ETV Bharat / state

୫ ମାସର ଶିଶୁକନ୍ୟାକୁ ମିଳିଲା ପରିବାର, ପୋଷ୍ୟ ଭାବେ ଗ୍ରହଣ କଲେ ବଙ୍ଗୀୟ ଦମ୍ପତି - Rayagada news

ରାୟଗଡାର ୫ମାସର ଶିଶୁ କନ୍ୟାକୁ ଆପଣାଇଲେ ବଙ୍ଗୀୟ ଦମ୍ପତି । ସୁଦୂର ୧୮୦୦ କିମି ଦୂର ଟାଣି ଆଣିଲା ମାଆର ବାତ୍ସଲ୍ୟ । ଅଧିକ ପଢନ୍ତୁ

ରାୟଗଡାର ୫ ମାସର  ଶିଶୁ କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ବଙ୍ଗୀୟ ଦମ୍ପତି

author img

By ETV Bharat Odisha Team

Published : Sep 17, 2023, 6:14 PM IST

ରାୟଗଡାର ୫ ମାସର ଶିଶୁ କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ବଙ୍ଗୀୟ ଦମ୍ପତି

ରାୟଗଡା: ରାୟଗଡାର ୫ମାସ ଶିଶୁ କନ୍ୟାକୁ ଆପଣାଇଲେ ବଙ୍ଗୀୟ ଦମ୍ପତି । ସୁଦୁର ୧୮୦୦ କିମି ଦୂର ଟାଣି ଆଣିଲା ମାଆର ବାତ୍ସଲ୍ୟ । ସତରେ ଏ ସମ୍ପର୍କ ବଡ଼ ବିଚିତ୍ର ଯେଉଁଠି ନିଜ ବାପାମାଆ ପରକରି ଦେଇଥିଲେ, ସେଠି ଜଣେ ଦମ୍ପତି ବାପାମାଆ ହୋଇ ଆପଣାଇଛନ୍ତି । ଏହି ବାପାମାଆ ଛେଉଣ୍ଡ ଶିଶୁଟି ବଙ୍ଗୀୟ ଦମ୍ପତିଙ୍କ କୋଳରେ ଦେଖିବ ନୂଆ ସକାଳର ସୁନେଲି କିରଣ । ଜଣେ ବଙ୍ଗୀୟ ଦମ୍ପତି ଏକ ସନ୍ତାନ ଗ୍ରହଣ କରିବା ପାଇଁ ଆସି ପହଞ୍ଚିଛନ୍ତି ରାୟଗଡା ଜିଲ୍ଲାରେ । ରାୟଗଡା ଶିଶୁ ସୁରକ୍ଷା ୟୁନିଟରୁ ପୋଷ୍ୟ ଭାବେ ଏକ ଶିଶୁକନ୍ୟାକୁ ଗ୍ରହଣ କରିଛନ୍ତି । ଜିଲ୍ଲା ପ୍ରଶାସନ ଶିଶୁଟିକୁ ଦମ୍ପତିଙ୍କୁ ପ୍ରଦାନ କରି ସନ୍ତାନ ସୁଖ ଦେଇଛି । ଦୀର୍ଘ ଦିନର ପ୍ରଚେଷ୍ଟା ପରେ ଶିଶୁକନ୍ୟାଟିକୁ ପାଇ ଖୁସି ହେଇଛନ୍ତି ବଙ୍ଗୀୟ ଦମ୍ପତି ।

ସୂଚନା ଯୋଗ୍ୟ ପଶ୍ଚିମବଙ୍ଗ ଅଲିପୁରଦୁର ଜଣେ ଦମ୍ପତି ସନ୍ଦୀପ ବର୍ମା ଏବଂ ଅନ୍ୱେଶା ଭଟ୍ଟାଚାର୍ଯ୍ୟ ପାଞ୍ଚ ମାସର ଏକ କନ୍ୟା ସନ୍ତାନକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଛନ୍ତି । ନିୟମ ଅନୁଯାୟୀ ରାୟଗଡ଼ ଜିଲ୍ଲାପାଳ ସ୍ଵଧାଦେବ ସିଂହ କନ୍ୟା ସନ୍ତାନଟିକୁ ବଙ୍ଗୀୟ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି । ସନ୍ଦୀପ ବର୍ମା ଗତ ୨୦୨୦ ଜାନୁଆରୀ ୧୫ ତାରିଖରେ ଏକ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ଆବେଦନ କରିଥିଲେ । ଦୀର୍ଘ ଦିନ ପରେ ତାଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ଅନୁମତି ମଳିଥିଲା । ଶେଷରେ ସେ ରାୟଗଡ଼ାରେ ଥିବା ଶିଶୁ ସୁରକ୍ଷା ୟୁନିଟରୁ ଏକ ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି

ଏହା ମଧ୍ୟ ପଢନ୍ତୁ...ଗଜପତିରୁ ଅସହାୟ ଶିଶୁପୁତ୍ରକୁ ପୋଷ୍ୟ ଗ୍ରହଣ କଲେ କର୍ଣ୍ଣାଟକ ଦମ୍ପତି

ଆଜି ରାୟଗଡ଼ା ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟରେ ଶିଶୁ କନ୍ୟାକୁ ହସ୍ତାନ୍ତର କରାଯାଇଛି । ଯାହାକୁ ନେଇ ବେଶ ଖୁସି ଅଛନ୍ତି ବଙ୍ଗୀୟ ଦମ୍ପତି । ସନ୍ଦୀପ ବର୍ମା କହିଛନ୍ତି, "ଜଗନ୍ନାଥଙ୍କ ରାଜ୍ୟରୁ ଝିଅଟିଏ ନୁହଁ, ଲକ୍ଷ୍ମୀଟିଏ ପାଇଛୁ ଏବଂ ରାୟଗଡ଼ା ମୋର ଦ୍ଵିତୀୟ ଜନ୍ମ ସ୍ଥାନ ହୋଇଯାଇଛି ।" ଏଥି ସହିତ ରାୟଗଡବାସୀ ଏବଂ ଜିଲ୍ଲା ପ୍ରଶାସନ ଭୁରିଭୁରି ପ୍ରଶଂସା କରିଥିଲେ । ଶିଶୁ କନ୍ୟା ହସ୍ତାନ୍ତର ସମୟରେ ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମଧୁସ୍ମିତା ବେହେରା ଓ ପ୍ରତାପ କୁମାର ଦାଶ, ଆଇଡିଏସ ସଂସ୍ଥାର ମୁଖ୍ୟ ଦେବେନ୍ଦ୍ର କୁମାର ବେହେରା,ଜିଲ୍ଲା ଶିଶୁ ସୁରକ୍ଷା ସମ୍ମିତି ଅଧକ୍ଷା ବିଦୁଲତା ହୁଈକା ଅଦି ଉପସ୍ଥିତ ଥିଲେ ।

ପୂର୍ବରୁ ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶ ଜଣେ ଜଣେ ଦମ୍ପତି ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କରିଥିଲେ । ଗତ ଅଗଷ୍ଟ ୧୨ ତାରିଖ ଦିନ ଗଜପତିର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ ୪୧ ଓ ୪୨ତମ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ହସ୍ତାନ୍ତର କରାଯାଇଥିଲା ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.