ETV Bharat / state

ରେଲୱେ ଷ୍ଟେସନରୁ 20 ଦାଦନ ଶ୍ରମିକ ଉଦ୍ଧାର - rayagada

ବୁଧବାର ରାତିରେ କୋରବା ଏକ୍ସପ୍ରେସ ଜରିଆରେ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ସହରରେ କାମ ଆଶାରେ ଯାଉଥିବା ବେଳେ 20 ଦାଦନ ଶ୍ରମିକ ଉଦ୍ଧାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : May 30, 2019, 12:14 PM IST

ରାୟଗଡା: ରାୟଗଡା ରେଳ ଷ୍ଟେସନରୁ ୨୦ଜଣ ଦାଦନ ଶ୍ରମିକ ଉଦ୍ଧାର । ବୁଧବାର ରାତିରେ ମାନବଧିକାର ପରିଷଦ ରାୟଗଡା ଶାଖା ପକ୍ଷରୁ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଜିଆରପି ପୋଲିସଙ୍କୁ ହସ୍ତାନ୍ତର କରିଛି । ତେବେ ସେମାନଙ୍କ ମଧ୍ୟରୁ ୪ଜଣ ନାବାଳିକା ,୧୨ ଜଣ ମହିଳା ଓ ୪ଜଣ ପୁରୁଷ ଅଟନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ସମସ୍ତ ଦାଦନ ଶ୍ରମିକ କୋରାପୁଟ ଜିଲ୍ଲାର ପଞ୍ଚଡା ଗ୍ରାମର ବୋଲି ଜଣାପଡିଛି । ଏମାନଙ୍କୁ କୋରବା ଏକ୍ସପ୍ରେସ ଜରିଆରେ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ସହରରେ କାମ ଦେବା ଆଶାରେ ନେଉଥିଲେ ଦଲାଲ । ତେବେ ସେହି ଦୁଇ ଦଲାଲଙ୍କୁ ଜିଆରପି ପୋଲିସ ଅଟକ ରଖି ପଚାରଉଚରା ଜାରି ରଖିଛି । ଏହାସହ ଜିଲ୍ଲା ଶ୍ରମ ବିଭାଗ ସହ ଯୋଗାଯୋଗ କରି ସମସ୍ତ ଦାଦନ ଶ୍ରମିକଙ୍କୁ ତାଙ୍କ ଗ୍ରାମକୁ ପଠାଯିବାର ବ୍ୟବସ୍ଥା କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

fsds

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.