ETV Bharat / state

କୋରୋନା ସ୍ଥିତି ଅନୁଧ୍ୟାନ କଲେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି

author img

By

Published : Apr 17, 2020, 6:01 PM IST

କୋରୋନା ସ୍ଥିତି ଅନୁଧ୍ୟାନ କଲେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି । ଲୋକଙ୍କୁ ସାମାଜିକ ଦୂରତା ନେଇ ମଧ୍ୟ ସଚେତନ କରିଛନ୍ତି । ଅଧିକ ପଢନ୍ତୁ...

DIG visit rayagada for corona inspection
କରୋନା ସ୍ଥିତି ଅନୁଧ୍ୟାନ କଲେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି

ରାୟଗଡା: ଆଜି ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ କୋରୋନା ସ୍ଥିତି ଅନୁଧ୍ୟାନ କରିଛନ୍ତି ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ସଫିନ ଅହମ୍ମଦ । ରାୟଗଡା ଓ ଚାନ୍ଦିଲି ଥାନା ଅଞ୍ଚଳରେ ଡିଆଇଜି ବୁଲି ଦେଖିବା ସହିତ ଲୋକଙ୍କୁ ସଚେତନ କରିଥିଲେ । ସାମାଜିକ ଦୂରତା ବଜାୟ ରଖିବା ସହ ବ୍ୟବସାୟୀମାନେ ନିଜର ବ୍ୟବସାୟ ସମୟରେ ଗ୍ରାହକଙ୍କ ପ୍ରତି ଧ୍ୟାନ ଦେବାପାଇଁ କହିଥିଲେ । ନିଜ ଦୋକାନରେ ଗହଳି ନକରିବା ପାଇଁ ବ୍ୟବସାୟୀଙ୍କୁ କହିଥିଲେ । ସାମାଜିକ ଦୂରତା ବଜାୟ ରଖି ନିଜ ଘରେ ରହିଲେ କୋଭିଦକୁ ଦୂରେଇ ହେବ ବୋଲି ଡିଆଇଜି କହିଛନ୍ତି ।

ଏଣେ ପୁଲିସର କାର୍ଯ୍ୟ କିଭଳି ଚାଲିଛି ତାହା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ସମ୍ମୀକ୍ଷା କରିଥିଲେ । ଡ୍ୟୁଟିରେ ନିୟୋଜିତ ଯବାନଙ୍କୁ ନିଜେ ସୁରକ୍ଷିତ ରହି ଲୋକଙ୍କୁ ସୁରକ୍ଷା ଦେବାପାଇଁ ପରାମର୍ଶ ଦେଇଥିଲେ । ରାୟଗଡା ସହରର ବିଭିନ୍ନ ବଜାର ସହ ଜେକେପୁର ଓ ଚାନ୍ଦିଲି ସ୍ଥିତି ବୁଲି ଦେଖିଥିଲେ । ଏହାପରେ ସାମ୍ବାଦିକଙ୍କୁ ସୂଚନା ଡିଆଇଜି କହିଥିଲେ ଯେ, ରାୟଗଡା ଜିଲ୍ଲାରେ କରୋନା ସ୍ଥିତି ଠିକ ରହିଛି । ତଥାପି ଅଧିକ ସତର୍କ ରହିବା ଆବଶ୍ୟକ । ପୁଲିସ ମଧ୍ୟ ନିଜ କାର୍ଯ୍ୟ ଠିକରେ ତୁଲାଉଛି ବୋଲି ସେ ପ୍ରକାଶ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.