍କୁ ଏକ ଘରୋଇ ବସ ଯୋଗେ ରାମନାଗୁଡା ବ୍ଳକର କୁଜେନ୍ଦ୍ରୀ ସଙ୍ଗରୋଧ କେନ୍ଦ୍ରକୁ ନିଆଯାଇଥିଲା । ହେଲେ ସେଠାରେ ଅବ୍ୟବସ୍ଥା କାରଣରୁ ଶତାଧିକ ଲୋକ ବର୍ଷାରେ ଭିଜି ଘରକୁ ଫେରିଥିବା ଦେଖିବାକୁ ମିଳିଛି ।

ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା, ସଂଗ୍ରହ ହୋଇପାରିଲାନି ସ୍ବାବ

ଶନିବାର ସକାଳୁ ଶିରିଝୋଲି ପଞ୍ଚାଯତର ବିଭିନ୍ନ ଗ୍ରାମରୁ ଶତାଧିକ ଲୋକଙ୍କୁ ଏକ ଘରୋଇ ବସରେ ସ୍ବାବ ପରୀକ୍ଷା ପାଇଁ କୁଜେନ୍ଦ୍ରୀ ସଙ୍ଗରୋଧ କେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ପହଞ୍ଚିବା ପରେ ଲୋକମାନଙ୍କୁ ନା ଦିଆଯାଇଥିଲା ଖାଦ୍ୟ ନା ପିଇବାକୁ ଟିକେ ପାଣି । ଫଳରେ ଲୋକମାନେ ଅସନ୍ତୋଷ ହୋଇ ବର୍ଷାରେ ଭିଜି ସଙ୍ଗରୋଧ କେନ୍ଦ୍ରରୁ ଚାଲିଚାଲି ଘରକୁ ଫେରିଥିଲେ । ଏପରିକି ସେଠାରେ ସ୍ବାବ ନମୁନା ମଧ୍ୟ ସଂଗ୍ରହ କରାଯାଇନଥିବା କହିଛନ୍ତି ଗ୍ରାମବାସୀ । ସେପଟେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ଦୃଷ୍ଟିରୁ ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି ।

ଶିରୋଝଲି ପଞ୍ଚାୟତର ବିଜୟପୁର ଗାଁରେ କୋରୋନା ସଂକ୍ରମଣ ଦେଖାଯିବା ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଯାଇଛି । ବାରିକ, ପାଇପମିସ୍ତ୍ରୀ ପରେ ଏବେ ସୁପର ସ୍ପ୍ରେଡର ତାଲିକାରେ ଗ୍ରୋସରୀ ଦୋକାନ ବଏ ରହିଛନ୍ତି । ପଜିଟିଭ ଚିହ୍ନଟ ହୋଇଥିବା ଗ୍ରୋସରୀ ଦୋକାନ ବଏ ବିଜୟପୁର ଗାଁର ହୋଇଥିବାରୁ କଣ୍ଟ୍ରାକ୍ଟ ଟ୍ରେସିଂକୁ ନେଇ ବଢ଼ିଛି ପ୍ରଶାସନର ମୁଣ୍ଡବ୍ୟଥା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.