ETV Bharat / state

ଆଗକୁ ପଞ୍ଚାୟତ ନିର୍ବାଚନ, ରାୟଗଡାରେ ସଜବାଜ ଆରମ୍ଭ କଲା ବିଜେଡି - bjd preparation for panchyat elaction

ରାୟଗଡାରେ ନବନିଯୁକ୍ତ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ । ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡ଼ିର ସଜବାଜ ଆରମ୍ଭ । ଅଧିକ ପଢନ୍ତୁ...

ରାୟଗଡାରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡ଼ିର ସଜବାଜ ଆରମ୍ଭ

author img

By

Published : Aug 5, 2021, 8:14 AM IST

ରାୟଗଡା: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏବେ ଠାରୁ ରଣନୀତି ଆରମ୍ଭ କରି ଦେଲାଣି ଶାସକ ବିଜେଡ଼ି ଦଳ । ରାଜ୍ୟ ବିଜେଡ଼ି ପକ୍ଷରୁ ରାୟଗଡା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନବ ନିଯୁକ୍ତ ହୋଇଥିବା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ପ୍ରଥମ କରି ଜିଲ୍ଲା ଗସ୍ତରେ ଆସି କର୍ମୀ ସମ୍ମିଳନୀ କରିଛନ୍ତି ।

ରାୟଗଡାରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡ଼ିର ସଜବାଜ ଆରମ୍ଭ

ଗୁଣୁପୁର ନିର୍ବାଚନ ମଣ୍ଡଳୀର ଗୁଣୁପୁର, ପଦ୍ମପୁର, ଗୁଡାରି ଓ ରମାନଗୁଡା ବ୍ଲକର ବିଭିନ୍ନ ପଞ୍ଚାୟତରାଜ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ପ୍ରଥମେ ଆଗାମୀ ପଞ୍ଚାୟତ ନିର୍ବାଚନ ହାତେଇବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି । ଏହାପରେ ବିଷମ କଟକ ବ୍ଳକ୍, ମୁନିଗୁଡା ବ୍ଲକ, କଲ୍ୟାଣସିଂପୁର ବ୍ଲକ ଏବଂ କଲୋନରା ବ୍ଲକ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ । ପରେ ଅପରାହ୍ନରେ ରାୟଗଡା ଠାରେ କାଶୀପୁର, ରାୟଗଡା ବ୍ଲକ ସହ ରାୟଗଡା ମ୍ୟୁନିସିପାଲଟିର ବିଜେଡି କର୍ମୀଙ୍କ ସହ ଆଲୋଚନା କରିଥଲେ ଅତନୁ ।

ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ କଲ୍ୟାଣମୂଳକ ଯୋଜନା କିପରି ପହଞ୍ଚିବ, ସାଧାରଣ ଲୋକେ କିଭଳି ଯୋଜନାରେ ଉପକୃତ ହୋଇପାରିବେ ଏଥିପାଇଁ ବିଜେଡ଼ି ସବୁବେଳେ ଗୁରୁତ୍ୱ ଦେଇଛି । ଆଗାମୀ ଦିନରେ ସମସ୍ତ ପ୍ରକାର ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ଥିବା କହିଛନ୍ତି ଅତନୁ । ପର୍ଯ୍ୟବେକ୍ଷକଙ୍କ ଗସ୍ତ ସମୟରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଓ ଜିଲ୍ଲା ବିଜେଡ଼ି ସଭାପତି ସୁଧୀର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.