ରାୟଗଡ : ସନ୍ନ୍ୟାସୀ ସ୍ୱରୁପାନନ୍ଦ ଗିରିଙ୍କୁ ମରଣାନ୍ତକ ଆକ୍ରମଣ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଦେବଗିରି ଶୈବପୀଠ ସ୍ଥିତ ଆଶ୍ରମରେ ରହୁଥିବା କ୍ରାନ୍ତିକାରୀ ସନ୍ଥ ତଥା ସନ୍ନ୍ୟାସୀ ସ୍ୱରୁପାନନ୍ଦ ଗିରିଙ୍କୁ କଲ୍ୟାଣସିଂହପୁର ଠାରେ ମରଣାନ୍ତକ ଆକ୍ରମଣ ହୋଇଛି । ଏନେଇ କଲ୍ୟାଣସିଂହପୁର ଥାନରେ ଏତଲା ଦିଆଯାଇଛି । ଗୁରତର ଅବସ୍ଥାରେ ବ୍ରହ୍ମପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ମୁତାବକ, ସନ୍ଥ ସ୍ଵରୁପାନନ୍ଦ ଦେବଗିରି ଶୈବପୀଠ ସ୍ଥିତ ଆଶ୍ରମରେ ରହି ସେହି ଅଞ୍ଚଳରେ ସଚେତନ କରିବା ସହ ଗୋ ସେବା, ଅନ୍ଧବିଶ୍ୱାସ ବିରୁଦ୍ଧରେ ସଚେତନ କରିବା ଭଳି ଅନେକ ଜନହିତକର କାର୍ଯ୍ୟ କରି ଆସୁଛନ୍ତି। ହେଲେ ଗତକାଲି ସେ ଯେତେବେଳେ ନିଜ ଆଶ୍ରମକୁ ଫେରୁଥିଲେ ସେହି ସମୟରେ କିଛି ଅସାମାଜିକ ବ୍ୟକ୍ତି କଲ୍ୟାଣସିଂହପୁର ମୁଖ୍ୟ ରାସ୍ତା ଉପରେ ତାଙ୍କ ଗାଡ଼ିକୁ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । କିନ୍ତୁ ଚୁପ୍ ରହିବାକୁ ବାବା ସ୍ୱରୁପାନନ୍ଦ ଗିରି ସେମାନଙ୍କୁ ବୁଝାଇ ଥିଲେ । ଫଳରେ ତାଙ୍କୁ କିଛି ଲୋକ ଆସି ବାବାଙ୍କୁ ଛଡାଇ ନେଇଥିଲେ । କିନ୍ତୁ କିଛି ସମୟ ପରେ ତାଙ୍କୁ ସେହିମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ନିକଟରେ ଥିବା ୱେଲ୍ଡିଂ ଦୋକାନରେ ଏକ ଲୁହା ଛଡରେ ମୁଣ୍ଡ ପଛପଟକୁ ବାଡେଇଥିବା ବେଳେ ସ୍ୱରୁପାନନ୍ଦ ଗୁରୁତର ହୋଇ ପଡିଥିଲେ ।
ଏହା ମଧ୍ୟ ପଢନ୍ତୁ- ପୂର୍ବ ଶତ୍ରୁତାରୁ ଖଣ୍ଡଯୁଦ୍ଧ, ମହିଳାଙ୍କୁ ମରଣାତ୍ମକ ଆକ୍ରମଣ
ଏନେଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବାବାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥଲେ । ହେଲେ ସେଠାରେ ଡାକ୍ତର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ପରୀକ୍ଷା ଓ ଅଧିକ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ଫଳରେ ସ୍ୱରୁପାନନ୍ଦଙ୍କୁ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ମଧ୍ୟ ଡାକ୍ତର ସନ୍ନ୍ୟାସୀ ସ୍ୱରୁପାନନ୍ଦ ଗିରିଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରିଛନ୍ତି ଡାକ୍ତର । ବର୍ତ୍ତମାନ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ତେବେ ସନ୍ଥ ସ୍ଵରୁପାନନ୍ଦ ଏହା କୌଣସି ଏକ ବଡ ଷଡ଼ଯନ୍ତ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ ପ୍ରକାଶ କରିଛନ୍ତି। ସେପଟେ ଏହାର ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ହିନ୍ଦୁ ସଂଗଠନ ତଥା ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।
ଇଟିଭି ଭାରତ, ରାୟଗଡ