ETV Bharat / state

ରାୟଗଡାରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ: ସମାଧାନ ହେଲା ୭୧ ମାମଲା - ରାୟଗଡା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ

କୋଭିଡ୍ ନିୟମକୁ ପାଳନ କରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଆନୁକୂଲ୍ୟରେ ରାୟଗଡା ଜିଲ୍ଲା ସିଭିଲ କୋର୍ଟ ପରିସରରେ ଆଜି(ଶନିବାର) ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ସାରିଲା ରାୟଗଡାରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ

author img

By

Published : Dec 11, 2021, 10:26 PM IST

ରାୟଗଡା: କୋଭିଡ୍ ନିୟମକୁ ପାଳନ କରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଆନୁକୂଲ୍ୟରେ ରାୟଗଡା ଜିଲ୍ଲା ସିଭିଲ କୋର୍ଟ ପରିସରରେ ଆଜି(ଶନିବାର) ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ରାୟଗଡା ଜିଲ୍ଲା ଅଦାଲତ ସମେତ ଗୁଣୁପୁର, ବିଷମକଟକ, କାଶୀପୁରରେ ଦୀର୍ଘ ଦିନ ଧରି ପଡିରହିଥିବା 71ଟି ମାମଲାର ଫଇସଲା ହୋଇ 53, 01329 (ତେପନ ଲକ୍ଷ ଏକ ହଜାର ତିନି ଶହ ଅଣ ତିରିଶ) ଟଙ୍କା ଓ ପ୍ରିଲିଟିଗେସନ ସମ୍ବନ୍ଧିତ 16ଟି ମାମଲାର ଫଇସଲା ହୋଇ 3, 78000( ତିନି ଲକ୍ଷ ଅଠସ୍ତରୀ ହଜାର) ଟଙ୍କା ସ୍ଥିର କରାଯାଇଛି ।

ସାରିଲା ରାୟଗଡାରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ
ସାରିଲା ରାୟଗଡାରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ
ସାରିଲା ରାୟଗଡାରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ବିକ୍ରମ କେଶରୀ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଲୋକ ଅଦାଲତକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ମନୋରଞ୍ଜନ ମିଶ୍ର ପରିଚାଳନା କରିଥିଲେ । ଏଥିରେ ପରିବାର ଅଦାଲତର ବିଚାରପତି ଅମୃତ ରଞ୍ଜନ ନନ୍ଦ, ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ହିମାଂଶୁ ଶେଖର ବ୍ରହ୍ମା, ଫାଷ୍ଟଟ୍ରାକ ଏଡିଜେ ଗଣେଶ୍ୱର ପତି, ସିଜେଏମ ମନୋରଞ୍ଜନ ଦାସ ରେଜିଷ୍ଟ୍ରାର ପ୍ରତିମା ପାତ୍ର, ପ୍ରାଧିକରଣ ସଚିବ ମନୋରଞ୍ଜନ ମିଶ୍ର, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ଶତରୂପା ଶତପଥୀ, ମହିଳା କୋର୍ଟର ବିଚାରପତି ସୋନାଲ ଶର୍ମା, ଅନୁବିଭାଗୀୟ ଦଣ୍ଡାଧିକାରୀ ରାଜେନ୍ଦ୍ର କୁମାର ଦାସ, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରି ଗୁରୁ ଚରଣ ଜେନାମଣୀ, ଗ୍ରାମ୍ୟ ନ୍ୟାୟାଧିକାରୀ ଯୁଧିଷ୍ଠିର ଦଳେଇ ପ୍ରମୁଖ ଯୋଗ ଦେଇଥିଲେ ।

ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡଲ୍ଇନ୍ ଅନୁଯାୟୀ ମାସ୍କ ପିନ୍ଧି, ସାମାଜିକ ଦୂରତ୍ବ ରକ୍ଷା କରି ଲୋକମାନେ ଏହି ଲୋକ ଅଦାଲତରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ଜିଲ୍ଲା ଅଦାଲତର କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ ।

ରାୟଗଡାରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.