ETV Bharat / state

ବ୍ୟବଚ୍ଛେଦ ବିଳମ୍ବକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା - ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ମୃତଦେହ ବ୍ୟବଚ୍ଛେଦ ବିଳମ୍ବକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଯାଇଛି । ଅଧିକ ପଢନ୍ତୁ....

rayagada
ବ୍ୟବଚ୍ଛେଦ ବିଳମ୍ବକୁ ନେଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଉତ୍ତେଜନା
author img

By

Published : Jan 6, 2020, 9:55 PM IST

ରାୟଗଡା: ମୃତଦେହ ବ୍ୟବଚ୍ଛେଦ ବିଳମ୍ବକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା । ମୃତ୍ୟୁର 18 ଘଣ୍ଟା ବିତି ଯାଇଥିଲେ ମଧ୍ୟ ବ୍ୟବଚ୍ଛେଦ କରିବାରେ ମେଡିକାଲ କର୍ତ୍ତୃପକ୍ଷ ଓ ପୋଲିସର ଅବହେଳା ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସମ୍ପର୍କୀୟ । ଏନେଇ ରାୟଗଡା ବ୍ଲକ କୁଲି ଗ୍ରାମ ପଞ୍ଚାୟତ ସରପଞ୍ଚ, ତାଙ୍କ ସମର୍ଥକ ଓ ମୃତ ଯୁବକର ସମ୍ପର୍କୀୟ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।

ବ୍ୟବଚ୍ଛେଦ ବିଳମ୍ବକୁ ନେଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଉତ୍ତେଜନା

ଗତକାଲି କୁଲି ଗ୍ରାମର ପ୍ରସାଦ କିଲାକା ନାମକ ଯୁବକ(30) ବିଷପାନ କରି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଦିନ 1 ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଓ ପୋଲିସ ଅଯଥା ବିଳମ୍ବ କରିବାରୁ ତାଙ୍କର ବ୍ୟବଚ୍ଛେଦ ହୋଇପାରି ନଥିଲା । ଏହାର ପ୍ରତିବାଦରେ ସରପଞ୍ଚ ଓ ତାଙ୍କ ସମର୍ଥକ ଧାରଣାରେ ବସିବା ସହ ଆଦିବାସୀ ମାନଙ୍କୁ ଚିକିତ୍ସା ସୁବିଧା ମିଳୁ ନଥିବା ତଥା ସେମାନଙ୍କୁ ହସ୍ପିଟାଲ କର୍ମଚାରୀ ମାନେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି । ଏହାପରେ ପୋଲିସ ଓ ସିଡ଼ିଏମଓ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଥିଲେ । ତେବେ ଗତକାଲି ରାତି ହୋଇଯିବାରୁ ନିୟମ ଅନୁଯାୟୀ ବ୍ୟବଚ୍ଛେଦ ବିଳମ୍ବ ହୋଇଥିବା ସିଡ଼ିଏମଓ କହିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ଶବ ବ୍ୟବଚ୍ଛେଦ ବିଳମ୍ବକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ଶବ ବ୍ୟବଚ୍ଛେଦ ବିଳମ୍ବକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ।ଗତକାଲି ବିଷପାନ କରି ଆତ୍ମହତ୍ୟା କରିଥିବା ଜଣେ ଯୁବକର ମୃତ୍ୟର 18 ଘଣ୍ଟା ବିତି ଯାଇଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ କରିବା ପାଇଁ ମେଡିକାଲକର୍ତୁପକ୍ଷ ଓ ପୋଲିସର ଅବହେଳା ନେଇ ରାୟଗଡା ବ୍ଲକ କୁଲି ଗ୍ରାମ ପଞ୍ଚାୟତ ସରପଂଚ, ତାଙ୍କ ସମର୍ଥକ ଓ ମୃତ ଯୁବକର ସମ୍ପର୍କୀୟ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମୁଖରେ ଧାରଣାରେ ବସିଛନ୍ତି । ଗତ କାଲି କୁଲି ଗ୍ରାମର ପ୍ରସାଦ କିଲାକା ନାମକ ଜଣେ ଯୁବକ (30) ବିଷ ପାନ କରି ଗୁରୁତର ଅବସ୍ଥାରେ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିବା ବେଳେ ଦିନ 1 ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ଘଟିଥିଲା । ତେବେ ଡାକ୍ତର ଖାନା କର୍ତ୍ତୃପକ୍ଷ ଓ ପୋଲିସ ଅଯଥା ବିଳମ୍ବ କରିବାରୁ ତାଙ୍କର ଶବ ବ୍ୟବଚ୍ଛେଦ ହୋଇପାରି ନଥିଲା । ଏହାର ପ୍ରତିବାଦରେ ସରପଞ୍ଚ ଓ ତାଙ୍କ ସମର୍ଥକ ଧାରଣାରେ ବସିବା ସହ ଆଦିବାସୀ ମାନଙ୍କୁ ଚିକିତ୍ସା ସୁବିଧା ମିଳୁ ନଥିବା ବେଳେ ସେମାନଙ୍କ ପ୍ରତି ହସ୍ପିଟାଲ କର୍ମଚାରୀ ମାନେ ତାଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି । ଏହାପରେ ପୋଲିସ ଓ ସିଡ଼ିଏମଓ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା ଜାରି ରଖିଥିବା ବେଳେ ଗତକାଲି ରାତି ହୋଇଯିବା ଯୋଙ୍ଗୁ ନିୟମ ଅନୁଯାୟୀ ଶବ ବ୍ୟବଚ୍ଛେଦ ବିଳମ୍ବ ହୋଇଥିବା କହିଛନ୍ତି ସିଡ଼ିଏମଓ । 

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.