ରାୟଗଡ଼ା: ପଞ୍ଚାୟତ ନିର୍ବାଚନରେ ସରଂକ୍ଷଣକୁ ନେଇ ରାଜରାସ୍ତାରେ ଭାରତୀୟ ଜନତା ଓବିସି ମୋର୍ଚ୍ଚା । ଆଜି(ଶୁକ୍ରବାର) ଭାରତୀୟ ଜନତା ଓବିସି ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ଆଗାମୀ ପଞ୍ଚାୟତ ନିର୍ବାଚନରେ ସରଂକ୍ଷଣକୁ ନେଇ ରାଜ୍ୟ ସରକାର ଓବିସି ବର୍ଗଙ୍କ ପ୍ରତି ବୈମାତୃକ ମନୋଭାବ ଦେଖାଇଥିବା ଅଭିଯୋଗ ହୋଇଛି । ଏହି କାରଣରୁ ଚଳିତ ନିର୍ବାଚନରେ ଭାଗ ନେବା ନେଇ ଅସନ୍ତୋଷ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଦଳ ପକ୍ଷରୁ ବିରୋଧ କରି ଦାବି ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ରାମଚନ୍ଦ୍ର ବେହେରାଙ୍କ ତତ୍ତ୍ବାବଧାନରେ ଯୁବମୋର୍ଚ୍ଚା ସଭାପତି ଶ୍ୟାମ ସୁନ୍ଦର ଦାସ ଏବଂ ନଗର ସଭାପତି ବିଦ୍ୟା ପଣ୍ଡାଙ୍କ ନେତୃତ୍ବରେ ଶତାଧିକ ଭାଜପା କର୍ମୀ ଏକ ଶୋଭାଯାତ୍ରା କରିଥିଲେ ।
ଭାଜପା କର୍ମୀମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ୟ।ଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିବା ଜଣାପଡ଼ିଛି ।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ