ରାୟଗଡ: ଚତୁର୍ଥ ବିଶ୍ୱକପ୍ ଚେସ୍ ବକ୍ସିଂରେ ଚମ୍ପିୟାନ ହୋଇ ଦେଶପାଇଁ ଗୌରବ ଆଣିଲେ ବିଷମକଟକ ମାଟିର ସୁନାଝିଅ ଭିନିଲା । ଚତୁର୍ଥ ବିଶ୍ୱକପ୍ ଚେସ୍ ବକ୍ସିଂରେ ଚମ୍ପିୟାନ ହୋଇ ଦେଶପାଇଁ ଗୌରବ ଆଣିଲେ ବିଷମକଟକ ମାଟିର ସୁନାଝିଅ ଭିନିଲାକ୍ରିଡା କ୍ଷେତ୍ରରେ ଭାରତର ଯୁବ ଗୋଷ୍ଠୀ, ଦେଶ ତଥା ଦେଶ ବାହାରେ ବିଭିନ୍ନ ଖେଳ ପ୍ରତିଯୋଗିତାରେ ଭାଗ ନେଇ ଦେଶର୍ ସୁନାମ ଆଣୁଥିବା ବେଳେ ତୁର୍କିର ଆଣ୍ଚାଲିଆ ସହରରେ ଆୟୋଜିତ ହୋଇଥିବା ଚତୁର୍ଥ ବିଶ୍ୱ ଚେସ୍ବକ୍ସିଂ ପ୍ରତିଯୋଗିତାରେ ପଚାଶ କିଲୋ ବର୍ଗରେ ଗୋଲ୍ଡ ମେଡାଲ ଜିତି ଦେଶ ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ରାୟଗଡା ଜିଲ୍ଲା ବିଷମକଟକର ଝିଅ ବି ଭିନିଲା ।
ଯାହାପାଇଁ ଏବେ ଭିନିଲାଙ୍କ ପାଇଁ ସବୁ ବର୍ଗରୁ ଶୁଭେଚ୍ଛାର ସୁଅ ଛୁଟୁଛି । ହେଲେ କ୍ରୀଡା ଭିତ୍ତିଭୂମି ଅଭାବରୁ ଓଡ଼ିଶା ବଦଳରେ ଆନ୍ଧ୍ର ପ୍ରଦେଶରୁ ପ୍ରତିନିଧିତ୍ଵ କରି ଦେଶପାଇଁ ଗୌରବ ଆଣିଥିବାରୁ ଦୁଃଖ ପ୍ରକାଶ କରିଛନ୍ତି କ୍ରୀଡ଼ାପ୍ରେମୀ । ରାୟଗଡ଼ା ଜିଲ୍ଲା ବିଷମକଟକ ସହରରେ ରହୁଥିବା ବି.ବିସେଶ୍ୱେର ରାଓଙ୍କ ଝିଅ ହେଲେ ବି.ଭିନିଲା । ବିଷମକଟକ ଏନାଲିୟମ ସ୍କୁଲରେ ହାଇସ୍କୁଲ ପାଠ ଶେଷ କରିବା ପରେ ସେ ବର୍ତ୍ତମାନ ବିଶାଖାପାଟଣାର ସଂସ୍କୃତି ଗ୍ଲୋବାଲ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ବର୍ଗରେ ଅଧ୍ୟୟନ କରୁଛନ୍ତି । ସ୍କୁଲ ଜୀବନରୁ ଚେସ ପ୍ରତି ରୁଚି ରଖୁଥିବା ଭିନିଲା ପରେ ବକ୍ସିଂ ପ୍ରତି ଆଗ୍ରହ ଆସିବାରୁ ସେଠାରେ ତାଲିମ ନିଅନ୍ତି । ପରେ ଉଭୟ ଚେସ ଓ ବକ୍ସିଂ କ୍ରୀଡ଼ାରେ ଭଲ ପ୍ରଦର୍ଶନ ଯୋଗୁଁ ସେ ଚେସ୍ବକ୍ସିଂ ପାଇଁ ମାନ ବଳାଇଥିଲେ ।
ସେ ପ୍ରଥମେ ଆନ୍ଧ୍ର ପ୍ରଦେଶ ତରଫରୁ ଗୁଜରାଟର ଅହମଦାବାଦ ଠାରେ ଆୟୋଜିତ ଜାତିୟ ଚେସ୍ବକ୍ସିଂ ପ୍ରତିଯୋଗିତାରେ ପଚାଶ କିଲୋ ବର୍ଗରେ ଗୋଲ୍ଡ ମେଡେଲ୍ ଜତି ଆନ୍ତର୍ଜାତିୟ ପ୍ରତିଯୋଗିତା ପାଇଁ ମନୋନିତ ହୋଇଥିଲେ । ଏହା ପରେ ଚଳିତ ମାସ 13 ତାରିଖ ରୁ 16 ତାରିଖ ପର୍ଯ୍ୟନ୍ତ ହୋଇଥିବା ଥିବା ପ୍ରତିଯୋଗିତାରେ ପ୍ରଥମେ କାଜାକିସ୍ତାନ ସହ ଖେଳି ଜିତିବା ପରେ ଫାଇନାଲରେ ଋଷିଆର ଖେଳାଳିଙ୍କ ସହ ଖେଳି ଭିନିଲା ଗୋଲ୍ଡ ମେଡାଲ ହାତେଇ ପାରିଛନ୍ତି । ଏହି ବିଶ୍ୱକପ ପ୍ରତିଯୋଗିତାରେ ଭାରତ ସହ ରଷିଆ,ତୁର୍କ, କାଜାକିସ୍ଥାନ, ଇଟାଲି, ଫ୍ରାଞ୍ଚ, ଓ ଜର୍ମାନୀ ଭଳି 10 ଟି ଦେଶର ଖେଳାଳୀ ଅଂଶ ଗ୍ରହଣ କରିଥିଲେ।
ତେବେ ଏହି ସଫଳତା ପାଇଁ ସେ କୋଚ ଓ ପିତାମାତାଙ୍କୁ କୃତଜ୍ଞତା ଜଣାଇବା ସହ ବକ୍ସିଂ କ୍ରୀଡ଼ାରେ ଭାରତରୁ ପ୍ରତିନିଧିତ୍ଵ କରି ଦେଶପାଇଁ ଗୌରବ ଆଣିବା ଓ ଦେଶ ସେବା ପାଇଁ ଏନଡିଏରେ ଯୋଗଦେବା ପାଇଁ ଆଶା ରଖିଛନ୍ତି ଭିନିଲା । ବିଷମକଟକର ଝିଅ ସ୍ଵର୍ଣ୍ଣ ଜିତି ଦେଶପାଇଁ ଗୌରବ ଆଣିଥିବାରୁ ବହୁତ୍ ଗର୍ବିତ ମନେକରିବା ସହ ସମର୍ଦ୍ଧନା ଜଣାଇଛନ୍ତି ବିଷମ କଟକ କ୍ରୀଡା ପ୍ରେମୀ ଓ ଗ୍ରାମବାସୀ । ତେବେ ଭିତ୍ତିଭୂମି ଅଭାବରୁ ଓଡ଼ିଶା ବଦଳରେ ଆନ୍ଧ୍ର ପ୍ରଦେଶରୁ ପ୍ରତିନିଧିତ୍ଵ କରି ଦେଶପାଇଁ ଗୌରବ ଆଣିଥିବାରୁ ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାର କ୍ରୀଡାର ଭିତ୍ତଭୂମିର ବିକାଶ କଲେ ଭିନିଲା ଭଳି ବହୁ ଯୁବକ ଯୁବତୀ ଦେଶପାଇଁ ସୁନାମ ଆଣିପାରିବେ ବୋଲି କହିଛନ୍ତି ବିଷମକଟକ କ୍ରୀଡାବିତ୍ ।
ଇଟିଭି ଭାରତ, ରାୟଗଡ