ETV Bharat / state

ପାଣି ପାଇଁ ବାଜିରେ ଲାଗିଛି ଜୀବନ, ଫେଲ ମାରିଛି ବସୁଧା ଯୋଜନା

ଏଠି ପିଇବା ପାଣି ମୁନ୍ଦିଏ ପାଇଁ ବାଜିରେ ଲାଗୁଛି ଜୀବନ । ପାଖରେ ପାଣି ସୁବିଧା ନ ଥିବାରୁ ଜାତୀୟ ରାଜପଥ ପାର ହୋଇ ପାଣି ଆଣିବାକୁ ଯିବାକୁ ପଡୁଛି । ଏ ହେଉଛି ରାୟଗଡା ଜିଲ୍ଲା ରମାନଗୁଡା ବ୍ଲକ ଗୁମୁଡ଼ା ତାରିଣୀ ମନ୍ଦିର ବସ୍ତିର ଚିତ୍ର ।

author img

By

Published : Sep 22, 2020, 7:59 AM IST

rayagada latest news, water problem in rayagada, basudha scheme failed in rayagada, ରାୟଗଡା ଲାଟେଷ୍ଟ ନ୍ୟୁଜ୍‌, ରାୟଗଡାରେ ଜଳ ସମସ୍ୟା, ରାୟଗଡାରେ ବସୁଧା ଯୋଜନା ଫେଲ
ପାଣି ପାଇଁ ବାଜିରେ ଲାଗିଛି ଜୀବନ, ଫେଲ ମାରିଛି ବସୁଧା ଯୋଜନା

ରାୟଗଡା: ଏଠି ପିଇବା ପାଣି ମୁନ୍ଦିଏ ପାଇଁ ବାଜିରେ ଲାଗୁଛି ଜୀବନ । ପାଖରେ ପାଣି ସୁବିଧା ନ ଥିବାରୁ ଜାତୀୟ ରାଜପଥ ପାର ହୋଇ ପାଣି ଆଣିବାକୁ ଯିବାକୁ ପଡୁଛି । ଏ ହେଉଛି ରାୟଗଡା ଜିଲ୍ଲା ରମାନଗୁଡା ବ୍ଲକ ଗୁମୁଡ଼ା ତାରିଣୀ ମନ୍ଦିର ବସ୍ତିର ଚିତ୍ର । ପ୍ରାୟ 30ରୁ ଉର୍ଦ୍ଧ୍ବ ପରିବାର ଏଠାରେ ବସବାସ କରୁଥିବା ବେଳେ ରହିଛି ଗୋଟିଏ ମାତ୍ର ବ୍ୟବହାର ଅନୁପଯୁକ୍ତ ନଳକୂପ । ଏହି ନଳକୂପ ପାଣିରେ ଲୁହା ଗୁଣ୍ଡ ଓ ତେଲିଆ ଅଂଶ ବାହାରୁ ଥିବାରୁ ଏହି ପାଣି ପିଇବା ସ୍ବାସ୍ଥ୍ୟ ପକ୍ଷେ ଅହିତକର ।

ସେପଟେ ବସ୍ତିଠାରୁ 500 ମିଟର ଦୂରରେ 326 ନଂ ରାଜପଥ ପାର୍ଶ୍ଵରେ ରହିଛି ଗୋଟିଏ ଷ୍ଟାଣ୍ଡ ପୋଷ୍ଟ । ଉପାୟ ନପାଇ ବାଧ୍ୟ ହୋଇ ଜାତୀୟ ରାଜପଥ ପାରି ହୋଇ ପାଣି ଆଣିବାକୁ ପଡୁଛି ବସ୍ତି ବାସିନ୍ଦାଙ୍କୁ । ବେଳେବେଳେ ରାଜପଥ ଉପରେ ଦୁର୍ଘଟଣାର ଶିକାର ହେଉଥିବା ମଧ୍ୟ ଦେଖାଯାଉଛି । ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସପ୍ଲାଇ ୱାଟର ଗ୍ରାମର ଅନ୍ୟ ଅଞ୍ଚଳକୁ ଦିଆଯାଇଥିବା ବେଳେ ଏହି ଅଞ୍ଚଳକୁ ଦିଆଯାଇ ନାହିଁ । ଏନେଇ ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ଗୁହାରି କଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରୁନାହିଁ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.