ରାୟଗଡ଼ା: ସାଧାରଣ ଓ ମଧ୍ୟବିତ୍ତ ପରିବାରଙ୍କ ସୁଖ ସମୃଦ୍ଧି ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରିଛନ୍ତି । ଆଉ ସରକାରଙ୍କ ସୌଭାଗ୍ୟ ଯୋଜନା ବଳରେ ଅନେକ ଅନ୍ଧକାର ଘର ଆଲୋକିତ ହୋଇପାରିଛି । ଏହିକ୍ରମରେ ଦୀର୍ଘ ବର୍ଷଧରି ଅନ୍ଧକାରରେ ଥିବା ରାୟଗଡ଼ା ଜିଲ୍ଲା ବଣ ପାହାଡରେ ବସବାସ କରୁଥିବା ଆଦିବାସୀଙ୍କ ଜୀବନକୁ ଆଲୋକିତ କରିଛି ସୌଭାଗ୍ୟ ଯୋଜନା ।
ସ୍ବାଧୀନତାର 70 ବର୍ଷ ପରେ ଏହି ବଣ ପାହାଡ ଘେରା ଅଞ୍ଚଳରେ ପହଁଞ୍ଚିଥିଲା ବିଦ୍ୟୁତ ସେବା । କିନ୍ତୁ ଅର୍ଥାଭାବରୁ କୌଣସି ପରିବାର ନିଜ ଘରକୁ ବିଦ୍ୟୁତ ସଂଯୋଗ କରି ପାରିନଥିଲେ । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସୌଭାଗ୍ୟ ଯୋଜନାରେ ବିନା କୌଣସି ଅର୍ଥରେ ଲୋକଙ୍କ ଘରକୁ ବିଦ୍ୟୁତ ସଂଯୋଗ କରାଯିବା ସହ ବଲବ ଓ ଆବଶ୍ୟକୀୟ ବିଦ୍ୟୁତ ସାମଗ୍ରୀ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ।
ମୁନିଗୁଡା ବ୍ଲକରେ ଥିବା ମୁନିଖୋଲ ପଞ୍ଚାୟତ ଅନ୍ତର୍ଗତ ସକଟା, କଠଗାଡ଼ା ଓ ଗାଇଲଙ୍ଗା ତିନୋଟି ଗ୍ରାମର ଗ୍ରାମବାସୀ ଏହାଦ୍ବାରା ବିଶେଷ ଉପକୃତ ହୋଇଛନ୍ତି । ଖାଲି ମୁନିଗୁଡା ବ୍ଲକ ନୁହଁ ଜିଲ୍ଲାରେ 64 ହଜାର ପରିବାର ଏହି ଯୋଜନା ଦ୍ବାରା ଉପକୃତ ହୋଇଥିବା କୁହନ୍ତି ରାୟଗଡା ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ ।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ