ETV Bharat / state

ଶ୍ରାବଣ ପ୍ରଥମ ସୋମବାରରେ ଶୈଵ ପୀଠରେ କାଉଡ଼ିଆଙ୍କ ଭିଡ଼

ଶ୍ରାବଣ ପ୍ରଥମ ସୋମବାରରେ ଶୈଵ ପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। ପ୍ରଶାସନ ତରଫରୁ ଏନେଇ ସମସ୍ତ ବନ୍ଦୋବସ୍ତ ହୋଇଥିବାବେଳେ ସବୁଠି ଶିବମୟ ପରିବେଶ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

ଶୈଵ ପୀଠରେ କାଉଡ଼ିଆଙ୍କ ଭିଡ଼
ଶୈଵ ପୀଠରେ କାଉଡ଼ିଆଙ୍କ ଭିଡ଼
author img

By

Published : Jul 10, 2023, 9:10 PM IST

ଶୈଵ ପୀଠରେ କାଉଡ଼ିଆଙ୍କ ଭିଡ଼

ରାୟଗଡ଼ା: ଶ୍ରାବଣର ପ୍ରଥମ ସୋମବାରରେ ଶୈବପୀଠରେ ଜଳଲାଗି ପାଇଁ କାଉଡ଼ିଆ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଶୃଙ୍ଖଳିତ ଭାବରେ ଜଳଲାଗି ଓ ଦର୍ଶନ କରିଛନ୍ତି ମାନସିକଧାରୀ। ରାତି ପ୍ରାୟ 3 ଟାରୁ ଜଳଲାଗି ଆରମ୍ଭ ହୋଇଥିବାବେଳେ ନୀତିକାନ୍ତି ସମୟକୁ ବାଦ ଦେଇ ସାରାଦିନ ଜଳଲାଗି କରିଥିଲେ ଭକ୍ତ । ପ୍ରଶାସନ ତରଫରୁ ଏନେଇ ସମସ୍ତ ବନ୍ଦୋବସ୍ତ ହୋଇଥିବାବେଳେ ସବୁଠି ଶିବମୟ ପରିବେଶ ସୃଷ୍ଟି ହୋଇଥିଲା ।

ଶ୍ରାବଣର ସ୍ପର୍ଶରେ ସବୁଜିମା ହୋଇଛି ସାରା ସଂସାର । ଶ୍ରାବଣର ପ୍ରଥମ ବୃଷ୍ଟି ଜଳରେ ନଦୀମାନେ ହୋଇଛନ୍ତି ପୂର୍ଣ୍ଣଗର୍ଭା । ତେବେ ନୂତନ ଜଳରେ ନଦୀ ଗର୍ଭ ଉନ୍ମାଦିତ ହୋଇଥିବାବେଳେ ଏହି ନୂତନ ଜଳକୁ ନେଇ ଦେବ ଦେବ ମହାଦେବଙ୍କ ପାଖରେ ଜଳ ଲାଗି କଲେ ଅକ୍ଷୟ ଐଶ୍ୱର୍ଯ୍ୟ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଶ୍ରାବଣ ପ୍ରଥମ ସୋମବାରରେ ରାୟଗଡା ଜିଲ୍ଲାର ବିଭିନ୍ନ ଶିବ ପୀଠରେ କାଉଡ଼ିଆ ଭକ୍ତମାନେ ଆସି ଜଳଲାଗି କରିଛନ୍ତି । ଯୋଡା ଶ୍ରାବଣର ପ୍ରଥମ ସୋମବାରରେ ରାୟଗଡା ସହରର PHD ପାହାଡରେ ରହିଥିବା 360 ବର୍ଷ ପୁରୁଣା ପ୍ରତ୍ୟକ୍ଷ ବରଡା ବାଲୁଙ୍କେଶ୍ୱର ମନ୍ଦିରରେ ସକାଳୁ ସକାଳୁ କାଉଡ଼ିଆଙ୍କ ଭିଡ଼ ଲାଗି ରହିଥିଲା। ଏହି ପୀଠ ଅତି ପୁରାତନ ଏବଂ ପ୍ରତ୍ୟକ୍ଷ ହୋଇଥିବାରୁ ଏଠାରେ ପ୍ରତିବର୍ଷ କାଉଡ଼ିଆଙ୍କ ଅଧିକ ଭିଡ଼ ଲାଗି ରହେ।

ଏହା ମଧ୍ୟ ପଢନ୍ତୁ...ଶ୍ରାବଣ ମାସ ପ୍ରଥମ ସୋମବାର: ଖୋର୍ଦ୍ଧାରେ ଶୈବପୀଠ ଚଳଚଞ୍ଚଳ

ଆଖପାଖ ଅଞ୍ଚଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତମାନେ ଏଠାକୁ ଆସିଥାନ୍ତି। ତେବେ ପଡୋଶୀ ଜିଲ୍ଲା କୋରାପୁଟ, ବଲାଙ୍ଗୀର, କଳାହାଣ୍ଡିରୁ ହଜାର ହଜାର ସଂଖ୍ୟାରେ କାଉଡ଼ିଆଙ୍କ ଭିଡ଼ ଜମିଥାଏ । ଚଳିତ ବର୍ଷର ଏହା ପ୍ରଥମ ସୋମବାର ହୋଇଥିବାରୁ ଆଜି କେବଳ ସ୍ଥାନୀୟ କାଉଡ଼ିଆଙ୍କ ଭିଡ଼ ଲାଗିଥିଲା । କେବଳ ବାଲୁଙ୍କେଶ୍ଵର ମନ୍ଦିର ନୁହେଁ, ଜିଲ୍ଲାର ପ୍ରସିଦ୍ଧ କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଦେବଗିରୀର ପଞ୍ଚମୁଖେଶ୍ଵର, ପାଇକପଡାର ପାତାଳେଶ୍ଵର , ଗୁଡରି ବ୍ଲକ ଅନ୍ତର୍ଗତ ମିନାଝୋଲା , ବିଷମକଟକ ବ୍ଲକ ଛତିକଣା ସ୍ଥିତ ମଲିକେଶ୍ଵର ମନ୍ଦିରରେ ମଧ୍ୟ ହଜାର ହଜାର ସଂଖ୍ୟାରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଥିଲା ।

ଥକିଯାଇଥିବା କାଉଡ଼ିଆ ଭକ୍ତଙ୍କ ସେବା ପାଇଁ ମଧ୍ୟ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ପଥ ସେବା କେନ୍ଦ୍ର ଖୋଲି ସହାୟତା ଯୋଗାଇ ଦିଆଯାଇଛି । ଏହାସହ ପ୍ରଶାସନ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା ସହ ଭକ୍ତଙ୍କ ବିଶ୍ରାମ ପାଇଁ ସେଡ଼, ପାନୀୟ ଜଳ ବ୍ୟବସ୍ଥା ଆଦି କରାଯାଇଥିବାବେଳେ ପ୍ରଥମ ସୋମବାରରେ ପ୍ରାୟ 20ହଜାର କାଉଡ଼ିଆ ଭକ୍ତ ଜିଲ୍ଲାର ବିଭିନ୍ନ ଶିବ ମନ୍ଦିରରେ ଜଳଲାଗି କରିଥିବା କୁହାଯାଉଛି।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.