ETV Bharat / state

40 ବଦଳରେ 400 ମୁଣ୍ଡ ଗଡ଼ିଲା, ଭୁଲ ଦୋହରାଇଲେ 4000 ନେବୁ: ସିଆରପିଏଫ୍ - IAF

ପୁଲୱାମାରେ ଶହୀଦ ହୋଇଥିବା 40 ସିଆରପିଏଫ୍ ଯବାନଙ୍କ ବଳୀଦାନର ପ୍ରତିଶୋଧ ନେଇଛି ଭାରତୀୟ ବାୟୁସେନା । ଯାହାକୁ ନେଇ 4ର୍ଥ ବାଟାଲିୟନର ଯବାନ ମାନେ ଆଜି ଖୁସି ମନାଇଛନ୍ତି

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା
author img

By

Published : Feb 26, 2019, 11:47 PM IST

ରାୟଗଡ଼ା: ପିଓକେରେ ବାୟୁସେନାର ଏୟାର ଷ୍ଟ୍ରାଇକ ପରେ ସିଆରପିଏଫ୍ ଶିବିରରେ ଖେଳି ଯାଇଛି ଉତ୍ସାହ । ପୁଲୱାମା ଆକ୍ରମଣର ପ୍ରତିବଦଳରେ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଯବାନ । 40 ସାଥୀଙ୍କୁ ହରାଇ ଦୀର୍ଘ 12 ଦିନ ଧରି ଶୋକଗ୍ରସ୍ତ ଥିବା ସିଆରପିଏଫ୍ କ୍ୟାମ୍ପର ମାହୋଲ ଆଜି କିଛି ଅଲଗା ଦେଖିବାକୁ ମିଳିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା

ରାୟଗଡ଼ା ସ୍ଥିତ ସିଆରପିଏଫ୍ 4ର୍ଥ ବାଟାଲିୟନର ଯବାନ ମାନେ ଆଜି ଖୁସି ମନାଇଛନ୍ତି । କାହିଁକି ନାଁ ଇଟାର ଜବାବ ଭାରତ ପଥରରେ ଦେଇଛି । ପୁଲୱାମାରେ ଶହୀଦ ହୋଇଥିବା 40 ସିଆରପିଏଫ୍ ଯବାନଙ୍କ ବଳୀଦାନର ପ୍ରତିଶୋଧ ନେଇଛି ଭାରତୀୟ ବାୟୁସେନା । ପ୍ରାୟ 300ରୁ ଉର୍ଦ୍ଧ୍ବ ଆତଙ୍କବାଦୀଙ୍କୁ ଏୟାର ଷ୍ଟ୍ରାଇକ ଯୋଗେ ସ୍ବର୍ଗକୁ ପଠାଇଛି ଲଢ଼ୁଆ ବିମାନ ମିରାଜ 2000 । ଏହା ପାକ୍‌ର କାର୍ଯ୍ୟକଳାପର ସଠିକ ଜବାବ ବୋଲି ସିଆରପିଏଫ୍ ଯବାନ ଜଣାଇଛନ୍ତି । ଏଥିସହ ଆଗକୁ ଆହୁରି କଡ଼ା କାର୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

undefined

ତେବେ ମନରୁ ଦୁଃଖ ସମ୍ପୁର୍ଣ୍ଣ ଲିଭିନଥିହେଁ କିଛିଟା ସନ୍ତୁଷ୍ଟି ମିଳିଥିବା ଜଣାଇଛନ୍ତି ସିଆରପିଏଫ ଯବାନ । ଏଥିସହ ପ୍ରତିଆକ୍ରମଣରେ ଯାହା ସମ୍ଭବପର କରିବାକୁ ସରକାରଙ୍କୁ କହିଛନ୍ତି । ଆଗକୁ ଯଦି ପାକିସ୍ତାନ କିଛି ଭୁଲ କରେ ତେବେ ଶହେ ଗୁଣା ଏବଂ ହଜାର ଗୁଣା ଭୋଗିବ ବୋଲି ଚେତାବନୀ ଦେଇଛି ସିଆରପିଏଫ୍ ।

ସୂଚନାଯୋଗ୍ୟ, ଆଜି ସକାଳୁ ସକାଳୁ ପୁରା ଦେଶକୁ ମିଳିଥିଲା ଖୁସି ଖବର । ପିଓକେରେ ପଶି ଶତ୍ରୁସଂହାର ଲୀଳା ରଚିଥିଲା ଭାରତୀୟ ବାୟୁସେନା । ମିରାଜ 2000 ଲଢ଼ୁଆ ବିମାନ ସାହାଯ୍ୟରେ ଆତଙ୍କବାଦୀ ଆଡ୍ଡା ଏବଂ ଟ୍ରେନିଂ କ୍ୟାମ୍ପ୍ ସବୁକୁ ଧ୍ବସ୍ତ ବିଧ୍ବସ୍ତ କରୁଥିବାର ଚିତ୍ର ସୋସିଆଲ ମିଡ଼ିଆରେ ଘୁରି ବୁଲିଥିଲା । ଏହା ଭାରତୀୟ ବାୟୁସେନାର ପରାକ୍ରମକୁ ପ୍ରମାଣିତ କରିଛି । ଯାହାକୁ ନେଇ ଛାନିଆ ପାକିସ୍ତାନ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.