ETV Bharat / state

ଆଜିି ଧନତେରାସ, ରାୟଗଡା ଗହଣା ଦୋକାନରେ ଖଚାଖଚ ଭିଡ

author img

By

Published : Nov 13, 2020, 9:24 PM IST

ଧନତେରସାରେ ରାୟଗଡାର ବିଭିନ୍ନ ଗହଣା ଦୋକାନରେ ଖଚାଖଚ ଭିଡ । କୋରୋନାର ଲମ୍ବା ଲକଡାଉନ ପରେ ଏବେ ଗହଣା କିଣିବାକୁ ଆସିଛନ୍ତି ଗ୍ରାହକ । ଅଧିକ ପଢନ୍ତୁ..

ଆଜିି ଧନତେରାସ , ରାୟଗଡା ଗହଣା ଦୋକାନରେ ଖଚାଖଚ ଭିଡ

ରାୟଗଡା: ଦିପାବଳୀର ଦିନଟେ ପୂର୍ବରୁ ପବିତ୍ର ଧନତେରସ । ବିଶ୍ବାସ ରହିଛି ଆଜି ଦିନରେ ସୁନା କିଣିଲେ ବର୍ଷ ଯାକ ଅର୍ଥର ଅଭାବ ନଥାଏ । ସେପଟେ କୋରୋନା କଟକଣା ଯୋଗୁଁ ଦୀର୍ଘ ଦିନ ଧରି ଖାଁଖାଁ ପଡିଥିବା ଗହଣା ଦୋକାନରେ ଭିଡ ଜମିଛି । ପୂର୍ବ ପରି ରାୟଗଡାର ଆଜି ବିଭିନ୍ନ ଗହଣା ଦୋକାନରେ ଖଚାଖଚ ଭିଡ ଦେଖିବାକୁ ମିଳିଛି ।

ଭିଡକୁ ଦୃଷ୍ଟିରେ ରଖି ଦୋକାନୀ ମାନେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବାକୁ ଗ୍ରହକଙ୍କୁ ପ୍ରୋତ୍ସାହିତ କରିଛନ୍ତି । ତେବେ କାରୋନାକୁ ଖାତିର ନକରି ମହିଳାମାନେ ସୁନା ଚୁଡି, କାନଫୁଲ, ମଙ୍ଗଳସୁତ୍ର ସାଙ୍ଗକୁ ସୁନା ମୁଦି କିଣୁଥିବା ଦେଖିବାକୁ ମିଳିଛି । ଗରିବଟିଏ ସୁନା କିଣି ନ ପାରିଲେ ରୂପା ସାମଗ୍ରୀଟିଏରେ ସନ୍ତୁଷ୍ଟ ହେଉଛି । ଚାହିଦା ସାଙ୍ଗକୁ ସାମାନ୍ୟ ସୁନାଦର ହ୍ରାସ ଲୋକଙ୍କୁ ଗହଣା ପ୍ରତି ଆକୃଷ୍ଟ କରିଛି । ତେବେ ଧନତେରସକୁ ନଜରରେ ରଖି ଦୁଇଦିନ ପୂର୍ବରୁ ସୁନାର ଦାମ ଖସିଥିବାରୁ ଗ୍ରହକଙ୍କ ଭିଡ ଜମିଛି । ହେଲେ ପୂର୍ବ ବର୍ଷ ଅପେକ୍ଷା ସୁନା ଗହଣାର ଦର ଆକାଶ ଛୁଆଁ ହୋଇଥିବାରୁ କିଛି ଧନତେରସରେ କାମଚଳେଇବା ପାଇଁ ଗହଣା କିଣିବା ଦେଖିବାକୁ ମିଳିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.