ETV Bharat / state

କୋରୋନା କବଳରେ ଡଙ୍ଗରିଆ, ଚିନ୍ତାରେ ପ୍ରଶାସନ - tribal corona

ନିୟମଗିରିରେ କୋରୋନା କାୟା । ସ୍ଥିତି ନିୟନ୍ତ୍ରାଣାଧୀନ ରଖିବାକୁ ଜିଲ୍ଲାପ୍ରଶାସନର ଉଦ୍ୟମ ଜାରି । ଅଧିକ ପଢନ୍ତୁ...

କୋରୋନା କବଳରେ ଡଙ୍ଗରିଆ, ଚିନ୍ତାରେ ପ୍ରଶାସନ
କୋରୋନା କବଳରେ ଡଙ୍ଗରିଆ, ଚିନ୍ତାରେ ପ୍ରଶାସନ
author img

By

Published : May 17, 2021, 10:40 PM IST

ରାୟଗଡା: କୋରୋନାର ପ୍ରଥମ ଲହରିରେ ଗ୍ରୀନ ଜୋନରେ ଥିବା ନିୟମଗିରି ଏବେ ରେଡ ଜୋନରେ ପରିଣତ ହେବାକୁ ଯାଉଛି । ଏବେ ଏହି ବିରଳ ଜନଜାତିର ଡଙ୍ଗରିଆ ସଂପ୍ରଦାୟ କୋରୋନା କବଳରୁ ବର୍ତ୍ତି ପାରିନାହାଁନ୍ତି । ପୂର୍ବଘାଟ ପର୍ବତମାଳାର ନିୟମଗିରିରେ ବାସ କରୁଥିବା ୪ଟି ଡଙ୍ଗରିଆ ଗାଁକୁ ଇତି ମଧ୍ୟରେ କୋରୋନା ବ୍ୟାପିଛି । ପାର୍ସାଲି ସରପଞ୍ଚଙ୍କ ସମେତ ଫାକେରୀ, ବୁଡୁଣି, ଟେବାପଡା, ନିର୍ଗୁଣ୍ଡି ଗ୍ରାମର ୨୦ ଡଙ୍ଗରିଆ ଆଜି ସୁଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି । ଡଙ୍ଗରିଆଙ୍କୁ କୋରୋନା ଛୁଇଁବା ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ଚିନ୍ତାରେ ଏବେ ଜିଲ୍ଲାପ୍ରଶାସନ ।

କୋରୋନା କବଳରେ ଡଙ୍ଗରିଆ

କଲ୍ୟାଣସିଂହପୁର ବିଡ଼ିଓ କାଳୁ ଚରଣ ନାୟକଙ୍କ ନେତୃତ୍ବରେ ସ୍ବାସ୍ଥ୍ୟ ବିଭାଗର ଟିମ ଫାକେରୀ ଗାଁରେ ପହଞ୍ଚି ସ୍ବାବ ଟେଷ୍ଟିଂ ପାଇଁ ଡଙ୍ଗରିଆଙ୍କୁ ମନାଇଥିଲେ ମଧ୍ୟ ଭୟରେ ଅଧିକାଂଶ ଡଙ୍ଗରିଆ ଟେଷ୍ଟିଂ ପାଇଁ ଆସିନଥିଲେ । ମାତ୍ର ୧୬ ଜଣଙ୍କର ସ୍ବାବ ଟେଷ୍ଟିଂ କରିବାରେ ସ୍ବାସ୍ଥ୍ୟ ବିଭାଗ ସକ୍ଷମ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । କୋରୋନା ସଂକ୍ରମଣକୁ ନେଇ ରାୟଗଡା ଜିଲ୍ଲାର ନିୟମଗିରି ପାହାଡରେ ଆତଙ୍କ ଖେଳିଯାଇଛି । ଆଜି ସୁଦ୍ଧା ଫାକେରୀ, ନିର୍ଗୁଣ୍ଡି, ବୁଡୁଣି ଓ ଟେବାପଡା ଗାଁରୁ ୨୦ ଜଣ ଚିହ୍ନଟ ହୋଇଛନ୍ତି । ଆଜି ଏହି ସବୁ ଗାଁର ଲୋକଙ୍କୁ ସ୍ବାବ ପରୀକ୍ଷା ପାଇଁ ପାରସାଲିକୁ ଡକାଯାଇଥିଲା । ହେଲେ ଅନ୍ଧବିଶାସ ଓ ନିରକ୍ଷରତା ଯୋଗୁଁ ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଲୋକେ ପାରସାଲି ଆସିଥିଲେ ହେଁ ସ୍ବାବ ପରୀକ୍ଷା କରିବା ପାଇଁ ରାଜି ହୋଇନଥିଲେ ।

ଏପରିକି ଯେଉଁମାନଙ୍କର ପଜେଟିଭ ଆସୁଛି, ସେମାନେ ଔଷଧ ଖାଉନାହାନ୍ତି । ଏନେଇ ଚିନ୍ତାରେ ପଡିଯାଇଛି ଜିଲ୍ଲା ପ୍ରଶାସନ । ତେବେ ବର୍ତ୍ତମାନ ଠାରୁ ପ୍ରତିକାର କରାନଗଲେ ଭବିଷ୍ୟତରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କାକୁ ଏଡାଇ ଦେଇହେବନି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.