ରାୟଗଡା: ସରିଯାଇଛି ରାୟଗଡା ଜିଲ୍ଲା ପରିଷଦ ନିର୍ବାଚନ । ହେଲେ ନିର୍ବାଚନରେ ଘୋଡା ବେପାର ହୋଇଥିବା ଅଭିଯୋଗ ଆଣିଛି କଂଗ୍ରେସ । ରାୟଗଡା ଜିଲ୍ଲା ପରିଷଦ ଉପ ନିର୍ବାଚନରେ ବିଜେଡିର ଅଧକ୍ଷ ପଦ ହାତେଇବାକୁ ନେଇ ଅର୍ଥ ଏବଂ ଭୟଭୀତ କରାଯାଇଥିବା ଆଜି ଜିଲ୍ଲା କଂଗ୍ରେସ ରାୟଗଡା ଥାନାରେ ଲିଖିତ ଅଭିଯୋଗ କରିଛି ।
ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପଣ୍ଡାଙ୍କ ଅଭିଯୋଗ ଅନୁସାରେ, ବିଜେଡିର ୭ ଜଣ ସଦସ୍ୟ ଥିବାବେଳେ ୧୩ ସଂଖ୍ୟା ଭୋଟ ପାଇ ଅଧକ୍ଷ ପଦ ହାତେଇବାକୁ ଅନ୍ୟ ୬ ଜଣ ସଦସ୍ୟ ଏବଂ ତାଙ୍କ ପରିବାର ବର୍ଗଙ୍କୁ ଭୟଭୀତ କରି ଅଧକ୍ଷ ପଦ ହାତେଇଛନ୍ତି ।
ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ କର୍ମୀ ମାନେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଯଦି ତଦନ୍ତ ଠିକ ଭାବେ ନହୁଏ ତେବେ ନ୍ୟାୟାଳୟର ଆଶ୍ରୟ ନିଆଯିବ ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପଣ୍ଡା ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ