ରାୟଗଡା: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମଙ୍ଗଳବାର ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ରାମନାଗୁଡା ବ୍ଲକ ଅନ୍ତର୍ଗତ ପାରିଖିତି ପଞ୍ଚାୟତକୁ ସଟଡାଉନ ଘୋଷଣା କଲେ ସରପଞ୍ଚ । ପାରିଖିତି ସରପଞ୍ଚ ଗାୟତ୍ରୀ ମାଣ୍ଡାଙ୍ଗି ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଏହି ସଟଡାଉନ ଲାଗୁକରିଛନ୍ତି । ପ୍ରତିବନ୍ଧକ ୬ ତାରିଖ ମଧ୍ୟ ରାତ୍ରିରୁ ଲାଗୁ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସଟଡାଉନ ସମୟରେ ଅତ୍ୟାବଶ୍ୟକ ସେବା ଗୁରୁତ୍ବ ଦିଆଯାଇଛି । ସେହିପରି ଏହି ସମୟରେ ଲୋକଙ୍କୁ ଘରୁ ନ ବାହାରିବାକୁ ଅନୁରୋଧ କରାଯାଇଛି । ସେହିପରି ଆସନ୍ତା ୧୧ ଓ ୧୨ ତାରିଖ ଶନି ଓ ରବିବାର ପଡୁଥିବାରୁ ସଟଡାଉନ ୧୨ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଜାରି ରହିବ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ