ETV Bharat / state

ରାୟଗଡାରେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ - ରାୟଗଡା କେନ୍ଦ୍ର ସ୍ବାସ୍ଥ୍ୟ ଟିମ

ରାୟଗଡା ଜିଲ୍ଲାର ସ୍ୱାସ୍ଥ୍ୟ ସେବା ସଂପର୍କିତ ସ୍ଥିତି ଜାଣିବାକୁ ରାୟଗଡା ଜିଲ୍ଲାକୁ 3 ଦିନିଆ ଗସ୍ତରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗ ଟିମ । ଅଧିକ ପଢନ୍ତୁ

Central health team visit rayagada
ରାୟଗଡାରେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ
author img

By

Published : Nov 14, 2021, 10:47 PM IST

ରାୟଗଡା: ଜିଲ୍ଲା ଗସ୍ତରେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ । ଜିଲ୍ଲାର ସ୍ୱାସ୍ଥ୍ୟ ସେବା ସଂପର୍କିତ ସ୍ଥିତି ଜାଣିବାକୁ ରାୟଗଡା ଜିଲ୍ଲାକୁ 3 ଦିନିଆ ଗସ୍ତରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗ ଟିମ । ଏହି ତନିଦିନିଆ ଗସ୍ତରେ ଜିଲ୍ଲାର ଅଞ୍ଚଳ ଗସ୍ତ କରିବ ଏହି ଟିମ ।

ରାୟଗଡାରେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ

ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ଯୋଜନା ଓ କୋଭିଡ ପରବର୍ତ୍ତି ସ୍ଥିତିରେ ରାୟଗଡା ଜିଲ୍ଲାର ସ୍ୱାସ୍ଥ୍ୟ ସେବା ସଂପର୍କିତ ସ୍ଥିତି ଜାଣିବାକୁ 3ଦିନିଆ ଗସ୍ତରେ ଆସିଛି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗ ଟିମ। ଜିଲ୍ଲାର ବିଭିନ୍ନ ଡାକ୍ତରଖାନା ଓ ଉପକେନ୍ଦ୍ର ପରିଦର୍ଶନ କରିବ ଏହି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗ ଟିମ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସହକାରୀ ଆୟୁକ୍ତ ପଦ୍ମିନୀ କାଶ୍ୟପଙ୍କ ନେତୃତ୍ୱରେ ଏକ ନଅ ଜଣିଆ ଟିମ ରାୟଗଡା ପହଞ୍ଚି ପୃଥକ ପୃଥକ ଭାବେ ଜିଲ୍ଲାର ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ଗୁଣୁପୁର ସବଡ଼ିଭିଜନ ଡାକ୍ତରଖାନା ସମେତ 14ଟି ଡାକ୍ତରଖାନା, 10ଟି ଉପକେନ୍ଦ୍ର ଓ ଗୁଣୁପୁର ମାଁ ଘରକୁ ପରିଦର୍ଶନ କରିବା ସହ ସେଠାର ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା ଅନୁଧ୍ୟାନ କରିଛନ୍ତି।

ସେହିଭଳି ଆଜି ସନ୍ଧ୍ୟାରେ ଏକ ଟିମ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପହଞ୍ଚି ଡାକ୍ତରଖାନାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନ ସମସ୍ତ ଯୋଜନାର ସମୀକ୍ଷା କରିବା ସହ ରୋଗୀ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ତେବେ ସମସ୍ତ ଅନୁସନ୍ଧାନ ପରେ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ନେଇ ଏକ ବିସ୍ତୃତ ରିପୋର୍ଟ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ପ୍ରଦାନ କରିବା ସହ ରାଜ୍ୟ ସରକକାରଙ୍କ ସହ ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସହକାରୀ ଆୟୁକ୍ତ ପଦ୍ମିନୀ କାଶ୍ୟପ ।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.