ରାୟଗଡା: ଉପଖଣ୍ଡସ୍ତରୀୟ ସାଂସ୍କୃତିକ ମହୋତ୍ସବ ଚଇତି ଇଡିତାଲ ଉଦଘାଟିତ । ଏହି ଅବସରରେ ଜଗନ୍ନାଥ ମନ୍ଦିରରୁ ଏକ ବିଶାଳ ଭବ୍ୟ କଳସ ଶୋଭାଯାତ୍ରାରେ ହଜାର ହଜାର ଲୋକ ଅଂଶଗ୍ରହଣ କରିଥିଲେ । କଣ୍ଢେଇ ନାଚ, ଆଦିବାସୀ ନୃତ୍ୟ, ଲାଞ୍ଜିଆ ସୌରା ନୃତ୍ୟ, ଢୋଲ, ଢେମସା ପ୍ରଭୃତି ପାରମ୍ପରିକ ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା ।
ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଉପଜିଲ୍ଲାପାଳ ସିଧେଶ୍ବର ବଳିରାମଙ୍କ ସମେତ ଗୁଣୁପୁର ଉପଖଣ୍ଡର ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେଇଥିଲେ । ତେବେ ଚଇତି ଇଡିତାଲର ମୁଖ୍ୟ ଆକର୍ଷଣ ଥିଲା ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କ ମନଲୋଭା ନୃତ୍ୟ ପରିବେଷଣ ।
ଏହି ମହୋତ୍ସବ 3 ଦିନ ଧରି ପାଳିତ ହେବାକୁ ଥିବା ବେଳେ 62 ଟି ଷ୍ଟଲ କରାଯାଇଛି । ତିନିଦିନ ଧରି ଚାଲିବାକୁ ଥିବା ଏହି ସାଂସ୍କୃତିକ ସନ୍ଧ୍ୟାରେ ଓଲିଉଡ କଳାକାର ଓ ସ୍ଥାନୀୟ ଲୋକ ସଂସ୍କୃତିକୁ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ