ETV Bharat / state

କଣ୍ଟେନମେଣ୍ଟ ଜୋନରେ ଥିବା କ୍ବାରେଣ୍ଟାଇନ ସେଣ୍ଟର ସୁରକ୍ଷାରେ ଅବ୍ୟବସ୍ଥା ଅଭିଯୋଗ - Quarantine Center in rayagada

ରାୟଗଡା ଜିଲ୍ଲାରେ କୋରନା ପଜିଟିଭଙ୍କ ସଂଖ୍ୟା ୧୭ ଛୁଇଁଥିବା ବେଳେ କାଶିପୁର ବ୍ଲକରେ ସର୍ବାଧିକ ରହିଛି । କଣ୍ଟେନମେଣ୍ଟ ଘୋଷଣା ହୋଇଥିବା କ୍ବାରେଣ୍ଟାଇନ ସେଣ୍ଟରରେ ସୁରକ୍ଷାରେ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି । ଅଧିକ ପଢନ୍ତୁ...

containment-zone-complaints-of-disorder-at-the-quarantine-center-in-rayagada
କଣ୍ଟେନମେଣ୍ଟ ଜୋନରେ ଥିବା ବାକ୍ବାରେଣ୍ଟାଇନ ସେଣ୍ଟର ସୁରକ୍ଷାରେ ଅବ୍ୟବସ୍ଥା ଅଭିଯୋଗ
author img

By

Published : Jun 24, 2020, 10:49 PM IST

ରାୟଗଡା: ଜିଲ୍ଲାରେ କୋରନା ପଜିଟିଭଙ୍କ ସଂଖ୍ୟା ୧୭ ଛୁଇଁଥିବା ବେଳେ କାଶିପୁର ବ୍ଲକ ରେ ସର୍ବାଧିକ ରହିଛି । ବିଶେଷ କରି କାଶିପୁର ବ୍ଲକର ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ଅନଗାର ଏବଂ ସର୍ଗିଗୁଡା ଗ୍ରାମକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସିଲ୍ କରିଦେଇଛନ୍ତି ।

କଣ୍ଟେନମେଣ୍ଟ ଜୋନରେ ଥିବା ବାକ୍ବାରେଣ୍ଟାଇନ ସେଣ୍ଟର ସୁରକ୍ଷାରେ ଅବ୍ୟବସ୍ଥା ଅଭିଯୋଗ

ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲାର ପ୍ରଥମ କୋରୋନା ସଂକ୍ରମିତ ଦୀଲ୍ଲି ଫେରନ୍ତା ଯୁବତୀଙ୍କ ସହିତ ଅନଗାର,କୋଲନରା ଏବଂ ରାୟଗଡାର ଜଣେ ସ୍ଵାସ୍ଥ୍ୟ କର୍ମଚାରୀ ସଂସ୍ପର୍ଶରେ ଆସିବା ପରେ ଏବେ ସର୍ଗିଗୁଡା ଗ୍ରାମକୁ ବ୍ୟାପିଛି କୋରୋନା । ସର୍ଗିଗୁଡା ଗ୍ରାମର ତିନି ଯୁବକ ଡଙ୍ଗାସିଲର କନ୍ୟାଶ୍ରମରେ ଥିବା ସଂଘରୋଧ କେନ୍ଦ୍ରରେ ରହିଥିଲେ । ସେହିପରି ପଜିଟିଭ ବାହାରି ଥିବା ଡଙ୍ଗାସିଲ ସଂଘରୋଧ କେନ୍ଦ୍ରର ସୁରକ୍ଷାରେ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି । ମୁଖ୍ୟ ଫାଟକରେ ଜଣେ ବି ସୁରକ୍ଷାକର୍ମୀ ନଥିବାବେଳେ ପଛ ପଟେ ଥିବା ପାଚେରୀ ମଧ୍ୟ ଭାଙ୍ଗି ଯାଇଛି । ଯାହା ଫଳରେ ସଂଘରୋଧରେ ଥିବା ପ୍ରବାସୀଙ୍କ ଘୋର ଲୋକମାନେ ଅବାଧରେ ଯିବା ଆସିବା କରୁଛନ୍ତି ।

ସଂଘରୋଧ କେନ୍ଦ୍ରରୁ ସେମାନଙ୍କର ପୋଷାକ ପତ୍ର ଘରକୁ ନେଇ ସଫା କରିବା ସହ ଘରୁ ଖାଦ୍ୟ ଆଣି ଦେଉଛନ୍ତି । ତେବେ ଏଦିଗରେ ପଦକ୍ଷେପ ନ ନିଆଯାଏ ତାହେଲେ ଆଗାମୀ ଦିନରେ ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.