ରାୟଗଡା: ବୈଶାଖ ମାସ ନହେଉଣୁ ରାଜ୍ୟରେ ରୌଦ୍ର ତାତି ଦେଖାଗଲାଣି । ଅନେକ ଜିଲ୍ଲାରେ ପାରଦ 40 ଡିଗ୍ରୀ ଛୁଇଁଲାଣି । ତେବେ ଏହି ଜିଲ୍ଲାମାନଙ୍କ ମଧ୍ୟରେ ରାୟଗଡା ମଧ୍ୟ ସାମିଲ ହୋଇଛି । ଏଠାରେ ପାରଦ 40 ଟପିଲାଣି । ଫଳରେ ଦିନ 11ଟା ପରେ ରାସ୍ତାଘାଟ ଶୁନ୍ଶାନ୍ ହୋଇଯାଇଛି ।
ଜିଲ୍ଲାର ଗୁଣପୁର, ଜେକେପୁର ,ରାମନାଗୁଡ଼ା , ଗୁଡ଼ାରି ଏବଂ କାଶୀପୁରରେ ସମାନ ସ୍ଥିତି ଉପୁଜିଛି । ତେବେ ଗ୍ରୀଷ୍ମ ପ୍ରଭାବକୁ ନଜରରେ ରଖି ତରଭୁଜ ଠାରୁ ଆରମ୍ଭ କରି ଥଣ୍ଡା ପାନୀୟ ଦୋକାନରେ ଭିଡ ଜମୁଛି ।
ଜିଲ୍ଲାରେ ତାପମାତ୍ରାର ବୃଦ୍ଧିକୁ ଦେଖି ସ୍ଥାନୀୟ ବସ୍ମାନଙ୍କର ସମୟକୁ ମଧ୍ୟ ପରିବର୍ତ୍ତନ କରାଯାଇଛି । ସେହିପରି ପ୍ରଶାସନ ପକ୍ଷରୁ ଜିଲ୍ଲା ଚିକିତ୍ସାଳୟରେ ଅଶୁଂଘାତ ୱାର୍ଡ଼ ଖୋଲାଯାଇଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ