ETV Bharat / state

୨୨ ମହିଳା ଦାଦନ ଶ୍ରମିକ ଉଦ୍ଧାର, ୨ ଦଲାଲ୍ ଅଟକ - Dadan workers

ରେଳଷ୍ଟେସନରୁ ସୋମବାର ସନ୍ଧ୍ୟାରେ ଆରପିଏଫ ପୋଲିସ ୨୨ ଜଣ ମହିଳା ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର ମହିଳା ଶ୍ରମିକଙ୍କ ମଧ୍ୟରେ ୧୩ ଜଣ ନାବାଳିକା ଅଛନ୍ତି । ଅଧିକ ପଢନ୍ତୁ...

୨୨ ମହିଳା ଦାଦନ ଶ୍ରମିକ ଉଦ୍ଧାର, ୨ ଦଲାଲ୍ ଅଟକ

author img

By

Published : Mar 9, 2021, 9:31 AM IST

ରାୟଗଡା: ରେଳଷ୍ଟେସନରୁ ସୋମବାର ସଂନ୍ଧ୍ୟାରେ ଆରପିଏଫ ପୋଲିସ ୨୨ ଜଣ ମହିଳା ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର ମହିଳା ଶ୍ରମିକଙ୍କ ମଧ୍ୟରେ ୧୩ ଜଣ ନାବାଳିକା ଅଛନ୍ତି । ଜିଆରପି ପୋଲିସର ପ୍ରାଥମିକ ତଦନ୍ତରୁ ସମସ୍ତ ଶ୍ରମିକ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଜଣାପଡିଛି ।

୨୨ ମହିଳା ଦାଦନ ଶ୍ରମିକ ଉଦ୍ଧାର, ୨ ଦଲାଲ୍ ଅଟକ

ଘଟଣାରେ ଆରପିଏଫ ପୋଲିସ୍ 2 ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି । କଲ୍ୟାଣସିଂହପୁର ବ୍ଲକ ଅଟାପାଡୁ ଗ୍ରାମର 22 ଜଣ ମହିଳା ଦାଦନ ଶ୍ରମିକଙ୍କୁ ନେଇ 2 ଦଲାଲ୍ ଟ୍ରେନରେ ହାଇଦ୍ରାବାଦ ଯିବା ପାଇଁ ରାୟଗଡ଼ା ଷ୍ଟେସନରେ ଅପେକ୍ଷା କରିଥିଲେ । ସମ୍ବଲପୁର-ହାଇଦ୍ରାବାଦ ନାଗାବଳୀ ଏକ୍ସପ୍ରେସ୍ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଆରପିଏଫ ପୋଲିସ୍ ପାଟ୍ରୋଲିଂ ଆରମ୍ଭ କରିଥିଲା । ଏହି ସମୟରେ 22 ମହିଳାଙ୍କୁ ନେଇ ପୋଲିସ୍ ସନ୍ଦେହ କରିବା ସହ ସମସ୍ତଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା ।

ସମସ୍ତ ମହିଳା ଶ୍ରମିକ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଉଥିବା ସ୍ଵୀକାର କରିବା ପରେ ଆରପିଏଫ ମାମଲା ରୁଜୁ କରିବା ସହ 2 ଦଲାଲକୁ ଅଟକ ରଖି ପୋଲିସ୍ ଜିଲ୍ଲା ପ୍ରଶାସନକୁ ଖବର ଦେଇଥିଲା । ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷ ଜିଆରପି ଥାନାରେ ପହଞ୍ଚି 13 ଜଣ ନାବାଳିକାଙ୍କୁ ନେଇ ସ୍ନେହା ସୁଧାର ଗୃହରେ ରଖିଛନ୍ତି । ଆଜି(ମଙ୍ଗଳବାର) କୋର୍ଟରେ ହାଜର କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଚାଇଲ୍ଡ ଲାଇନ୍ ମୁଖ୍ୟ କେ. ନିଳିମା ସୂଚନା ଦେଇଛନ୍ତି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.