ETV Bharat / state

ସୁଡଙ୍ଗ ଭିତରେ ମାଟି ଅତଡା ଖସି ଜଣେ ମହିଳା ମୃତ - ରାୟଗଡାରେ ମାଟି ଅତଡା ଧସି ମୃତ୍ୟୁ

ରାୟଗଡା ଥାନା ଆମ୍ବାଗୁଡା ଗ୍ରାମର ଦୁଇ ମହିଳା ସୁଡଙ୍ଗରୁ ମାଟି ଆଣିବା ପାଇଁ ଯାଇଥିବା ବେଳେ ମାଟି ଅତଡା ଖସି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି ।

tunnel accident in Rayagada
ରାୟଗଡାରେ ମାଟି ଅତଡା ଧସି ମୃତ୍ୟୁ
author img

By

Published : May 28, 2020, 11:06 AM IST

ରାୟଗଡା: ମାଟି ଅତଡ଼ା ଧସି ଜଣେ ମହିଳା ପ୍ରାଣ ହରାଇ ଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । କୁମ୍ଭାର କାମ ପାଇଁ ମାଟି ଆଣିବାକୁ ଯାଇଥିବା ବେଳେ ଅତଡ଼ା ଖସିବା ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ ଡମୁଣୀ କାଶି ହୋଇଥଇବା ବେଳେ ତାଙ୍କ ଘର ରାୟଗଡା ଥାନା ଆମ୍ବାଗୁଡା ଗ୍ରାମରେ ବୋଲି ଜଣାପଡିଛି ।

ରାୟଗଡାରେ ମାଟି ଅତଡା ଧସି ମୃତ୍ୟୁ

ସେହିଭଳି ଘଟଣାରେ ଅନ୍ୟ ଜଣେ ମହିଳା ଲଳିତା କାଶୀ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ପୁଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆମ୍ବାଗୁଡାର କୁମ୍ଭାର ସମ୍ପ୍ରଦାୟର ଦୁଇ ମହିଳା ଡମୁଣୀ କାଶୀ ଓ ଲଲିତା କାଶୀ ଗ୍ରାମ ନିକଟସ୍ଥ ମୁଣ୍ଡିଆ ପାହାଡ଼କୁ ମାଟି ଖୋଳିବାକୁ ଯାଇଥିଲେ।

ଉଭୟ ଏକ ସୁଡ଼ଙ୍ଗ ଭିତରେ ମାଟି ଖୋଳୁଥିବା ବେଳେ ହଠାତ୍ ମାଟି ଅତଡ଼ା ଧସି ପଡ଼ିଥିଲା। ଦୁଇଜଣ ସୁଡ଼ଙ୍ଗ ଭିତରେ ଫସି ରହିଥିବା ବେଳେ ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ରାୟଗଡ଼ା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡମୁଣୀ କାଶୀକୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ବେଳେ ଆଉ ଜଣେ ଗୁରୁତର ଭାବେ ଚିକିତ୍ସିତ ହେଉଥିବା ଜଣାପଡିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.