ରାୟଗଡା: କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ(ସିପିଆଇ) ଲିବରେସନର ଛାମୁଆ ସଙ୍ଗଠନ ଅଖିଳ ଭାରତୀୟ କୃଷକ ମହାସଭା ରାୟଗଡ଼ା ଶାଖା ପକ୍ଷରୁ ଗୁଣପୁର ଠାରେ ୧୦ ଦଫା ଦାବି ନେଇ ଗଣବିକ୍ଷୋଭ କରାଯାଇଥିଲା ।
ସମବାୟ ସମିତରେ ଧାନ କ୍ରୟକୁ ନେଇ କରାଯାଉଥିବା ପଞ୍ଜିକରଣରେ ଅବ୍ୟବସ୍ଥା, ପାଣିଡ଼ଙ୍ଗର ଜଳ ସେଚନ ଯୋଜନାରେ ଶିଘ୍ର କାର୍ଯ୍ୟଆରମ୍ଭ କରିବା, ସାନ ନଦୀରେ ଜଳଭଣ୍ଡାର ନିର୍ମାଣ, ଧାନ କ୍ବିଣ୍ଟାଲ ପିଛା ୩ ହଜାର ଟଙ୍କା, କପାର ସର୍ବନିମ୍ନ ସହାୟକ ମୂଲ୍ୟ ୮ ହଜାର ଟଙ୍କାକୁ ବୃଦ୍ଧି, କୃଷିଋଣ ଛାଡ଼ ସାଙ୍ଗକୁ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ଆଦି ଦାବି ନେଇ ଏକ ରାଲି ଗୁଣପୁର ବସଷ୍ଟାଣ୍ଡରୁ ବାହାରି ସହର ପରିକ୍ରମା କରିଥିଲା ।
ଏହାପରେ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ଚି ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ ସିପିଆଇ ଲିବରେସନର କେନ୍ଦ୍ରୀୟ କମିଟି ମେମ୍ବର ତ୍ରିପତି ଗମାଙ୍ଗଙ୍କ ନେତୃତ୍ବରେ ୧୦ ଜଣିଆ ଟିମ ଗୁଣୁପୁର ଉପଜିଲ୍ଲାପାଳ ବି.ଏସ ବଳିରାମଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ