ETV Bharat / state

ହକ ପାଇଁ ଲଢେଇ, ସରକାରଙ୍କୁ ଚେତାବନୀ ଦେଲେ ଡଙ୍ଗରିଆ କନ୍ଧ - rights

ଆମ ଉନ୍ନତି ନିମନ୍ତେ ପ୍ରକଳ୍ପ କର, ବେଦାନ୍ତକୁ ସୁହାଇଲା ଭଳି ପ୍ରକଳ୍ପକୁ ବାଦ ଦେବାକୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଡଙ୍ଗରିଆ କନ୍ଧ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Jun 18, 2019, 4:44 PM IST

Updated : Jun 18, 2019, 5:52 PM IST

ରାୟଗଡା: ଅଭିଶପ୍ତ ନିୟମଗିରିର ଅଭିଶପ୍ତ ଡଙ୍ଗରିଆ କନ୍ଧ । ସରକାରଙ୍କ କମ୍ପାନୀ ପ୍ରୀତି ଯୋଗୁଁ ପିଢିପିଢି ଧରି ବସବାସ କରୁଥିବା ନିୟମଗିରିର ଏହି ଡଙ୍ଗରିଆ କନ୍ଧ ବିକାଶ ଠାରୁ ବହୂ ଦୂରରେ । କିନ୍ତୁ ଏବେ ନିଜ ହକ ପାଇଁ ଛିଡା ହୋଇଛନ୍ତି ଏମାନେ । ଆମ ଉନ୍ନତି ନିମନ୍ତେ ପ୍ରକଳ୍ପ କର, ବେଦାନ୍ତକୁ ସୁହାଇଲା ଭଳି ପ୍ରକଳ୍ପକୁ ବାଦ ଦେବାକୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଡଙ୍ଗରିଆ କନ୍ଧ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ପାରସାଲି ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ନିୟମଗିରି ପାହାଡ଼ ଉପରେ ବସବାସ କରୁଥିବା ପ୍ରାୟ ୩୭ଟି ଗାଁର ମୁଖ୍ୟଙ୍କୁ ନେଇ ଏହି ବୈଠକ ହେଇଥିଲା । ନିୟମଗିରି ସୁରକ୍ଷା ସମିତି ସଭାପତି ଲଦ ସିକକାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଦୀର୍ଘଦିନରୁ କାର୍ଯ୍ୟ କରୁଥିବା ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଏବଂ ଓପିଲିପି ପ୍ରକଳ୍ପକୁ ପ୍ରବଳ ବିରୋଧ କରିଛନ୍ତି । କାରଣ ଦୀର୍ଘ ଦିନରୁ ଏହି ପ୍ରକଳ୍ପ କାର୍ଯ୍ୟ କରୁଥିଲେ ମଧ୍ୟ ଡଙ୍ଗରିଆ କନ୍ଧମାନଙ୍କ ଏପର୍ଯ୍ୟନ୍ତ ଉନ୍ନତି ହୋଇପାରିନାହିଁ । ଫଳରେ ଉକ୍ତ କାର୍ଯ୍ୟକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଏଥିସହିତ ଏକ ସୁବ୍ୟବସ୍ଥିତ ବିଦ୍ୟାଳୟ, ଉତ୍ତମ ସ୍ବାସ୍ଥ୍ୟ ସେବା, ବ୍ୟାଙ୍କ ସେବା ଓ ପାନୀୟ ଜଳର ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

ଅପରପକ୍ଷେ ଏସମ୍ପର୍କରେ କୌଣସି ପ୍ରଶାସନିକ ପ୍ରତିକ୍ରିୟା ମିଳିନଥିଲେ ମଧ୍ୟ ସରପଞ୍ଚ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro: ଅମୋ ଉନ୍ନତି ନିମନ୍ତେ ପ୍ରକଳ୍ପ ଦିଅ ବେଦାନ୍ତକୁ ସୁହାଇଲା ଭଳି ପ୍ରକଳ୍ପକୁ ନା, ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ପାରସାଲି ଠାରେ ଏକ ବୈଠକ କରି ଏପରି ଆଜି ନିୟମଗିରି ଡଙ୍ଗରିଆ କନ୍ଧମାନେ ସରକାରଙ୍କୁ ଚେତାଇ ଛନ୍ତି। ନିୟମଗିରି ପାହାଡ଼ ଉପରେ ବସବାସ କରୁଥିବା ପ୍ରାୟ ୩୭ ଟି ଗାଁର ମୁଖ୍ୟଙ୍କୁ ନେଇ ଏକ ବୈଠକ ହେଇଥିଲା, ଏଥିରେ ନିୟମଗିରି ସୁରକ୍ଷା ସମିତି ସଭାପତି ଲଦ ସିକକାଙ୍କ ନେତୃତ୍ୱରେ ହେଇଥିବା ବୈଠକରେ ଦୀର୍ଘ ଦିନରୁ କାର୍ଯ୍ୟ କରୁଥିବା ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଓ ଓପିଲିପି ପ୍ରକଳ୍ପକୁ ପ୍ରବଳ ବିରୋଧ କରିଛନ୍ତି କାରଣ ଦୀର୍ଘ ଦିନରୁ ଏହି ପ୍ରକଳ୍ପ କାର୍ଯ୍ୟ କରୁଥିଲେ ମଧ୍ୟ ଡଙ୍ଗରିଆ କନ୍ଧମାନଙ୍କ ଟିକିଏ ବି ଉନ୍ନତି ହାଇନି ଏହାକୁ ବନ୍ଧ କରାଯାଉ, ଏବଂ ଆମକୁ ଭଲ ବିଦ୍ୟାଳୟ, ମେଡିକାଲ୍ ସେବା, ବ୍ୟାଙ୍କ ସେବା ଓ ପାନୀୟ ଜଳର ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି। ଏସଂପର୍କରେ ପ୍ରଶାସନିକ ପ୍ରତିକ୍ରିୟା ମିଳିପାରିନାହିଁ କିନ୍ତୁ ସରପଞ୍ଚ ପ୍ରତିକ୍ରିୟା ରଖିଛନ୍ତି।Body:DongariaConclusion:Mali
Last Updated : Jun 18, 2019, 5:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.