ETV Bharat / state

'ପଟ୍ଟା ନାହିଁ ତ ଭୋଟ ନାହିଁ' - odisha

ଘରଡିହ ପଟ୍ଟା ପ୍ରଦାନ ଦାବିରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ । ଗୁଣପୁର ତହସିଲ ଚାଲକମ୍ବା ଗାଁ ଲୋକଙ୍କୁ ସ୍ଥାୟୀ ଘରଡିହ ପଟ୍ଟା ପ୍ରଦାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହା ସହ ପଟ୍ଟା ନାହିଁ ତ ଭୋଟ ନାହିଁ ବୋଲି ନାରାବାଜି ଦେଇଛନ୍ତି ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Feb 21, 2019, 10:58 PM IST

ରାୟଗଡା : ଘରଡିହ ପଟ୍ଟା ପ୍ରଦାନ ଦାବିରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ । ଗୁଣପୁର ତହସିଲ ଚାଲକମ୍ବା ଗାଁ ଲୋକଙ୍କୁ ସ୍ଥାୟୀ ଘରଡିହ ପଟ୍ଟା ପ୍ରଦାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହା ସହ ପଟ୍ଟା ନାହିଁ ତ ଭୋଟ ନାହିଁ ବୋଲି ନାରାବାଜି ଦେଇଛନ୍ତି ଲୋକେ ।

ବହୁଦିନ ଧରି ଘର କରି ରହି ଆସୁଥିଲେ ମଧ୍ୟ ସ୍ଥାୟୀ ପଟ୍ଟା ଦିଆଯାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଖୁବଶୀଘ୍ର ଘରପଟ୍ଟା ନମିଳିଲେ ଭୋଟ ବର୍ଜନ କରାଯିବ ବୋଲି ଲୋକମାନେ ଚେତାବନୀ ଦେଇଛନ୍ତି । ଏହା ସହ ଏନେଇ ଏକ ସ୍ମାରକ ପତ୍ର ଉପ-ଜିଲ୍ଲାପାଳଙ୍କୁ ଗାଁ ଲୋକେ ପ୍ରଦାନ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ନ୍ୟୁଜ

Intro:ରାତି ପାହିଲେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଛାତ୍ର ଜୀବନରେ ଏହି ପରୀକ୍ଷା ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ପ୍ରଶାସନିକ ସ୍ତରରେ ମଧ୍ୟ ଏହାକୁ ପରିଚାଳନା କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ 22 ତାରିଖ ସକାଳ 10ଟାରେ ପରୀକ୍ଷା ଦେବେ।

Body:ବାଲେଶ୍ୱର ଜିଲ୍ଲାର ସମୁଦାୟ 178ଟି ପରୀକ୍ଷା କେନ୍ଦ୍ର ହୋଇଛି। ସେଥି ମଧ୍ୟରୁ ବାର୍ଷିକ ଏଚଏସସି 168, ମଧ୍ୟମା 6 ଓ ଏସଓଏସସି ସେଣ୍ଟର 4ଟି ହୋଇଛି। ସମସ୍ତ କେନ୍ଦ୍ରରେ 34 ହଜାର 2ଶହ 54 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। 12ଟି ନୋଡାଲ ପ୍ରଶ୍ନପତ୍ର ହବରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି। ପ୍ରଶ୍ନପତ୍ର କଡା ସୁରକ୍ଷା ଭିତରେ ରଖା ଯାଇଛି। 22 ତାରିଖ ସକାଳେ ନୋଡାଲ ହବରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ପଠାଯିବ। ସକାଳ 8 ଟା ସୁଦ୍ଧା ନୋଡାଲ ହବରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ବୋଲି ସୂଚନା ମିଳିଛି। ବାଲେଶ୍ୱର ସହରରେ 23ଟି କେନ୍ଦ୍ରକୁ ଜିଲ୍ଲା ସ୍କୁଲ ନୋଡାଲ ହବ ରୁ ପ୍ରଶ୍ନପତ୍ର ପ୍ରେରଣ କରାଯିବ। ପ୍ରଶ୍ନପତ୍ର କେନ୍ଦ୍ରରେ ପହଞ୍ଚାଇବା ପାଇଁ 41ଟି ଟିମ ଗଠିତ ହୋଇଛି। ସ୍ଵଛ ପରୀକ୍ଷା ପରିଚାଳନା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ 3ଟି ସ୍କ୍ୱାର୍ଡ ଟିମ ଗଠନ କରାଯାଇଛି। ସ୍କ୍ୱାର୍ଡ ଟିମ ପରୀକ୍ଷା କେନ୍ଦ୍ର ବୁଲି ସ୍ଵଛ ପରୀକ୍ଷା ଉପରେ ନଜର ରଖିବେ। ଏହାସହ କପି ରୋକିବା ପାଇଁ ଜିଲ୍ଲାର 4ଟି କେନ୍ଦ୍ରରେ ସିସିଟିଭି ଲଗାଯାଇଛି। କେନ୍ଦ୍ରକୁ ଯିବା ପୂର୍ବରୁ ପିଲାମାନଙ୍କୁ ଉପଯୁକ୍ତ ଯାଞ୍ଚ କରାଯିବ ବୋଲି କୁହାଯାଇଛି।

Conclusion:ଜିଲ୍ଲା ଶିକ୍ଷା ବିଭାଗର 3 ସ୍କ୍ୱାର୍ଡ ଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଛି। ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ସରିଛି। ଶିକ୍ଷକମାନେ ପରୀକ୍ଷା କେନ୍ଦ୍ରରେ ପିଲାମାନଙ୍କ ବସିବା ବ୍ୟବସ୍ଥା ସାଙ୍ଗକୁ ଅନେକ ପଦକ୍ଷେପ ନେଇଥିବା ଦେଖିବାକୁ ମିଳିଛି।
ବାଇଟ1- ପ୍ରମୋଦ କୁମାର ଷଡଙ୍ଗୀ(ଜିଲ୍ଲା ଶିକ୍ଷା ଅଧିକାରୀ)
ବାଇଟ2- ପ୍ରଫୁଲ୍ଲ କୁମାର ସାହୁ(ଜିଲ୍ଲା ସ୍କୁଲ ପ୍ରଧାନ ଶିକ୍ଷକ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.