ETV Bharat / state

ରାୟଗଡାରେ ପୃଥକ ଦୁର୍ଘଟଣାରେ ୪ ମୃତ, ୩୦ ଆହତ - ଦୁର୍ଘଟଣାରେ 4 ମୃତ ଖବର ରାୟଗଡା

ରାୟଗଡାରେ ଗୋଟିଏ ଦିନରେ ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି 4 ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ପ୍ରତିକାତ୍ମକ ଚିତ୍ର
ପ୍ରତିକାତ୍ମକ ଚିତ୍ର
author img

By

Published : Dec 11, 2020, 10:48 PM IST

ରାୟଗଡା: ଜିଲ୍ଲା ପାଇଁ ଆଜି(ଶୁକ୍ରବାର) ଏକପ୍ରକାର ଦୁର୍ଘଟଣାର ଦିନ । ତିନୋଟି ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୪ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ 30 ଜଣ ଆହତ ହୋଇଛନ୍ତି । ସକାଳେ ଟିକିରି ଥାନା ଅନ୍ତର୍ଗତ କଳିଆପଡା ଘାଟିରେ ଟ୍ରାକ୍ଟର ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି ।

ରାୟଗଡାରେ ପୃଥକ ସ୍ଥାନରେ ଦୁର୍ଘଟଣା: ୪ ମୃତ, ୩୦ ଆହତ

ପରେ ପୁଣି ମଧ୍ୟାହ୍ନରେ ଟ୍ରାକ୍ଟର ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟି ଥିବାବେଳେ ୨୪ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ପୂଜାରିଗୁଡ଼ା ଗାଁ ନିକଟରେ ଘଟିଛି । ମୃତ ମହିଳାଙ୍କ ନାମ ନାରଙ୍ଗଦେଇ ମାଝୀ, ଆହତମାନେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାନ୍ଦୁଲଗୁଡ଼ା ଗାଁର ବୋଲି ଜଣାପଡିଛି । ସେମାନଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ୨୫ ରୁ ୩୦ ଜଣ MGNREGA ଯୋଜନାରେ ଠିକା କାମ କରୁଥିବା ଶ୍ରମିକ ବିଲ ଉଠାଇବା ପାଇଁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର କୁ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।

ଅନ୍ୟପଟେ ସନ୍ଧ୍ୟାରେ ରାୟଗଡା ଥାନା ଅନ୍ତର୍ଗତ କୁମ୍ଭୀକୋଟା ନିକଟରେ ବାଇକ ସହ ଏକ ଘରୋଇ ବସର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ମୃତକ ଜଣକ ହେଉଛନ୍ତି ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ରମିଝୋଲା ଗାଁର କରତିକ ପ୍ରାସ୍କା । ଘଟଣାସ୍ଥଳରେ ରାୟଗଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.