ETV Bharat / state

ଟିକିରିରେ ବିଜେଡିର କର୍ମୀ ସମ୍ମିଳନୀ, ଶକ୍ତି ପ୍ରଦର୍ଶନ କଲେ ଭାସ୍କର ରାଓ - ବିଜେଡିର କର୍ମୀ ସମ୍ମିଳନୀ

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଠାରେ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିସହ ଏକ ପଦଯାତ୍ରା ଦଳ ତରଫରୁ ଅନୁଷ୍ଠିତ ହୋଇଥିଲା । ଅଧିକ ପଢ଼ନ୍ତୁ

ଟିକିରିରେ ବିଜେଡିର କର୍ମୀ ସମ୍ମିଳନୀ
ଟିକିରିରେ ବିଜେଡିର କର୍ମୀ ସମ୍ମିଳନୀ
author img

By

Published : Dec 19, 2022, 9:35 AM IST

ଟିକିରିରେ ବିଜେଡିର କର୍ମୀ ସମ୍ମିଳନୀ

ରାୟଗଡ଼ା: କାଶୀପୁର ବ୍ଲକ ଟିକିରି ଠାରେ ବିଜେଡିର ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଏଥିସହ ଦଳ ପକ୍ଷରୁ ଏକ ପଦଯାତ୍ରା ଆୟୋଜନ କରାଯାଇଥିଲା । କାଶୀପୁର ବ୍ଲକର ୨୪ଟି ପଞ୍ଚାୟତର ହଜାର ହଜାର ଲୋକ ଏଥିରେ ସାମିଲ ହୋଇଥିଲେ । ଆଉ ଏହି ସମାବେଶ ଓ ପଦଯାତ୍ରା ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ନେତୃତ୍ୱରେ ଆୟୋଜନ ହୋଇଥିଲା ।

ଏହାର ନେତୃତ୍ୱ ନେଇ ଏକପ୍ରକାର ଶକ୍ତି ପ୍ରଦର୍ଶନ କରିଛନ୍ତି ଭାସ୍କର । ଦଳର ଅନ୍ୟ ତୁଙ୍ଗ ନେତା ଏଥିରେ ସାମିଲ ହୋଇଥିଲେ । ଏହି ଅବସରରେ ଦଳ ତରଫରୁ କୁହାଯାଇଛି ଯେ, ୨୦୦୦ ମସିହାରେ ନବୀନ ପଟ୍ଟନାୟକ ସରକାର ଆସିବା ପରେ ରାଜ୍ୟରେ ବିକାଶର ପର୍ବ ଚାଲିଛି । ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି ସରକାର । ଏଥିସହ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରାଯାଇଛି । ସାଧାରଣ ଲୋକେ ଏହାର ଲାଭ ପାଉଛନ୍ତି ବୋଲି ଦଳୀୟ ନେତାମାନେ ପ୍ରକାଶ କରିଛନ୍ତି ।

ସରକାର ଲୋକଙ୍କ ପାଇଁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ପ୍ରଣୟନ କରିଛନ୍ତି । ପୂର୍ବ ସରକାର ଏହିଭଳି ବିକାଶ କେବେ କରିଛନ୍ତି କି ବୋଲି ପ୍ରଶ୍ନ କରାଯାଇଥିଲା । ୨୦୦୦ ପୂର୍ବରୁ କାଶୀପୁର ଓ ବର୍ତ୍ତମାନର କାଶୀପୁର ମଧ୍ୟରେ ଅନେକ ପରିବର୍ତ୍ତନ ଘଟିଛି । ଅପରପକ୍ଷରେ, ଆଜି ହିଁ ୨୦୨୪ ନିର୍ବାଚନ ପାଇଁ ବିଜେଡ଼ି ବିଗୁଲ ବଜାଇଛି ।

ଗତ ପଞ୍ଚାୟତ ନିର୍ବାଚନରେ ଦଳ ଯେଉଁଭଳି ସମର୍ଥନ ପାଇଥିଲା ତାହାର ପୁନରାବୃତ୍ତି ଆଗାମୀ ନିର୍ବାଚନରେ ହେବ ବୋଲି ଚର୍ଚ୍ଚା ହେଉଛି । ପ୍ରତି ନିର୍ବାଚନ ସମୟରେ କାଶୀପୁର ବ୍ଲକକୁ ନେଇ ବିଜେଡିର ଚିନ୍ତା ରହୁଥିବା ବେଳେ ବର୍ତ୍ତମାନ ଭିନ୍ନ ଭାବରେ ରଣନୀତି ପ୍ରସ୍ତୁତ କରାଯାଇ ଏହି ସମାବେଶ କରାଯାଇଛି । ଯାହାକି ବିରୋଧୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଥିବା ଚର୍ଚ୍ଚା ହେଉଛି । ଏହି ସମାବେଶରେ ରାଜ୍ୟସଭା ସାଂସଦଙ୍କ ସମେତ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମରିକା ପ୍ରମୁଖ ଉପସ୍ଥିତ ଥିଲେ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.