ETV Bharat / state

ଶିଶୁ ଓ ମହିଳାଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ଦାବିରେ ଆଶାକର୍ମୀଙ୍କ ବିଶାଳ ଶୋଭାଯାତ୍ରା

ରାୟଗଡାରେ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଦାବିରେ ଆଶାକର୍ମୀଙ୍କ ବିଶାଳ ଶୋଭାଯାତ୍ରା । ଅଧିକ ପଢନ୍ତୁ

ରାୟଗଡାରେ ଆଶାକର୍ମୀଙ୍କ ବିଶାଳ ଶୋଭାଯାତ୍ରା
ରାୟଗଡାରେ ଆଶାକର୍ମୀଙ୍କ ବିଶାଳ ଶୋଭାଯାତ୍ରା
author img

By

Published : Apr 6, 2022, 11:01 AM IST

ରାୟଗଡା: ଜିଲ୍ଲାରେ ଗର୍ଭବତୀ ମହିଳା ଏବଂ ଶିଶୁଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଦାବିରେ ଆଶା କର୍ମୀଙ୍କ ବିଶାଳ ଶୋଭାଯାତ୍ରା । ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ଡାକରାରେ ଆଶା କର୍ମୀଙ୍କ ଏକ ବିରାଟ ଶୋଭାଯାତ୍ରା ଗୁଣପୁରର ଜଗନ୍ନାଥ ମନ୍ଦିରରୁ ବାହାରି ସଦର ମୁଖ୍ୟ ହସ୍ପିଟାଲରେ ପହଞ୍ଚିଥିଲା । ଆଶାକର୍ମୀ ମାନେ ଗର୍ଭବତୀ ମହିଳା ଏବଂ ଶିଶୁଙ୍କୁ ତୁରନ୍ତ ଗୁଣୁପୁର ଏବଂ ରାୟଗଡା ସଦର ହସ୍ପିଟାଲରେ ଡାକ୍ତରୀ ସେବା ଯୋଗାଇ ଦେବାକୁ ଦାବି କରିଥିଲେ ।

ରାୟଗଡାରେ ଆଶାକର୍ମୀଙ୍କ ବିଶାଳ ଶୋଭାଯାତ୍ରା

ଏହାସହ ଜନନୀ ସୁରକ୍ଷା ଯୋଜନା ଶୀଘ୍ର କାର୍ଯ୍ୟକାରିତା କରିବା ଆଦି 15 ଦଫା ଦାବି ନେଇ ସ୍ଥାନୀୟ ସଦର ହସ୍ପିଟାଲର ଏସଡିଏମଓ ଡାକ୍ତର ରମେଶ ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଦାବି ମଧ୍ୟରେ ଆଶା କର୍ମୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ସହ ଅନୁସାଙ୍ଗିକ ବ୍ୟବସ୍ଥା ଯୋଗାଇ ଦେବାକୁ ଦାବି କରାଯାଇଛି । ଏଥିସହ ଗୁଣପୁରରେ ଶିଶୁ ଡାକ୍ତରଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ଦାବି କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.