ETV Bharat / state

ପଡିରହିଲା ଅଜଣା ମୃତଦେହ, ନିଜେ ମୃତଦେହ ନେଇ ଅନ୍ତିମ ସତ୍କାର କଲେ ଏସଆଇ - ରାୟଗଡା ଖବର

ମାନବିକତା ଦେଖାଇଲେ ପୋଲିସ ବାବୁ । ଅଜଣା ବୃଦ୍ଧଙ୍କ ମୃତଦେହର କଲେ ଅନ୍ତିମ ସତ୍କାର । ଅଧିକ ପଢନ୍ତୁ...

ପୋଲିସ ବାବୁଙ୍କ ମହନତା;ବୃଦ୍ଧଙ୍କ ମୃତଦେହକୁ କଲେ ଅନ୍ତିମ ସତ୍କାର

author img

By

Published : Aug 25, 2021, 9:11 AM IST

ରାୟଗଡା: ମାନବିକତା ଦେଖାଇଲେ ପୋଲିସ ବାବୁ । ଅଜଣା ବୃଦ୍ଧଙ୍କ ମୃତଦେହ ବୋହି ଶ୍ମଶାନକୁ ନେଲେ । ଆଉ ଅନ୍ତିମ ସତ୍କାର ବି କରିଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହା ଖାକି ପ୍ରତି ଥିବା ସମ୍ମାନକୁ ଆହୁରି ବଢାଇ ଦେଇଛି । ଘଟଣାଟି ଥିଲା ଏମିତି । ଗତ 21 ତାରିଖ ଦିନ ଜଣେ ଅଜଣା ବୃଦ୍ଧଙ୍କ ମୃତଦେହ ଏକ ହୋଟେଲ ନିକଟରୁ ଉଦ୍ଧାର କରିଥିଲା ପୋଲିସ । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବ୍ୟବଚ୍ଛେଦ ଗୃହରେ ରଖାଯାଇଥିଲା ।

ପୋଲିସ ବାବୁଙ୍କ ମହନତା;ବୃଦ୍ଧଙ୍କ ମୃତଦେହକୁ କଲେ ଅନ୍ତିମ ସତ୍କାର

3 ଦିନ ଅପେକ୍ଷା କରିବା ପରେ ମୃତ ବ୍ୟକ୍ତିଙ୍କ କୌଣସି ସମ୍ପର୍କୀୟ ପୋଲିସ ନିକଟକୁ ଆସିନଥିଲେ । 72 ଘଣ୍ଟା ପରେ ମଧ୍ୟ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟ ନଆସିଲେ ତାହାକୁ ପୋଲିସ ନିଜେ ସତ୍କାର କରିବା ନିୟମ ରହିଛି । ତେଣୁ ରାୟଗଡା ଥାନା ଏସଆଇ ସୁଶାନ୍ତ କୁମାର ଶତପଥୀ ଅନ୍ତିମ ସତ୍କାର କରିବାର ଦାୟିତ୍ବ ତୁଲାଇଥିଲେ । ମହାପ୍ରୟାଣ ଗାଡି ନଥିବାରୁ ସ୍ୱର୍ଗଧାମ ଗାଡ଼ିର ବ୍ୟବସ୍ଥା କରିଥିଲେ । ହେଲେ ସେହି ଗାଡ଼ି ଚାଳନା ପାଇଁ ଡ୍ରାଇଭର ନ ମିଳିବା ଯୋଗୁଁ ସେ ନିଜେ ଗାଡ଼ି ଚାଳନା କରି ମୃତଦେହକୁ ଶ୍ମଶାନକୁ ନେଇ ସତ୍କାର କରିଥିଲେ । ଏସଆଇ ବାବୁଙ୍କ ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.