ETV Bharat / state

CDS Chopper Crash: ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାୟଗଡାବାସୀ

author img

By

Published : Dec 9, 2021, 9:26 PM IST

Updated : Dec 9, 2021, 10:02 PM IST

CDS ବିପିନ ରାୱତଙ୍କ ସମେତ ପତ୍ନୀ ଓ ଅନ୍ୟ ବୀରମାନଙ୍କୁ ରାୟଗଡ ଜିଲ୍ଲା ପ୍ରେସ ୟୁନିୟନ ପକ୍ଷରୁ ଶ୍ରଦ୍ଧାଞ୍ଜଳି । ଅଧିକ ପଢନ୍ତୁ

CDS Chopper Crash: people of Rayagada pay Tributes
CDS Chopper Crash: ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାୟଗଡା ବାସୀ

ରାୟଗଡା: ଦେଶର ସୁରକ୍ଷା ପାଇଁ ସର୍ବଦା ଆଗକୁ ଆସି ଲଢୁଥିଲେ । ଦେଶ ସେବା କରିବାକୁ ଶପଥ ନେଇଥିଲେ । ଦେଶର ଶତ୍ରୁଙ୍କୁ ଦମନ କରିବା ପାଇଁ ଯବାନମାନଙ୍କୁ ସର୍ବଦା ଗୁରୁ ମନ୍ତ୍ର ଦେଇ କେତେ ଦେଶ ମାତୃକାର ସନ୍ତାନ ତିଆରି କରିଥିଲେ । ଭାରତ ମାତାର ଏହି ଲଢୁଆ ସନ୍ତାନ CDS ବିପିନ ରାୱତ ନିଜ ଜୀବନ ଯୁଦ୍ଧରେ ହାରିଗଲେ ।

ସାରା ଦେଶ ଆଜି ତାଙ୍କ ସ୍ମୃତିକୁ ମନେ ପକାଇ ବାହୁନି କାନ୍ଦୁଛି । ସେମାନେ ଥିଲେ ଆମ ଦେଶର ବରପୁତ୍ର । ତାମିଲନାଡୁ କୁନ୍ନୁରରେ ହେଲିକପ୍ଟର ଭୟଙ୍କର ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଭାଗ୍ୟଜନକ ହେଲିକପ୍ଟର ଦୁର୍ଘଟଣାରେ CDS ଜେନେରାଲ ବିପିନ୍ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ୧୧ ଜଣ ଯବାନଙ୍କ ଆକସ୍ମିକ ଦେହାନ୍ତ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: IAF Chopper Crash: ବୀରପୁତ୍ରଙ୍କୁ ହରାଇଲା ଓଡିଶା, ବିକଳ ହୋଇ କାନ୍ଦୁଛନ୍ତି ପରିବାର

ସ୍ବର୍ଗତ ରାୱତଙ୍କ ଦେହାନ୍ତ ଓ ଯବାନଙ୍କ ଆକସ୍ମିକ ମୃତ୍ୟୁ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। ମାତୃଭୂମିର ସେବା ଓ ସୁରକ୍ଷା ପାଇଁ ସେମାନଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ। ଏହିଭଳି ଦୁଃଖଦ ଘଟଣାରେ ରାୟଗଡ ଜିଲ୍ଲା ପ୍ରେସ ୟୁନିୟନ ପକ୍ଷରୁ ସହିଦ ଯବାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଏକ ଶୋକସଭାର ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ସାମ୍ବାଦିକ, ସହିଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କ୍ୟାଣ୍ଡେଲ ଜଳାଇ କରି ଯବାନଙ୍କ ଅମର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Dec 9, 2021, 10:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.