ETV Bharat / state

ରାୟଗଡାରେ ଆରମ୍ଭ ହେଲା କୋରୋନା ଚିହ୍ନଟ ଅଭିଯାନ - door door to corona campaign

ଘରକୁ ଘର ବୁଲି ଖୋଜା ଚାଲିଛି କୋରୋନା । ରାୟଗଡା ଜିଲ୍ଲାରେ ମଧ୍ୟରେ 414 ଜଣ ଏଏନ୍ଏମ୍ ଓ 1827 ଜଣ ଆଶା ଦିଦି ଚିହ୍ନଟ କରୁଛନ୍ତି କୋଭିଡ ସଂକ୍ରମିତଙ୍କୁ।

ରାୟଗଡାରେ ଆରମ୍ଭ ହେଲା କୋରୋନା ଚିହ୍ନଟ ଅଭିଯାନ

author img

By

Published : Jun 20, 2020, 7:18 AM IST

ରାୟଗଡା: ଦିନକୁ ଦିନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ରାଜ୍ୟରେ ଆରମ୍ଭ ହୋଇଛି କୋରୋନା ଚିହ୍ନଟ ଅଭିଯାନ । ରାୟଗଡା ଜିଲ୍ଲାରେ ମଧ୍ୟ ଏଏନ୍ଏମ୍ ଓ ଆଶା ଦିଦିମାନେ ଘରକୁ ଘର ବୁଲି ଲୋକମାନଙ୍କୁ କୋରୋନା ସଂକ୍ରାନ୍ତରେ ସଚେତନ କରିବା ସହ ଥଣ୍ଡା , କାଶ ,ଜ୍ଵର ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରୁଛନ୍ତି । ଯେଉଁ ମାନଙ୍କୁ ଥଣ୍ଡା,କାଶ,ଜ୍ବର ଓ ଆଣ୍ଠୁଗଣ୍ଠି ବିନ୍ଧା ହେଉଛି ସେମାନଙ୍କୁ ତାଲିକାଭୁକ୍ତ କରିବା ସହ ସେମାନଙ୍କୁ ମେଡିକାଲକୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା କରାଯାଉଛି ।

ରାୟଗଡାରେ ଆରମ୍ଭ ହେଲା କୋରୋନା ଚିହ୍ନଟ ଅଭିଯାନ
ରାୟଗଡାରେ ଆରମ୍ଭ ହେଲା କୋରୋନା ଚିହ୍ନଟ ଅଭିଯାନ
ରାୟଗଡାରେ ଆରମ୍ଭ ହେଲା କୋରୋନା ଚିହ୍ନଟ ଅଭିଯାନ

କୋରୋନା ସମେତ ଜିଲ୍ଲାରେ ଚିର ପରିଚିତ ଡାଇରିଆ , ଡେଙ୍ଗୁ ଓ ମେଲେରିୟା ଭଳି ରୋଗୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଔଷଧ ଖାଇବା ଏବଂ ପରିବେଶ ପରିବେଷ୍ଟନୀ ସଫା ରଖିବାକୁ ସଚେତନ କରାଯାଉଛି । ଏଥି ପାଇଁ ଜିଲ୍ଲାରେ 414 ଜଣ ଏଏନ୍ଏମ୍ ଓ 1827 ଜଣ ଆଶା ଦିଦିଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି । ଯେଉଁ ମାନଙ୍କ ଦେହରେ ଏସବୁ ଲକ୍ଷଣ ବାହାରୁଛି ସେମାନଙ୍କ ରକ୍ତ ପରୀକ୍ଷା କରି ନିକଟସ୍ଥ ଡାକ୍ତରଖାନାକୁ ପଠାଯାଉଛି । ଏହି କାର୍ଯ୍ୟକ୍ରମ ଆସନ୍ତା ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.