ETV Bharat / state

ଘରୋଇ ଇଞ୍ଜିନିୟରିଂ କଲେଜରେ କୋରୋନା ଟେନ୍‌ସନ୍‌, ୪୬ ଛାତ୍ର ଆକ୍ରାନ୍ତ

author img

By

Published : Jan 9, 2022, 10:33 PM IST

କୋଲନରା ବ୍ଲକ ଭୁଜବଳସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ କୋରୋନା ସଂକ୍ରମଣ ଚିନ୍ତା ବଢ଼ାଇ ଦେଇଛି । ଏକାଥରକେ ୪୬ ଜଣ ଛାତ୍ର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଘରୋଇ ଇଞ୍ଜିନିୟରିଂ କଲେଜରେ କୋରୋନା ଟେନ୍‌ସନ୍‌, ୪୬ ଛାତ୍ର ଆକ୍ରାନ୍ତ
ଘରୋଇ ଇଞ୍ଜିନିୟରିଂ କଲେଜରେ କୋରୋନା ଟେନ୍‌ସନ୍‌, ୪୬ ଛାତ୍ର ଆକ୍ରାନ୍ତ

ରାୟଗଡ଼ା: ଜିଲ୍ଲା କୋଲନରା ବ୍ଲକ ଭୁଜବଳସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ କୋରୋନା ସଂକ୍ରମଣ ଚିନ୍ତା ବଢ଼ାଇ ଦେଇଛି । ଏହି କଲେଜରେ ଏକାଥରକେ ୪୬ ଜଣ ଛାତ୍ର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରଥମେ ୩୦୦ ଜଣ ଛାତ୍ରଛାତ୍ରୀଙ୍କ କୋଭିଡ ପରୀକ୍ଷଣ ହୋଇଥିଲା ।

ତେବେ ସେଥି ମଧ୍ୟରୁ ୪୬ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ସେହି ହଷ୍ଟେଲ୍‌କୁ କଣ୍ଟେନ୍‌ମେଣ୍ଟ୍‌ ଜୋନ ଘୋଷଣା କରିଛି ପ୍ରଶାସନ । ହଷ୍ଟେଲରେ ବାହାର ଲୋକଙ୍କ ପ୍ରବେଶ ଉପରେ ନିଷେଧାଦେଶ ଜାରି ହୋଇଛି ।

ମେଡିକାଲ୍‌ ଟିମ୍‌ ହଷ୍ଟେଲ୍‌ରେ ପହଞ୍ଚି ଆକ୍ରାନ୍ତ ଛାତ୍ରଙ୍କୁ କିଛି ଚିକିତ୍ସା କରିଛନ୍ତି । ହଷ୍ଟେଲ୍‌ରେ ଏତେ ମାତ୍ରାରେ କୋଭିଡ ସଂକ୍ରମିତ ଚିହ୍ନଟ ହେବାପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ସେପଟେ ପ୍ରଶାସନ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ କୋଭିଡ ଗାଇଡଲାଇନ ମାନି ଚଳିବା ସହ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି ।

ଏତେ ସଂଖ୍ୟାରେ ଛାତ୍ର କୋଭିଡ ସଂକ୍ରମିତ ଛାତ୍ର ଚିହ୍ନଟ ହେବାପରେ ସେମାନଙ୍କ ପରିବାର ବର୍ତ୍ତମାନ ଚିନ୍ତାରେ ପଡ଼ି ଯାଇଛନ୍ତି । ବାହାର ଜିଲ୍ଳାରୁ ଆସି ଏହି ଛାତ୍ରମାନେ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ । ଏକ ସପ୍ତାହ ପୂର୍ବରୁ ସେହି କଲେଜର ଦୁଇଜଣ ଛାତ୍ରୀ ପ୍ରଥମେ କୋରୋନା ଆକ୍ରାନ୍ତ ହୋଇଥିଲେ । ଏହାପରେ ଆଉ ୫ ଜଣ ଛାତ୍ରୀ କୋରୋନା ଆକ୍ରାନ୍ତ ହୋଇଥିଲେ ।

ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଛାତ୍ରମାନେ ମଧ୍ୟ ବର୍ତ୍ତମାନ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି । ସେପଟେ ରାଜ୍ୟ ସରକାର କଲେଜ ବନ୍ଦ କରିବା ସହ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ଶିକ୍ଷାନୁଷ୍ଠାନ ବନ୍ଦ ହୋଇଥିଲେ ସୁଦ୍ଧା କୋରୋନା ବ୍ୟାପିବା ଯୋଗୁଁ ସେହି ଇଞ୍ଜିନିୟରିଂ କଲେଜର କୌଣସି ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ିନାହାନ୍ତି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.