ETV Bharat / state

ରାହୁଲ ଗାନ୍ଧୀଙ୍କ ଗିରଫ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ - ରାହୁଲ ଗାନ୍ଧୀ ଗିରଫରୁ ରାୟଗଡାରେ ପ୍ରତିବାଦ

କଂଗ୍ରେସର ପୂର୍ବତନ ଅଧ୍ଯକ୍ଷ ରାହୁଲ ଗାନ୍ଧୀ ଏବଂ ମହାସଚିବ ପ୍ରିୟଙ୍କା ଗାନ୍ଧୀ ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯିବା ବାଟରେ ପୋଲିସ ଦ୍ଵାରା ଗିରଫ ଘଟଣାର ପ୍ରତିବାଦ କରିଛି କଂଗ୍ରେସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାହୁଲ ଗାନ୍ଧୀ ଗିରଫ ପ୍ରତିବାଦରେ କଂଗ୍ରେସର ବିକ୍ଷୋପ

author img

By

Published : Oct 1, 2020, 11:01 PM IST

ରାୟଗଡ଼ା: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ମହାସଚିବ ପ୍ରିୟଙ୍କା ଗାନ୍ଧୀ ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯିବା ବାଟରେ ପୋଲିସ ଦ୍ଵାରା ଗିରଫ ଘଟଣାର ପ୍ରତିବାଦ କରିଛି କଂଗ୍ରେସ । ଏହାର ପ୍ରଭାବ ରାୟଗଡାରେ ମଧ୍ୟ ପଡିଛି । ଗୁରୁବାର ସନ୍ଧ୍ୟାରେ କଂଗ୍ରେସର ଜିଲ୍ଲା ସଭାପତି ଦୁର୍ଗ ପ୍ରସାଦ ପଣ୍ଡାଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ସ୍ଥାନୀୟ କପିଳାସ ଛକ ଠାରେ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ରାହୁଲ ଗାନ୍ଧୀ ଗିରଫ ପ୍ରତିବାଦରେ କଂଗ୍ରେସର ବିକ୍ଷୋପ

ପରେ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକାକୁ ପୋଡା ଯାଇଥିଲା । କଂଗ୍ରେସର ବିକ୍ଷୋଭ ଯୋଗୁଁ ରାୟଗଡା ଓଭର ବ୍ରିଜର ଉଭୟ ପାର୍ଶ୍ଵରେ ଦୀର୍ଘ ସମୟ ଧରି ଶତାଧିକ ଗାଡି ଅଟକି ରହିଥିଲା । ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.