ETV Bharat / state

ନବମ ଶ୍ରେଣୀ ଛାତ୍ର 10th ପାସ୍ ଘଟଣା, ଖୋଳତାଡ କରିବ 3 ଜଣିଆ କମିଟି

author img

By

Published : Aug 27, 2021, 6:18 PM IST

Updated : Aug 27, 2021, 6:57 PM IST

ନବମ ଶ୍ରେଣୀ ଛାତ୍ର ଦଶମ ପାସ ହେବା ଘଟଣା । ତଦନ୍ତ ପାଇଁ ଗଠନ ହେଲା 3 ଜଣିଆ କମିଟି । ଏନେଇ ରାୟଗଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ…

9th student 10th pass case three member investigate team make by DEO rayagada
ନବମ ଶ୍ରେଣୀ ଛାତ୍ର 10th ପାସ୍ ଘଟଣା, ଖୋଳତାଡ କରିବ 3 ଜଣିଆ କମିଟି

ରାୟଗଡା: ନବମ ଶ୍ରେଣୀ ଛାତ୍ର ଦଶମ ପାସ ହେବା ଘଟଣା । ତଦନ୍ତ ପାଇଁ ଗଠନ ହେଲା 3 ଜଣିଆ କମିଟି । ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟର 9ମ ଶ୍ରେଣୀର ଛାତ୍ରଙ୍କ ଦଶମ ପାସ୍ ହେବା ଘଟଣାର ଆରମ୍ଭ ହୋଇଛି ଖୋଳତାଡ । ଛାତ୍ର ଜଣକ 5 ହଜାର ଟଙ୍କା ଲାଞ୍ଚ ଦେଇ ଦଶମ ଶ୍ରେଣୀରେ ପାସ୍ ହେବା ଘଟଣା ପ୍ରଘଟ ପରେ ଅତି ଗୁରୁତର ଭାବେ ନେଇଛି ଶିକ୍ଷା ବିଭାଗ । ବିଭିନ୍ନ ଗଣମାଧ୍ୟମରେ ଏପରି ସାଂଘାତିକ ବ୍ୟତିକ୍ରମର ଖବର ପ୍ରକାଶ ପାଇବା ପରେ ନିଜ ଭାବମୂର୍ତ୍ତିକୁ ରକ୍ଷା କରିବା ପାଇଁ ତରବରିଆ ଭାବେ ତଦନ୍ତ ନିର୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ।

ନବମ ଶ୍ରେଣୀ ଛାତ୍ର ଦଶମ ପାସ ହେବା ଘଟଣା ଘଟଣାରେ ରାୟଗଡା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନଲାଲ୍ ମାଝୀଙ୍କ ନେତୃତ୍ବରେ ଏକ ତିନି ଜଣିଆ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ସଂପୃକ୍ତ ବିଦ୍ୟାଳୟକୁ ଯାଇ ପ୍ରଧାନଶିକ୍ଷକ ଓ ଛାତ୍ର ପିଣ୍ଟୁ ମାଝୀଙ୍କ ବୟାନ ରେକର୍ଡ କରିବା ସହ ସମସ୍ତ ଘଟଣାର ତଦନ୍ତ କରିବେ । ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ନବମ ଶ୍ରେଣୀର ଛାତ୍ର ପିଣ୍ଟୁ ମାଝୀ ଚଳିତ ବର୍ଷ ଜାନୁଆରୀ ମାସ ୧୮ ତାରିଖ ଦିନ ଅନ୍ୟତ୍ର ପାଠପଢିବା ପାଇଁ ବିଦ୍ୟାଳୟରୁ ଟିସି (ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର) ନେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଲୋଚନ ଖରା ପିଣ୍ଟୁ ମାଝୀଙ୍କୁ ଟିସି ପାଇଁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ତେବେ ଟିସି ନେବା ପରେ ଚଳିତ ଜୁନ୍ ମାସ ୨୫ ତାରିଖ ଦିନ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପିଣ୍ଟୁ ୨୭୨ ନମ୍ବର ରଖି ‘ଡି’ଗ୍ରେଡ୍ ରେ ପିଣ୍ଟୁ ପାସ୍ କରିଥିବା ଜଣାପଡିଥିଲା ।

ତେବେ ପରୀକ୍ଷା ଫଳ ପ୍ରକାଶ ପାଇ ଇତି ମଧ୍ୟରେ ଏକ ମାସରୁ ଉର୍ଦ୍ଧ ବିତିଯାଇଥିଲେ ସୁଦ୍ଧା ବିଦ୍ୟାଳୟର ପ୍ରଧାନଶିକ୍ଷକ ଉପରିସ୍ଥ ଅଧିକାରୀ କିମ୍ବା ବୋର୍ଡ କତୃପକ୍ଷଙ୍କୁ ଜଣାଇନଥିବା ପ୍ରଧାନଶିକ୍ଷକ ଲୋଚନ ଖରା କାର୍ଯ୍ୟକାରିତା ଉପରେ ସନ୍ଦେହ ସୃଷ୍ଟି କରିଛି । ସେପଟେ ଛାତ୍ର ପିଣ୍ଟୁ ଉଚ୍ଚ ଶିକ୍ଷା ପାଇଁ ଆବେଦନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ଘଟଣା ପ୍ରଘଟ ହୋଇଥିଲା । ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ମୋଟ ୨୧୭ ଜଣ ଦଶମ ଶ୍ରେଣୀ ପିଲାଙ୍କ ମାର୍କ ଟେବୁଲେସନ୍ ହୋଇ ମାର୍ଚ୍ଚ ମାସରେ ଅନଲାଇନ୍ ମାଧ୍ୟମରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲା । ଟିସି ନେଇଥିବା ପିଣ୍ଟୁ ମାଝୀଙ୍କ ନାମକୁ ପ୍ରଧାନଶିକ୍ଷକଙ୍କ ଜାଣତରେ ଚଞ୍ଚକତା କରି ଅନଲାଇନ୍ ମାଧ୍ୟମରେ ୨୧୭ ଛାତ୍ରଛାତ୍ରୀଙ୍କ ତାଲିକାରେ ଭର୍ତ୍ତି କରାଯାଇଥିଲା । ଫଳରେ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ପିଣ୍ଟୁ ମାଝୀଙ୍କ ଠାରୁ ପ୍ରଧାନଶିକ୍ଷକ ଲୋଚନ ଖରା ୫୦୦୦ ଟଙ୍କା ଲାଞ୍ଚ ନେଇଥିବା ଖୋଦ୍ ପିଣ୍ଟୁ ପ୍ରତିକ୍ରିୟା କହିଛନ୍ତି ।

ଫଳରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉଦ୍ଦେଶ୍ୟମୂଳକ ଭାବେ ଛାତ୍ର ପିଣ୍ଟୁଙ୍କୁ ତାଲିକାଭୁକ୍ତ କରିଥିବା ଏବେ ସ୍ପଷ୍ଟ ହୋଇଛି । ଆଉ ଏପରି ଗୁରୁତ୍ଵର ବ୍ୟତିକ୍ରମକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ତେବେ ଏହି ଘଟଣାକୁ ଅତି ଗୁରୁତର ଭାବେ ନିଆଯାଇଥିବା ବେଳେ ଦୋଷୀ ସାବ୍ୟସ୍ତ ହେଲେ ପ୍ରଧାନଶିକ୍ଷକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ପ୍ରକାଶ କରିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Aug 27, 2021, 6:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.