ETV Bharat / state

ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ଲାଗିଲା ମାଓ ବିରୋଧୀ ପୋଷ୍ଟର

ନିୟମଗିରି ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳୁଥିବାବେଳେ ଏବେ ଏହି ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

author img

By

Published : Aug 26, 2022, 12:51 PM IST

ମାଓ ବିରୋଧୀ ପୋଷ୍ଟର
ମାଓ ବିରୋଧୀ ପୋଷ୍ଟର

ରାୟଗଡା: ନିୟମଗିରି ସୁରକ୍ଷା ସମିତି ତରଫରୁ ଲାଗିଲା ମାଓ ବିରୋଧୀ ପୋଷ୍ଟର । ବିଭିନ୍ନ ସମୟରେରେ ନିୟମଗିରି ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳୁଥିବାବେଳେ ଏବେ ଏହି ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି । ରାୟଗଡ଼ା ଜିଲ୍ଲା କଲ୍ୟାଣସିହପୁର ବ୍ଲକ ପାରସଲି ପଞ୍ଚାୟତର ବିଭିନ୍ନ ଜାଗାରେ ମାଓବାଦୀ ବିରୋଧୀ ପୋଷ୍ଟର ଗୁଡିକ ଦେଖିବାକୁ ମିଳିଛି । ପୋଷ୍ଟରରେ ନିୟମଗିରି ଅଞ୍ଚଳରେ ନୀରିହ ଝିଅଙ୍କୁ ମାଓ ସଙ୍ଗଠନରେ ସାମିଲ କରି ଯୌନ ନିର୍ଯାତନା ଦେବା ଗର୍ଭବତୀ ଅବସ୍ଥାରେ ଅସମୟରେ ସେମାନଙ୍କ ହାତ ଛାଡ଼ି ଦେଉଥିବା ମୁଖ୍ୟତଃ ଦର୍ଶାଯାଇଛି ।

ମାଓ ବିରୋଧୀ ପୋଷ୍ଟର

କିଛି ନିୟମଗିରିର ଆତ୍ମଘୋଷିତ ନିୟମଗିରି ସୁରକ୍ଷାକର୍ମୀ, ମାନବାଧିକାର କର୍ମୀ ଜନଜାତି ସୁରକ୍ଷାକର୍ମୀ ନିୟମଗିରି ସୁରକ୍ଷା ନାଁରେ ମାଓବାଦୀଙ୍କୁ ଭିତିରିଆ ସହଯୋଗ କରୁଥିବା ସହ ନୀରିହ ଡଙ୍ଗରିଆଙ୍କ ସୁଯୋଗ ନେଇ ନିୟମଗିରି ସୁରକ୍ଷା ସମିତିକୁ ମାଓବାଦୀ ହାତକୁ ଟେକିଦେଇଥିବା ଉଲ୍ଲେଖ ରହିଛି । ଏଭଳି କାର୍ଯ୍ୟରେ ନିୟମଗିରି ସୁରକ୍ଷା ନାଁରେ ନୀୟମଗିରି ସୁରକ୍ଷା ସମିତି ଆବାହକ ଲଦ ସିକକା, ଡ୍ରେଞ୍ଜୁ କରସିକ, ସମ୍ବରା ସିକକା ନିୟମଗିରିର ବିରୋଧ କାର୍ଯ୍ୟରେ ଲିପ୍ତ ରହିଛନ୍ତି ।

ଏହା ବି ପଢନ୍ତୁ...ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେବା ନେଇ ଲାଲବାହିନୀର ପୋଷ୍ଟର

ମାଓବାଦୀଙ୍କ ଠାରୁ ନିଜକୁ ଦୂରେଇ ରଖିଥିବା ଦାବି କରୁଛନ୍ତି । ଯଦି ଏମାନେ ମାଓବାଦୀଙ୍କ ଠାରୁ ଦୂରେଇ ରହିଛନ୍ତି ତେବେ ନିୟମଗିରି ଅଞ୍ଚଳର ଏତେ ଝିଅମାନେ ମାଓବାଦୀ ସଂଗଠନରେ କିପରି ସାମିଲ ହେଉଛନ୍ତି ବୋଲି ପୋଷ୍ଟର ମାଧ୍ୟମରେ ପ୍ରଶ୍ନ କରଯାଇଛି । ଏହି ପୋଷ୍ଟରରେ ମାନବାଧିକାର ସଙ୍ଗଠନମାନକୁ ଅନୁରୋଧ କରାଯାଇଛି ଯେ ମାଓ ସଂଗଠନଠାରୁ ନିୟମଗିରିକୁ ବଞ୍ଚାନ୍ତୁ । ତେବେ ଏହି ପୋଷ୍ଟର ପ୍ରକୃତରେ ନିୟମଗିରି ସୁରକ୍ଷା ସମିତି ତରଫରୁ ଲଗାଯାଇଛି ନା ଏହାପଛରେ ଅନ୍ୟ କିଛି ରହସ୍ୟ ରହିଛି ତାହା ସ୍ପଷ୍ଟ ହୋଇ ପାରିନାହିଁ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.