ରାୟଗଡା: ଜିଲ୍ଲାରେ ଦିନକୁ ଦିନ ଜାତୀୟ ରାଜପଥରେ ଭାରିଯାନ ଚଳାଚଳ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଅନେକ ଛୋଟବଡ ଦୁର୍ଘଟଣା ଘଟିବା ସହ ଅନେକ ମୃତାହତ ହେବାର ନଜିର ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ 326 ନମ୍ବର ଜାତୀୟ ରାଜପଥ ଦେଇ ଯାତାୟତ କରୁଥିବା ଭାରୀଯାନ ଗୁଡିକୁ ସକାଳ 7ଟାରୁ ରାତି 10ଟା ପର୍ଯ୍ୟନ୍ତ ପ୍ରବେଶ ନିଷେଧ କରିଥିଲା ।
ହେଲେ ଗତ 10 ତାରିଖ ଦିନ ଟ୍ରକ ମାଲିକ ସଂଘର ଚାପରେ ଆସି ଜିଲ୍ଲା ପ୍ରଶାସନ ଓ ପୋଲିସ ଭାରିଯାନ ପୁଣି ଦିନ ବେଳା ସହର ଦେଇ ଚଳାଚଳ ଅନୁମତି ଦେଇଛି । ଯାହାକୁ ବିରୋଧ କରିଛି ଜିଲ୍ଲା କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ସାଂସଦ ସପ୍ତଗିରି ପ୍ରଶାସନର ଏହି ନିଷ୍ପତ୍ତିକୁ ତିବ୍ର ବିରୋଧ କରିଛନ୍ତି । ଏହାକୁ ଶିଘ୍ର ପ୍ରତ୍ୟାହାର କରିବାକୁ କରିବାକୁ ଚେତାବନୀ ଦେଇଛନ୍ତି । ନଚେତ୍ ଆଗକୁ ଜିଲ୍ଲା କଂଗ୍ରେସ ରାସ୍ତାକୁ ଓହ୍ଲେଇବ ବୋଲି କହିଛନ୍ତି ସାଂସଦ ସପ୍ତଗିରୀ ଉଲ୍ଲାକା ।
ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ଉପସଭାପତି ସୁନିଲକୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ